ଫିଲ୍ମ କପି ହେଉଛି କହିବାରୁ ଏମିତି ଉତ୍ତର ଦେଲେ ବୁଦ୍ଧାଦିତ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 11, 2018

ଫିଲ୍ମ କପି ହେଉଛି କହିବାରୁ ଏମିତି ଉତ୍ତର ଦେଲେ ବୁଦ୍ଧାଦିତ୍ୟ

ଭୁବନେଶ୍ୱର(ବିଶ୍ୱବନ୍ଦିତା ସ୍ୱାଇଁ): ଓଲିଉଡ୍‌ର ଜଣେ ଦକ୍ଷ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି। କଳାତ୍ମକ ପରିବେଶରେ ତାଙ୍କ ପିଲାଦିନ କଟିଛି। ବୋଧ ହୁଏ ସେଥିପାଇଁ ଅଭିନୟରେ ସେ ପୂରା ନିପୂଣ । ଓଡ଼ିଆ ଭାଷା ସହ ବୁଦ୍ଧାଦିତ୍ୟଙ୍କୁ ହିନ୍ଦୀ ସିରିଏଲ୍‌ରେ ମଧ୍ୟ କାମ କରିବାର ଦେଖିବାକୁ ମିଳିଛି।

ପ୍ରଥମେ ହିନ୍ଦୀ ସିରିଏଲ୍‌ ମାଧ୍ୟମରେ ସେ ଅଭିନୟ ଜଗତରେ ପାଦ ଥାପିଥିଲେ। ତାଙ୍କ ଅଭିନୀତ ପ୍ରଥମ ସିରିଏଲ୍‌ ଥିଲା ‘କୁମ୍‌କୁମ୍‌’।  ଦୂରଦର୍ଶନରେ ପ୍ରସାରିତ ହେଉଥିବା ଏହି ଧାରାବାହିକ ସେ ସମୟର ହିଟ୍‌ ସିରିଏଲ୍‌ ମଧ୍ୟରୁ ଗୋଟେ ଥିଲା। ଏହାପରେ ବୁଦ୍ଧାଦିତ୍ୟଙ୍କୁ ‘ମେହେର୍‌’, ‘ପ୍ରତିମା’, ‘ୱାରିଶ୍’, ‘କ୍ୟା ହୁଆ ତେରା ୱାଦା’ ପରି ସିରିଏଲ୍‌ରେ ଦେଖିବାକୁ ମିଳିଥିଲା।

୨୦୦୭ରେ ପ୍ରଥମ ଥର ପାଇଁ ବୁଦ୍ଧାଦିତ୍ୟ ଓଡ଼ିଆ ଫିଲ୍ମରେ ନଜର ଆସିଥିଲେ। ତାଙ୍କ ଅଭିନୀତ ପ୍ରଥମ ଫିଲ୍ମ ଥିଲା ‘ଆଇ ଲଭ୍‌ ମାଇଁ ଇଣ୍ଡିଆ’। ଫିଲ୍ମଟି ସଫଳ ହେଲା। ଏହା ପରେ ‘ନନ୍ଦିନୀ ଆଇ ଲଭ୍‌ ୟୁ’ ,‘କୋଉ ଦୁନିଆରୁ ଆସିଲ ବନ୍ଧୁ’, ‘ପାଗଳ କରିଛି ପାଉଁଜି ତୋର’,‘ପ୍ରେମ ରୋଗୀ’,‘ଲୋଫର’ ଏବଂ ‘ବାଏ ବାଏ ଦୁବାଇ’ ପରି ହିଟ୍‌ ଫିଲ୍ମରେ ସେ କାମ କରିଚାଲିଲେ।

ତେବେ ଏଥର ଦଶହରାରେ ବୁଦ୍ଧାଦିତ୍ୟ ଦର୍ଶକଙ୍କୁ ଏକ ନିଆରା ଫିଲ୍ମ ଭେଟି ଦେଇଛନ୍ତି। ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହେଉଥିବା ଫିଲ୍ମ ‘ଶ୍ରୀମାନ୍‌ ସୁରଦାଶ’ରେ ବୁଦ୍ଧାଦିତ୍ୟଙ୍କୁ ଏକ ନିଆରା ଭୂମିକାରେ ଦେଖିବାକୁ ମିଳିବ। ବହୁତ୍‌ ଦିନ ପରେ ବୁଦ୍ଧାଦିତ୍ୟ କମେଡି କରିବେ। ଏବଂ ତାଙ୍କର ସେ କମେଡିରେ ଆଉ ଟିକେ ମସଲା ଦେବାପାଇଁ ତାଙ୍କ ସହ ବାବୁସାନ୍‌ ରହିବେ। ଏଥିସବ ଫିଲ୍ମରେ ବବି ମିଶ୍ର ଏବଂ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ଭୂମିକା ମଧ୍ୟ ରହିବେ। ତେବେ ୪ଜଣ ବି’ଙ୍କୁ ନେଇ ନିର୍ମାଣ ହେଉଥିବା ଫିଲ୍ମଟି ଦଶହରାରେ ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିବେ ବୋଲି ଆଶା ରକିଛନ୍ତି ପୂରା ଟିମ୍। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଶୋକ ପତି।



from Odisha Reporter https://ift.tt/2QIiTpQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages