
କୋଣାର୍କ (ଓଡ଼ିଶା ରିପୋର୍ଟର): କୋଣାର୍କରେ ବଙ୍ଗୀୟ ଯୁବତୀଙ୍କୁ ୧୦ ଦିନ ଧରି ଏକ ଘରେ ବନ୍ଦ ରଖି ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ପୁଲିସର ଖୋଲତାଡ୍ ଜାରି ରଖିଛି। ଗତକାଲି ଏହି ଘଟଣା ଜଣାପଡିବା ପରେ କିଛି ଅଭିଯୁକ୍ତଙ୍କ ନାଁ ନେଇଥିଲେ ପୀଡ଼ିତା ଯୁବତୀ। ହେଲେ ଏପର୍ଯ୍ୟନ୍ତ କୌଣସି ଅଭିଯୁକ୍ତଙ୍କ ଟେର୍ ପାଇନି ପୁଲିସ। କେବଳ ଯୁବତୀ ଉଦ୍ଧାର ହୋଇଥିବା ଘରର ମାଲିକକୁ ଅଟକ ରଖି ପଚରା ଉଚରା କରୁଛି।
ଯୁବତୀ ଉଦ୍ଧାର ହୋଇଥିବା ଘରୁ ପୁଲିସ୍ ଆଧାର କାର୍ଡ଼ ଓ କିଛି କାଗଜପତ୍ର ଜବତ କରିଛି।
ଗତକାଲି ଘର ଛାତ ଉପରୁ ପାଟି କରି ସହାୟତା ମାଗିବା ପରେ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ପୀଡିତା ଯୁବତୀଙ୍କୁ ଉଦ୍ଧାର କରିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଗଣ ଦୁଷ୍କର୍ମରେ ଶିକାର ହୋଇଥିବା ଯୁବତୀଙ୍କ ଘର ପଶ୍ଚିମବଙ୍ଗରେ। ତାଙ୍କୁ ଜଣେ ମହିଳା ଓଡ଼ିଶାରେ ଚାକିରି କରାଇଦେବା ବାହାନାରେ ଆଣିଥିଲା। ଚାକିରି ଦେବା ପରିବର୍ତ୍ତେ ମହିଳା ଜଣକ ଦେହ ବ୍ୟବସାୟ କାମରେ ନିୟୋଜିତ କରିଦେଇଥିଲା। ତେବେ ୧୦ ଦିନ ତଳେ ଜଣେ ଯୁବକ ସମ୍ପୃକ୍ତ ଯୁବତୀଙ୍କୁ ଲଜ୍ ଭିତରେ ରଖି ଗଣଦୁଷ୍କର୍ମ କରୁଥିଲା। ନିଶା ବଟିକା ଦେଇ ଗଣଦୁଷ୍କର୍ମ କରାଯାଉଥିବା ଯୁବତୀ ଅଭିଯୋଗ କରିଥିଲେ।
from Odisha Reporter https://ift.tt/2Cp87ky
No comments:
Post a Comment