ଆପଣ ଅଧିକ ଉତ୍ସାହିତ ହେଉଛନ୍ତି କି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 2, 2018

ଆପଣ ଅଧିକ ଉତ୍ସାହିତ ହେଉଛନ୍ତି କି!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖୁସି, ଦୁଃଖ ଆଉ ଚିଡ଼ିଚିଡ଼ାପଣ ସବୁ ଗୋଟିଏ ଗୋଟିଏ ଏମିତି ଭାବ ଯାହା ଆମ ସହ ଯୋଡି ହୋଇ ରହିଥାଏ। ଏ  ସମସ୍ତ ଭାବନା ସିଧାଶଳଖ ଆମ ମସ୍ତିସ୍କ ସହ ସଂଯୁକ୍ତ ଥିବାରୁ ଏପରି ଭାବନାତ୍ମକସ୍ଥିତିକୁ ଆମେ ଅନୁଭବ କରୁ।

ଏହିପରି ଭାବନା ଆସିବା ଏକ ସୁସ୍ଥ ବ୍ୟକ୍ତିର ଲକ୍ଷଣ। କିନ୍ତୁ ଯଦି ଆପଣ ନିଜ ଆଖପାଖରେ ଏପରି କୌଣସି ବ୍ୟକ୍ତିଙ୍କୁ ଲକ୍ଷ୍ୟ କରୁଛନ୍ତି, ଯେଉଁମାନେ ଅଧିକ ଉତ୍ସାହି ହେଉଛନ୍ତି ଅଥବା ବିନା କାରଣରେ ଖୁସି ହେଉଛନ୍ତି, ଚିଡୁଛନ୍ତି ବା ଅଧିକ ଆତ୍ମବିଶ୍ୱାସ ଦେଖାଉଛନ୍ତି, ତେବେ ଏହି କଥାକୁ ସାମାନ୍ୟ ଭାବନ୍ତୁ ନାହିଁ।
ଏପରି ଆଚରଣ କରୁଥିବା ବ୍ୟକ୍ତିଙ୍କୁ ମନୋବିଜ୍ଞାନିଙ୍କୁ ଦେଖାଇବା ପାଇଁ ପରାମର୍ଶ ଦିଅନ୍ତୁ। କାରଣ ଏହା ଏକ ରୋଗ ହୋଇପାରେ। ଯାହାକୁ ମନୋବୈଜ୍ଞାନ ଭାଷାରେ ହାଇପୋମେନିଆ କୁହାଯାଏ।


କ’ଣ ଏହି ହାଇପୋମେନିଆ:
ହାଇପୋମେନିଆ ମନ, ମୁଡ୍‌ ଏବଂ ବ୍ୟବହାରର ଏପରି ଏକ ଅବସ୍ଥା, ଯାହା ଅଧିକ ଉତ୍ସାହ, ଉଲ୍ଲାସ , ଚିଡ଼ିଚିଡ଼ାପଣ ଆଦି ରୂପରେ ବ୍ୟକ୍ତି ପାଖରେ ଦେଖିବାକୁ ମିଳିଥାଏ। ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କର ମନ ପ୍ରତି ମୂହୁର୍ତ୍ତରେ ପରିବର୍ତ୍ତନ ହୋଇଥାଏ। ଯେ କୌଣସି କାର୍ଯ୍ୟ ପାଇଁ ଅଧିକ ଉତ୍ସାହ ଦେଖାଇବା ପରି ଲକ୍ଷଣ ଏହି ରୋଗୀମାନଙ୍କ ପାଖରେ ଦେଖିବାକୁ ମିଳିଥାଏ।
ହାଇପୋମେନିଆ ବ୍ୟବହାରରେ ଉତ୍ସାହ ଉତ୍ପନ୍ନ କରିଥାଏ। ଯଦି ଏହି ବ୍ୟବହାର ଉଗ୍ର ରୂପ ଧାରଣ କରେ, ତେବେ ଭବିଷ୍ୟତରେ ସମସ୍ୟା ଦେଖାଯାଇଥାଏ।
ଏହାର ଲକ୍ଷଣ ଗୋଟିଏ ନୁହେଁ, ହାଇପୋମେନିଆର ଅନେକ ଲକ୍ଷଣ ରହିଛି। ଆସନ୍ତୁ କିଛି ଲକ୍ଷଣ ବିଷୟରେ ଜାଣିବା, ଯେଉଁ ଲକ୍ଷଣରୁ ଜାଣିହେବ ଜଣେ ବ୍ୟକ୍ତି ହାଇପୋମେନିଆର ଶିକାର ହୋଇଛନ୍ତି କିମ୍ୱା ନୁହେଁ।
୧. ଚିଡ଼ିଚିଡ଼ାପଣ ବଢ଼ିବା
୨. ଅଧିକ ଖୁସି ହେବାର ଭାବନା
୩. ଆବଶ୍ୟକତାଠାରୁ ଅଧିକ ଆତ୍ମବିଶ୍ୱାସ ଏବଂ ଉଚ୍ଚ ଅନୁଭବ କରିବା
୪. ଆତ୍ମ ସମ୍ମାନର ଭାବନା ଏବଂ ଆତ୍ମବିଶ୍ୱାସ ଅଧିକ ବଢ଼ିବା
୫. କମ୍‌ ଶୋଇବା ପରେ ମଧ୍ୟ ଫ୍ରେସ୍‌ ଅନୁଭବ କରିବା
୬. ବହୁତ ସମୟ ଧରି କଥାବାର୍ତ୍ତା କରିବା
୭. ନିଜର ଚିନ୍ତାଶକ୍ତି ଏଊଂ ବିଚାରଶକ୍ତିକୁ ଠିକ୍‌ ଭାବିବା
୮. ନିଜର ମହତ୍ତ୍ୱକୁ ଅତିରଞ୍ଜିତ କରି ଭାବିବା
୯. ବିଚଳିତ ରହିବା ଏବଂ ଆରାମ କରିବା ପାଇଁ କଷ୍ଟ ଅନୁଭବ କରିବା
୧୦. ଏକାଗ୍ରତା ହ୍ରାସ ପାଇବା ଏବଂ ପ୍ରତି କଥାରେ ବିଚଳିତ ହେବା
୧୧. ସାମାଜିକ ଗତିବିଧି ବୃଦ୍ଧି ପାଇବା
ହାଇପୋମେନିଆର କାରଣ:
ଏହି ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ସମସ୍ୟା ଜଟିଳ ହୋଇଥାଏ। ଏହି ପ୍ରକାର ବ୍ୟକ୍ତି ଏକ ବିଶେଷ କାରଣକୁ ଖରାପ ବୋଲି ବିଚାର କରି ବିଚଳିତ ରହିଥାନ୍ତି। ଏହା ବ୍ୟତୀତ ମାଦକ ଦ୍ରବ୍ୟର ବ୍ୟବହାର ଯୋଗୁ ମଧ୍ୟ ଏହି ରୋଗ ହୋଇପାରେ।
ଏହା ସହ ଆପଣଙ୍କ ପରିବାର ଇତିହାସରେ ଯଦି କୌଣସି ସଦସ୍ୟଙ୍କୁ ପୂର୍ବରୁ ଏହି ରୋଗ ହୋଇଥିଲା, ତେବେ ମଧ୍ୟ ଅନ୍ୟ ସଦସ୍ୟଙ୍କୁ ଏହି ରୋଗ ହେବାର ଆଶଙ୍କା ଥାଏ।
ହାଇପୋମେନିଆ ଏକ biological disorder। ସାଧାରଣତଃ ଏହା Heredity or genetic କାରଣରୁ ହୋଇଥାଏ। ଏହି ରୋଗର ଉପଚାର କେବଳ ଔଷଧ ଦ୍ୱାରା ହିଁ କରାଯାଇପାରିବ।
ଯଦି ଆପଣ ଏହି ରୋଗର ଉପଚାର ଠିକ୍‌ ସମୟରେ ନ କରନ୍ତି, ତେବେ ‘ହାଇପୋମେନିଆ’ ରୋଗ ‘ମେନିଆ’ରେ ପରିବର୍ତ୍ତିତ ହୋଇଥାଏ। ଯାହା ଏକ ଅନିୟନ୍ତ୍ରିତ ଜଟିଳ ମାନସିକ ରୋଗ।
ହାଇପୋମେନିଆରେ ପୀଡ଼ିତ ରୋଗୀଙ୍କୁ ପ୍ରଥମେ ୧ ବର୍ଷ ପର୍ଯ୍ୟନ୍ତ ଔଷଧ ନେବାକୁ ପଡ଼ିଥାଏ। ଉଚିତ୍‌ ଉପଚାର ନ କରାଗଲେ, ଭବିଷ୍ୟତରେ ଏହି ରୋଗ ଡିପ୍ରେସନ୍‌ରେ ପରିଣତ ହୋଇଥାଏ। ଯାହା ଗମ୍ଭୀର ରୂପ ଧାରଣ କରିବାର ଆଶଙ୍କା ଥାଏ।



from Odisha Reporter https://ift.tt/2IuOdWd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages