
ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ରରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଗଲା ପରି ଲାଗୁଛି। ଗତ କିଛି ଦିନ ତଳେ ପୁଲିସ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆକ୍ରମଣ କରିଥିବା ବେଳେ ଆଜି ବଡ଼ଦାଣ୍ଡ ରଣଭୂମିରେ ପରିଣତ ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ପୁରୀରେ ବ୍ୟାପକ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ଏହା ସତ୍ତ୍ୱେ ମଧ୍ୟ ଆଜି ପୁଣି ଶ୍ରୀକ୍ଷେତ୍ରରେ ବୋମା ଫୁଟିଛି।
ଆଜି ସନ୍ଧ୍ୟା ବେଳେ ବାସେଳିସାହି ଥାନା ବାଲି ସ୍କୁଲ୍ ପଛ ପାର୍ଶ୍ୱରେ ରିଙ୍କୁ ସୁଆର ଓ ସନତ ପଣ୍ଡା ବସି କଥା ହେଉଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଆସି ତାଙ୍କ ସହିତ ଯୁକ୍ତିତର୍କ କରିଥିଲେ। ପରେ ସେମାନଙ୍କ ଉପରେ ବୋମା ଫିଙ୍ଗି ଚମ୍ପଟ ମାରିଥିଲେ। ଫଳରେ ଉଭୟ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି।
ପୂର୍ବ ଶତ୍ରୁତାରୁ ବୋମା ମାଡ଼ ହୋଇଥିବା ପୁଲିସ କହିଛି।
from Odisha Reporter https://ift.tt/2OxfQU8
No comments:
Post a Comment