ମୁହଁ ଫୁଟାଣି ଛାଡ଼ି ଏକାଠି ହୋଇ କାମ କରିବା ଦରକାର: ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 20, 2018

ମୁହଁ ଫୁଟାଣି ଛାଡ଼ି ଏକାଠି ହୋଇ କାମ କରିବା ଦରକାର: ଧର୍ମେନ୍ଦ୍ର

dharmendra

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ତିତ୍ଲି’ ବାତ୍ୟା ଓ ତା’ ପରବର୍ତ୍ତୀ ବନ୍ୟା ମୁକାବିଲାକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।

ଗଜପତି ଓ ଗଞ୍ଜାମର ପ୍ରଭାବିତ ଅଞ୍ଚଳ ବୁଲି ଫେରିବା ପରେ ଧର୍ମେନ୍ଦ୍ର ଫେସ୍ବୁକ୍‌ରେ ଏକ ଭିଡିଓ ଜରିଆରେ ସରକାରଙ୍କ ବିଫଳତାର ଫର୍ଦ୍ଦ ଖୋଲିଛନ୍ତି।

ସେ କହିଛନ୍ତି,“ବାତ୍ୟା ଆସିବ ବୋଲି ଆଗରୁ ଜଣାଥିଲେ ମଧ୍ୟ ଗଜପତି ଜିଲ୍ଲାର ଅଧିକାଂଶ ଅଞ୍ଚଳର ଲୋକଙ୍କୁ ଏ ନେଇ ସଚେତନ କରାଯାଇ ନ ଥିଲା। ସବୁ ଲୋକଙ୍କ ପାଇଁ ରିଲିଫ୍ ବ୍ୟବସ୍ଥା କରାଯାଇନାହିଁ। ଶାସକ ଦଳ ଜିରୋ କାଜୁଆଲିଟି କଥା କହି ବାହାଦୁରି ନେଉଥିବା ବେଳେ ବାତ୍ୟାର ୮ ଦିନ ପରେ ମଧ୍ୟ ମୃତଦେହ ମିଳୁଛି।”

ସେ ଆହୁରି କହିଛନ୍ତି,“ମନ୍ତ୍ରୀମାନେ ଏବେ ଏକ୍ସଗ୍ରାସିଆ କଥା କହୁଛନ୍ତି। ୧୦ ଲକ୍ଷ ଟଙ୍କା ଦେଇଛୁ କହି ବାହା ବାହା ନେଉଛନ୍ତି। ସରକାର ସାହୁକାର ଭଳି ବ୍ୟବହାର କରୁଛନ୍ତି। ଟଙ୍କା ଦେଇ ସମ୍ଭାଳି ନେଲୁ ବୋଲି କହୁଛନ୍ତି। ଯେଉଁମାନେ ଦାୟିତ୍ୱରେ ଅଛନ୍ତି ମୁହଁ ଫୁଟାଣି ଛାଡ଼ି,ସମସ୍ତଙ୍କୁ ଏକାଠି କରି କାମ କରିବା ଦରକାର।”

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଶ୍ରୀକାକୁଲମ୍ ଜିଲ୍ଲାରେ କ୍ୟାମ୍ପ କରି ରିଲିଫ୍ କଥା ବୁଝୁଛନ୍ତି। ହେଲେ ଗଜପତି ଜିଲ୍ଲାରେ ଜଣେ ବି ଦାୟିତ୍ୱ ସମ୍ପନ୍ନ ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତା କିମ୍ବା ମନ୍ତ୍ରୀଙ୍କୁ ସେ ଦେଖିବାକୁ ପାଇଲେ ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି।



from Odisha Reporter https://ift.tt/2Cv4NV9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages