ପହଞ୍ଚିନି ପ୍ରଶାସନ, ଏବେ ବି ଦୁର୍ଦ୍ଦଶା ଭିତରେ ଦିନ କାଟୁଛନ୍ତି ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 14, 2018

ପହଞ୍ଚିନି ପ୍ରଶାସନ, ଏବେ ବି ଦୁର୍ଦ୍ଦଶା ଭିତରେ ଦିନ କାଟୁଛନ୍ତି ଲୋକେ

bala

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲାରେ ବନ୍ୟା ସ୍ଥିତିରେ ସୁଧାର ଆସିଛି। ବିଭିନ୍ନ ନଦୀରେ ଜଳସ୍ତର କମିଛି। ଜଳକାର ଜଳସ୍ତର ଖସିଥିଲେ ମଧ୍ୟ ଏହା ଏବେ ବି ବିପଦ ସଙ୍କେତ ଉପରେ ରହିଛି।

ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଇଥିଲେ ମଧ୍ୟ ଲୋକଙ୍କ ଦୁର୍ଦ୍ଦଶା କମିନି। ଏବେ ବି କିଛି ଗାଁ ଗଣ୍ଡା ଭିତରେ ପାଣି ପଶି ରହିଛି। କିଛି ସ୍ଥାନରେ ରାସ୍ତାଘାଟ ଜଳମଗ୍ନ ହୋଇ ରହିଛି।

ଶହ ଶହ ଏକର ଚାଷ ଜମି ବୁଡ଼ି ଯାଇଥିବାରୁ ଧାନ ଫସଲ ସଂପୂର୍ଣ୍ଣ ଉଜୁଡ଼ି ଯାଇଛି।

ବସ୍ତା-ବାଲିଆପାଳ ମଧ୍ୟରେ ଥିବା ପେଜଗଳାରେ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି।

ଅନ୍ୟପକ୍ଷରରେ ବୁଡ଼ି ରହିଥିବା ରେମୁଣା ବ୍ଲକ୍‌ର ୧୦ଟି ଗାଁରେ ପ୍ରଶାସନ ପହଞ୍ଚି ନାହିଁ ବୋଲି ଅଭିଯୋଗ ହୋଇଛି। ୪ ଦିନ ହେଲା ବିଦ୍ୟୁତ୍ ନ ଥିଲେ ବି ପ୍ରଶାସନ ଚେତୁ ନଥିବା ଅଭିଯୋଗ କରିଛନ୍ତି ଲୋକେ।

ବାଲେଶ୍ୱର ସଦର ବ୍ଲକ୍ ବଇଁଚା ପଞ୍ଚାୟତ ପାଖରାବାଡ଼ ଗାଁରେ କାନ୍ଥ ପଡ଼ି ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।



from Odisha Reporter https://ift.tt/2Ejv0s4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages