
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପୁଣି ଆନ୍ଦୋଳନକୁ ଓହ୍ଲାଇଛି। ଆଜି ରାଜଭବନ ସମ୍ମୁଖରେ ଦଳ ଧାରଣା ଦେବା ସହ ପ୍ରତିବାଦ ସଭା କରିଛି।
ଏହି ଆନ୍ଦୋଳନରେ ବିଜେଡିର ଛାତ୍ର, ଯୁବ ଓ ମହିଳା କର୍ମୀ ସାମିଲ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ନାରା ଦେବା ସହ ତୁରନ୍ତ ତୈଳ ଦର ହ୍ରାସ ଲାଗି ଦଳ ଦାବି କରିଛି।
ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା କହିଛନ୍ତି,“ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନିୟନ୍ତ୍ରଣ କରିବାରେ କେନ୍ଦ୍ର ମନ୍ତ୍ରୀ ଓ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି।”
ଅନ୍ୟପକ୍ଷରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,“ଆଗ ଅନ୍ତଃରାଷ୍ଟ୍ରୀୟ ବଜାରରେ ତେଲର ଦର କମୁ, ଡଲାର ତୁଳନାରେ ଭାରତୀୟ ମୁଦ୍ରା ବ୍ୟବସ୍ଥିତ ହେଉ। ଭାରତ ସରକାର ଏହି ସବୁ କାମରେ ଲାଗିଛି। ଆମେ ବିଗତ ଦିନରେ ଯେତେବେଳେ ଏକ୍ସସାଇଜ୍ ଡ୍ୟୁଟି କମେଇ ଥିଲୁ ରାଜ୍ୟର ଅର୍ଥ ମନ୍ତ୍ରୀ ବିତଣ୍ଡା ଯୁକ୍ତି କରିଥିଲେ ଯେ ତାଙ୍କର କ୍ଷତି ହୋଇଗଲା। ଦାୟିତ୍ୱହୀନ ଲୋକମାନଙ୍କ ମନ୍ତବ୍ୟ ଉପରେ ଟିପଣୀ ଦେବାକୁ ମୁଁ ଉଚିତ୍ ମନେ କରୁନି।”
from Odisha Reporter https://ift.tt/2QltB5I
No comments:
Post a Comment