
ମୁମ୍ବାଇ: ବଲିଉଡ୍ରେ ଏବେ ଚାଲିଛି ବାୟୋପିକ୍ ଟ୍ରେଣ୍ଡ୍। ତେଣୁ କାହା କାହାରି ଜୀବନ କାହାଣୀ ନେଇ ଫିଲ୍ମ ନିର୍ମାଣ କରାଯାଉଛି। ନିକଟରେ ପ୍ରୀତି ଜିଣ୍ଟା ଇଣ୍ଡିଆ ଟୁଡେର ଏକ କାର୍ଯ୍ୟକ୍ରମକୁ ଆସିଥିବା ବେଳେ ତାଙ୍କୁ ନିଜ ବାୟୋପିକ୍ ଉପରେ ପ୍ରଶ୍ନ କରାଯାଇଥିଲା। ଆଉ ଯଦି ତାଙ୍କ ବାୟୋପିକ୍ ନିର୍ମାଣ ହୁଏ ତେବେ ସେ ତାଙ୍କ ଚରିତ୍ରରେ କେଉଁ ଅଭିନେତ୍ରୀଙ୍କୁ ଦେଖିବାକୁ ଚାହାନ୍ତି ସେ ବିଷୟରେ ପଚରା ଯାଇଥିଲା।
ଉତ୍ତରରେ ସେ କହିଥିଲେ, ‘‘ଯଦି ମୋ ବାୟୋପିକ୍ ହେବ ତେବେ ମୁଁ ଚାହିଁବି ବଲିଉଡ୍ର ଚୁଲ୍ବୁଲି ତଥା ମୋଷ୍ଟ ଟ୍ୟାଲେଣ୍ଟେଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ସେଥିରେ ଅଭିନୟ କରନ୍ତୁ। ସେ ମୋ ଚରିତ୍ରକୁ ଖୁବ୍ ଭଲ ଭାବେ ଜଷ୍ଟିଫାଏ କରିପାରିବେ।”
ମଜାମଜାରେ ସେ ଏକଥା ବି କହିଥିଲେ ଯେ “ତାଙ୍କ ଗାଲରେ ବି ମୋ ଭଳି ଡିମ୍ପଲ ଅଛି।’’
ପ୍ରୀତି ଏହି କାର୍ଯ୍ୟକ୍ରମରେ ନିଜ ଜୀବନ ସହିତ ଜଡ଼ିତ ଅନେକ କଥା ଶେୟାର କରିଥିଲେ। ଏହାଛଡ଼ା ରଣବୀର କପୁର ଓ ରଣବୀର ସିଂହଙ୍କ ମଧ୍ୟରେ ତାଙ୍କର ପ୍ରିୟ କିଏ ବୋଲି ପଚାରିବାରୁ କହିଥିଲେ, ଫିଲ୍ମ ‘ସଞ୍ଜୁ’ ଆସିବା ପରେ ରଣବୀର କପୁର ତାଙ୍କୁ ଅଧିକ ପସନ୍ଦ ଆସିଲେ। ତା’ ପୂର୍ବରୁ ରଣବୀର ସିଂହଙ୍କ କାମ ତାଙ୍କୁ ଅଧିକ ପସନ୍ଦ ଥିଲା।
ସୂଚନାଯୋଗ୍ୟ, ପ୍ରୀତିଙ୍କ ଅଭିନିତ ଫିଲ୍ମ ‘ଭଇୟାଜୀ’ ପରଦାକୁ ଆସିବାର ଅଛି। ଏଥିରେ ସେ ସନ୍ନି ଦେୱଲଙ୍କ ସହ ଅଭିନୟ କରିବେ। ଦୀର୍ଘଦିନ ପରେ ସେ ଏହି ଫିଲ୍ମ ଜରିଆରେ ବଲିଉଡ୍କୁ କମ୍ବ୍ୟାକ୍ କରୁଛନ୍ତି।
from Odisha Reporter https://ift.tt/2Cyi3sX
No comments:
Post a Comment