ଚାକିରି ଛାଡ଼ିବା ଯେ ଭଲ ନୁହେଁ, ତାହା ଜମା ନୁହେଁ। ସେହିପରି ବାରମ୍ବାର ସଂସ୍ଥା ପରିବର୍ତ୍ତନ କରିବା ଯେ ଏକ ବାହାଦୁରୀ, ତାହା ମଧ୍ୟ ନୁହେଁ। ଆପଣ କାହିଁକି ଚାକିରି ଛାଡ଼ିବା ପାଇଁ ଚିନ୍ତା କରୁଛନ୍ତି ତା’ର ସ୍ପଷ୍ଟ କାରଣ ନିଜେ ଚିନ୍ତା କରନ୍ତୁ। ତାହା ଚାକିରି ଛାଡିବା ପାଇଁ ଏକ ଯୁକ୍ତିଯୁକ୍ତ କାରଣ କି ? ଏହା ଜାଣିବା ନିହାତି ଜରୁରୀ।
– ଏହାର ବିକଳ୍ପ ଆପଣଙ୍କ ହାତରେ କଣ ଅଛି ? ବର୍ତ୍ତମାନର ସଂସ୍ଥା ଛାଡ଼ିଲେ, ତା ଠାରୁ ଭଲ ବିକଳ୍ପ ଆପଣଙ୍କ ପାଇଁ କିଛି ଅଛି କି ? ତା’ର ତର୍ଜମା କରନ୍ତୁ। ଚାକିରି ଛାଡ଼ିଲେ କ’ଣ ହରାଇବେ ଏବଂ କଣ ପାଇବେ ସେକଥା ନିଜେ ତୁଳନା କରି ଦେଖନ୍ତୁ। ଏ କ୍ଷେତ୍ରରେ ଉଭୟ ଆର୍ଥିକ ଦିଗ ଏବଂ ଆତ୍ମସନ୍ତୋଷକୁ ପ୍ରାଧାନ୍ୟ ଦେବା ଉଚିତ ବୋଲି କୁହାଯାଇ ପାରେ।
– ଚାକିରି ଛାଡିବା ପାଇଁ ଯଦି ଆପଣ ଦୃଢ଼ ନିଶ୍ଚିତ ତେବେ ପୁରୁଣା ସଂସ୍ଥା ସହିତ ସୁସମ୍ପର୍କ ରଖି ଛାଡ଼ିବା ଉଚିତ। ଚାକିରି ଛାଡ଼ିବା ପୂର୍ବରୁ ନିଜର ବଳକା କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଭଲ। ନିଜ ସଂସ୍ଥାର ବିଧି ବ୍ୟବସ୍ଥାକୁ ପାଳନ କରି ପରିଚାଳନା ବା ମାନବ ସମ୍ବଳ ବିଭାଗ ତଥା କମ୍ପାନୀର ମୁଖ୍ୟଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଇନେବା ଉଚିତ।
– ଆପଣଙ୍କ ସ୍ଥାନରେ ଯେଉଁ କର୍ମଚାରୀ ନିୟୋଜିତ ହେବେ ତାଙ୍କୁ କାର୍ଯ୍ୟଧାରା ସମ୍ପର୍କରେ ସୂଚିତ କରିବା ପାଇଁ ଆପଣଙ୍କର ଏକ ବୈଧାନିକ କର୍ତ୍ତବ୍ୟ ବୋଲି ଭାବିନେବା ଭଲ।
– ଶେଷ କାର୍ଯ୍ୟ ଦିବସରେ ସମସ୍ତଙ୍କ ସହ ବ୍ୟକ୍ତିଗତ ସ୍ଥରରେ ବାର୍ତ୍ତାଳାପ କରି ଭାବର ଆଦାନପ୍ରଦାନ କରିବା ଉଚିତ ହେବ।
from Odisha Reporter https://ift.tt/2xPQw2b
No comments:
Post a Comment