
(ଓଡ଼ିଶା ରିପୋର୍ଟର)- ପାକସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ‘ନୂଆ ପାକିସ୍ତାନ’ ନାରା ପୁଣିଥରେ ହାସ୍ୟାସ୍ପଦ ସାବ୍ୟସ୍ତ ହୋଇଛି। ଇମ୍ରାନ୍ଙ୍କ ସରକାରର ଜଣେ ବରିଷ୍ଠ ମନ୍ତ୍ରୀଙ୍କୁ କୁଖ୍ୟାତ ଆତଙ୍କୀ ତଥା ଲସ୍କର ଇ ତାଏବା ମୁଖ୍ୟ ହଫିଜ୍ ସୟିଦ୍ ସହିତ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବା ପରେ ପାକ୍ ସରକାର ପୁଣି ଅଡ଼ୁଆରେ ପଡ଼ିଛନ୍ତି।
୨୬/୧୧ ଆକ୍ରମଣ ଘଟଣାର ମୁଖ୍ୟ କାର୍ପଟଦାର ହଫିଜ୍ ସହିତ ଯୋଗ ଦେଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଧାର୍ମିକ ବ୍ୟାପାର ଏବଂ ସାମ୍ପ୍ରଦାୟିକ ସଦ୍ଭାବ ମନ୍ତ୍ରୀ ନୂର୍-ଉଲ୍-ହକ୍ କାଦ୍ରି। ଭାଇରାଲ ହୋଇଥିବା ଫଟୋରୁ ଜଣାପଡ଼ୁଛି, ସେମାନଙ୍କ ପଛରେ ଉର୍ଦ୍ଦୁରେ ଲେଖାଥିବା ବ୍ୟାନରଟିରେ ପାକିସ୍ତାନ୍ର ପ୍ରତିରକ୍ଷା, କଶ୍ମୀର ଏବଂ ଭାରତର ଧମକ ଆଦି ଶବ୍ଦ ଉଲ୍ଲେଖ ରହିଛି।
କିଛି ଦିନ ପୂର୍ବରୁ ଜାତିସଂଘରେ ଭାରତ ପକ୍ଷରୁ ଯୋଗ ଦେଇଥିବା ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଆତଙ୍କୀ ଦମନରେ ପାକିସ୍ତାନର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହା ସହିତ କହିଥିଲେ ଏହି ଦେଶ ହତ୍ୟାକାରୀଙ୍କୁ ପ୍ରୋତ୍ସାହନ ଦେଉଛି, କିନ୍ତୁ ନିରୀହଙ୍କ ରକ୍ତ ତାଙ୍କୁ ଦେଖାଯାଉନାହିଁ।
୯/୧୧ ମୁଖ୍ୟ କାର୍ପଟଦାରକୁ ଦଣ୍ଡ ମିଳିଲା କିନ୍ତୁ ୨୬/୧୧ ପଛର ମାଷ୍ଟରମାଇଣ୍ଡ୍ ହଫିଜ୍ ଆଜି ନିର୍ଭୟରେ ପାକିସ୍ତାନରେ ଘୂରି ବୁଲୁଛି ବୋଲି ସେ କହିଥିଲେ। ଆଜି ସୁଷମାଙ୍କ ଏହି ଅଭିଯୋଗର ଜ୍ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି, ଧାର୍ମିକ ବ୍ୟାପାର ଭଳି ମନ୍ତ୍ରାଳୟର ଦାୟିତ୍ଵରେ ଥାଇ ଏଭଳି ଦୁଃସାହସ କରିବା ଧର୍ମକୁ ଅଖିଠାର ଭଳି ମନେ ହେଉଛି।
from Odisha Reporter https://ift.tt/2IsSslb
No comments:
Post a Comment