ଅପରାହ୍ଣରୁ ଆରମ୍ଭ ହେବ ପବନ, ଧୀରେ ଧୀରେ ଜୋର୍‌ ଧରିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 10, 2018

ଅପରାହ୍ଣରୁ ଆରମ୍ଭ ହେବ ପବନ, ଧୀରେ ଧୀରେ ଜୋର୍‌ ଧରିବ

Cyclone_001

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଳକୁ ବେଳ ଭୟଙ୍କର ହେଉଛି ବାତ୍ୟା ତିତ୍‌ଲି। ଏହାର ପ୍ରଭାବରେ ଆଜି ଅପରାହ୍ଣରୁ ଉପକୂଳ ଓ ଉପକୂଳବର୍ତ୍ତୀ ଓଡ଼ିଶାରେ ପବନ ଆରମ୍ଭ ହୋଇଯିବ।

ଆରମ୍ଭରୁ ଏହାର ବେଗ ୬୦ରୁ ୭୦ କିମି ରହିବ। ହେଲେ ସମୟ ବଢ଼ିବା ସହ ପବନର ବେଗ ମଧ୍ୟ ବୃଦ୍ଧି ପାଇବ। ଦକ୍ଷିଣ ଉପକୂଳ ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ବୃଦ୍ଧି ପାଇ ୧୨୦ରୁ ୧୩୦ କିମି ହୋଇଯିବ। ରାତି ପରଠାରୁ ଏହାର ବେଗ ଘଣ୍ଟାପ୍ରତି ୧୪୫ କିମି ପର୍ଯ୍ୟନ୍ତ ହୋଇଯିବାର ମଧ୍ୟ ସମ୍ଭାବନା ରହିଛି।

ସେହିପରି ଉତ୍ତର ଓଡ଼ିଶା ଉପକୂଳ ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ରାତିରେ ୭୦ରୁ ୮୦ କିମି ବେଗରେ ପବନ ହେବ। ବେଳେ ବେଳେ ଏହା ୯୦ କିମି ପର୍ଯ୍ୟନ୍ତ ହୋଇପାରେ।

ସୂଚନାଯୋଗ୍ୟ, ଏବେ ସମୁଦ୍ର ମଧ୍ୟରେ ୧୦୦ରୁ ୧୧୦ କିମି ବେଗରେ ପବନ ବହୁଛି। ଅପରାହ୍ଣ ବେଳକୁ ଏହାର ବେଗ ୧୫୫କିମି ହୋଇଯିବା ନେଇ ଆଶଙ୍କା କରାଯାଉଛି।



from Odisha Reporter https://ift.tt/2Czxe4V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages