ସିମେଣ୍ଟ କାରଖାନାରେ ମନ୍ତ୍ରୀଙ୍କ ବଡ଼ ଶେୟାର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

ସିମେଣ୍ଟ କାରଖାନାରେ ମନ୍ତ୍ରୀଙ୍କ ବଡ଼ ଶେୟାର୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ଜଣେ ମନ୍ତ୍ରୀ କୁଆଡ଼େ କ୍ଷମତାକେନ୍ଦ୍ରଙ୍କ ଆଶୀର୍ବାଦରେ ନିଜ ନିର୍ବାଚନମଣ୍ଡଳୀରେ ଗୋଟିଏ ସିମେଣ୍ଟ କାରଖାନା ନିର୍ମାଣ କରୁଛନ୍ତି ବୋଲି ଚର୍ଚ୍ଚା। ସେ ମନ୍ତ୍ରୀ ହେବାପରେ କୁଆଡ଼େ ଏହି ସିମେଣ୍ଟ କାରଖାନା ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ସେହି ସିମେଣ୍ଟ କାରଖାନାରେ କୁଆଡ଼େ ମନ୍ତ୍ରୀଙ୍କ ବଡ଼ ଶେୟାର ରହିଛି। ଏଥିରେ ମନ୍ତ୍ରୀଙ୍କ ସମ୍ପର୍କୀୟମାନେ କୁଆଡ଼େ ପୁଞ୍ଜିନିବେଶ କରି ଖୋଲାଖୋଲି ଭାବେ ମାଲିକାନା ଜାହିର କରୁଛନ୍ତି।

ଶୁଣିବାକୁ ମିଳୁଛି, ଏହି ସିମେଣ୍ଟ କାରଖାନାକୁ ସରକାରୀ ଜମି ମାଗଣାରେ ଆବଣ୍ଟନ କରିବାଠୁ ଆରମ୍ଭ କରି ସମସ୍ତ ପ୍ରକାରର ସରକାରୀ ଭିତ୍ତିଭୂମି ଯୋଗାଇ ଦେବାରେ କୁଆଡ଼େ ମନ୍ତ୍ରୀଙ୍କ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମନ୍ତ୍ରୀଙ୍କ ପ୍ରଚ୍ଛନ୍ନ ସହଯୋଗରେ ରାଜ୍ୟ ବାହାରର ଶିଳ୍ପପତିଙ୍କ ଦ୍ୱାରା ସ୍ଥାପିତ ସିମେଣ୍ଟ କାରଖାନା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଓ ମାର୍ଚ୍ଚ-ଏପ୍ରିଲ ସୁଦ୍ଧା ଏଥିରୁ ଉତ୍ପାଦନ ଆରମ୍ଭ ହେବ। ଏହି ମୋଟ ପ୍ରକଳ୍ପରେ କୁଆଡ଼େ ୪୫୦କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ଚର୍ଚ୍ଚା ହେଉଛି, ଏହି ଅଞ୍ଚଳରେ ଶିଳ୍ପ ସ୍ଥାପନ କରିବାକୁ ହେଲେ ମନ୍ତ୍ରୀ ଓ ତାଙ୍କ ଭାଇମାନଙ୍କ ସହଯୋଗ ଜରୁରୀ। ସେମାନଙ୍କୁ ବାଦ୍ ଦେଇ ସେହି ଅଞ୍ଚଳରେ କୌଣସି ବ୍ୟବସାୟ କରିବା ବି ସହଜ ନୁହେଁ । ତେଣୁ ସିମେଣ୍ଟ କାରଖାନା ସ୍ଥାପନ ପାଇଁ ସରକାରୀ ମଞ୍ଜୁରୀ ମିଳିବା ପରେ କୁଆଡ଼େ ଏହି ମନ୍ତ୍ରୀଙ୍କ ଭାଇମାନେ ସମ୍ପୃକ୍ତ ଅଞ୍ଚଳରେ ବହୁ ପରିମାଣର ଜମି ଶାଗମାଛ ଦରରେ କିଣିବା ସହ ସରକାରୀ ଜମିଗୁଡ଼ିକୁ ମଧ୍ୟ ଲିଜ୍ ଆକାରରେ ନେଇ ଯାଇଛନ୍ତି।

ଏବେ ସେସବୁ ଅଞ୍ଚଳରେ ମାର୍କେଟ୍ କମ୍ପେ୍ଲକ୍ସଠୁ ଆରମ୍ଭ କରି ବ୍ୟବସାୟିକ କୋଠା କରି ସେଠାରେ ଥିବା ଛୋଟ ଛୋଟ ଶିଳ୍ପ ସଂସ୍ଥାଗୁଡ଼ିକୁ ଭଡ଼ାରେ ଲଗାଇଛନ୍ତି। ମନ୍ତ୍ରୀଙ୍କ ବିନା ଇସାରାରେ ସେଠାରେ ଉଭୟ ସରକାରୀ ଓ ବେସରକାରୀ ଠିକା କାର୍ଯ୍ୟ ହେବା ସମ୍ଭବପର ନୁହେଁ। ନିଜ ଭାଇମାନଙ୍କ ମାଧ୍ୟମରେ ମନ୍ତ୍ରୀ କେବଳ ନିଜ ଅଞ୍ଚଳରେ ନୁହେଁ ସମଗ୍ର ଜିଲ୍ଲାରେ କୁଆଡ଼େ ଉଭୟ ରାଜନୀତିକ ଓ ବ୍ୟବସାୟିକ ସାମ୍ରାଜ୍ୟ ବିସ୍ତାର କରୁଛନ୍ତି।

ଚର୍ଚ୍ଚା ହେଉଛି, କ୍ଷମତାକେନ୍ଦ୍ର ଓ ଅନ୍ୟଜଣେ ପ୍ରଭାବଶାଳୀ ଯୁବନେତାଙ୍କ ବିନା ଆଶୀର୍ବାଦରେ ତାଙ୍କୁ ମନ୍ତ୍ରୀ ପଦ ମିଳିବା ସମ୍ଭବପର ନଥିଲା। ସେହି ସିମେଣ୍ଟ କମ୍ପାନୀରେ ମଧ୍ୟ ଏହି ପ୍ରଭାବଶାଳୀ ଯୁବନେତା ନିଜର ପୁଞ୍ଜି ବିନିଯୋଗ କରିଛନ୍ତି। ଆଉ ଖାସ୍ ଏହି କାରଣରୁ ନିଜର ବ୍ୟବସାୟିକ ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ କୁଆଡ଼େ ଏହି ମନ୍ତ୍ରୀ ପଦ ତାଙ୍କୁ ବୋନସ୍ ଆକାରରେ ମିଳିଥିଲା ବୋଲି ଚର୍ଚ୍ଚା।



from Odisha Reporter https://ift.tt/2CSDYdu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages