ୱେଷ୍ଟ୍‌ଇଣ୍ଡିଜ୍‌ ସିରିଜ୍‌ରେ ବିରାଟ୍ ଭାଙ୍ଗିବେ ଏହି ରେକର୍ଡ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 1, 2018

ୱେଷ୍ଟ୍‌ଇଣ୍ଡିଜ୍‌ ସିରିଜ୍‌ରେ ବିରାଟ୍ ଭାଙ୍ଗିବେ ଏହି ରେକର୍ଡ !

(ଓଡ଼ିଶା ରିପୋର୍ଟର)- ୱେଷ୍ଟଇଣ୍ଡିଜ୍‌ ସହିତ ଭାରତର ଆଗାମୀ ଘରୋଇ ସିରିଜ୍‌ରେ ପୁଣି ପଡ଼ିଆକୁ ଓହ୍ଲାଇବେ ଟିମ୍‌ ଇଣ୍ଡିଆର ନିୟମିତ ଅଧିନାୟକ ବିରାଟ୍ କୋହଲି। କିନ୍ତୁ କୋହଲିଙ୍କ ଏଥରର ବିରାଟ୍‌ ଧମାଲ୍‌ରେ ଲାଗିବ ଚାରଚାନ୍ଦ୍‌ ଯେତେବେଳେ ସେ ତାଙ୍କ ତାଲିକାରେ ଯୋଡ଼ିବେ ପୁଣି ଏକ ନୂଆ ରେକର୍ଡ।

ଆଉ ମାତ୍ର କିଛି ଦିନ ପରେ ହେବାକୁ ଥିବା ଏହି ନୂଆ ରେକର୍ଡ ଆଉ ଜଣେ ପୂର୍ବତନ ଅଧିନାୟକଙ୍କ ପୁରୁଣା ରେକର୍ଡକୁ ପଛରେ ପକାଇବ। ଆଜ୍ଞା ହଁ, ବିରାଟ୍‌ କୋହଲି ବର୍ତ୍ତମାନ ସୁଦ୍ଧା ୱେଷ୍ଟଇଣ୍ଡିଜ୍‌ ବିରୋଧରେ ଖେଳିଥିବା ୧୦ଟି ଟେଷ୍ଟ ମ୍ୟାଚ୍‌ରୁ ୫୦୨ ରନ୍‌ କରି ସାରିଛନ୍ତି ଯାହାକି ମହମ୍ମଦ୍ ଆଝାରୁଦ୍ଦିନ୍‌ଙ୍କ ୫୩୯ ରନ୍‌ଠାରୁ ମାତ୍ର ୩୭ ରନ୍‌ କମ୍‌। ଆଗାମୀ ମ୍ୟାଚ୍‌ରେ ଏହାକୁ ଅତିକ୍ରମ କରିବା ବିରାଟଙ୍କ ପାଇଁ ଅସମ୍ଭବ ନୁହେଁ।

କୋହଲି ୨୦୧୪ରେ ଟେଷ୍ଟ୍‌ କ୍ରିକେଟ୍‌ରୁ ଅବସର ନେଇଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନାମରେ ଥିବା ୪୭୬ ରନ୍‌ର ରେକର୍ଡ ଭାଙ୍ଗି ସାରିଛନ୍ତି। ୱେଷ୍ଟଇଣ୍ଡିଜ୍‌ ବିରୋଧରେ କୋହଲିଙ୍କ ବ୍ୟାଟିଂ ଆଭ୍‌ରେଜ୍‌ ୩୮.୬୧ ରହିଛି ଏବଂ ସେ ଏହି ମ୍ୟାଚ୍‌ଗୁଡ଼ିକରେ ସର୍ବାଧିକ ୨୦୦ ରନ୍‌ ସ୍କୋର କରିପାରିଛନ୍ତି।

ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍‌ ବିରୋଧରେ ଟେଷ୍ଟ୍‌ ସ୍କୋର କରିବାରେ କ୍ରିକେଟ୍‌ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ୨୭୪୬ ରନ୍‌ ସହ ସବୁଠାରୁ ଆଗରେ ଅଛନ୍ତି, ତାଙ୍କ ପଛକୁ ରାହୁଲ୍‌ ଦ୍ରାବିଡ଼ ୧୯୭୮ ରନ୍‌ ଏବଂ ଭିଭିଏସ୍‌ ଲକ୍ଷ୍ମଣ ୧୭୧୫ ରନ୍‌ ସହିତ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି। ସୂଚନାଯୋଗ୍ୟ ଯେ, ଆସନ୍ତା ୪ ତାରିଖରୁ ରାଜକୋଟ୍‌ରେ ଭାରତ ୱେଷ୍ଟଇଣ୍ଡିଜ୍‌ ସହିତ ଏହି ସିରିଜ୍‌ର ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ ଖେଳିବ।

୧୯୪୮ ପରଠାରୁ ଏହି ଦୁଇ ଦଳ ପରସ୍ପରକୁ ୯୪ଟି ଟେଷ୍ଟରେ ଭେଟିଛନ୍ତି, ଯେଉଁଥିରୁ ୱେଷ୍ଟଇଣ୍ଡିଜ୍‌ ୩୦ଟି ଜିତିଛି, ୨୮ଟି ହାରିଛି ଏବଂ ୪୬ଟି ଡ୍ର ରହିଛି।



from Odisha Reporter https://ift.tt/2OmFURX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages