ଶ୍ରୀମନ୍ଦିରରେ ପୁଣି ବ୍ୟାରିକେଡ୍ ଭାଙ୍ଗିଲେ ଭକ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 1, 2018

ଶ୍ରୀମନ୍ଦିରରେ ପୁଣି ବ୍ୟାରିକେଡ୍ ଭାଙ୍ଗିଲେ ଭକ୍ତ

puri-temple

ପୁରୀ(ମଧୁସୂଦନ ମିଶ୍ର): ଆଜି ବି ଶ୍ରୀମନ୍ଦିରରେ ଧାଡ଼ିଦର୍ଶନ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଗତକାଲି ଭଳି ଆଜି ମଧ୍ୟ ସ୍ଥାନୀୟ ଲୋକ ଧାଡ଼ି ଦର୍ଶନ ପାଇଁ ଅମଙ୍ଗ ହୋଇଥିଲେ।

ମଙ୍ଗଳ ଆଳତୀ ପାଇଁ ଅଲଗା ଦ୍ୱାରରେ ପ୍ରବେଶ କରାଇବା ଲାଗି ସ୍ଥାନୀୟ ଲୋକ କିଛି ସମୟ ଧରି ଜିଦ୍‌ ଧରିଥିଲେ। ପରେ ବ୍ୟାରିକେଡ୍‌ ଭାଙ୍ଗି ମନ୍ଦିର ଭିତରେ ଶ୍ରଦ୍ଧାଳୁ ପ୍ରବେଶ କରିଥିଲେ।  ଆଜି ଦିବ୍ୟାଙ୍ଗ, ଭିଆଇପି ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ସ୍ୱତନ୍ତ୍ର ଭାବେ ନୂଆ ବ୍ୟାରିକେଡ୍‌ କରାଯାଇଥିଲା।puri

ଗତକାଲି ଠାରୁ ଶ୍ରୀମନ୍ଦିରରେ ପରୀକ୍ଷାମୂଳକ ଭାବେ ଧାଡ଼ିଦର୍ଶନ ଆରମ୍ଭ ହୋଇଥିଲା। ତେବେ ପ୍ରଥମ ଦିନରୁ ଏଥିରେ ବିଭ୍ରାଟ ଦେଖା ଦେଇଥିଲା। ସକାଳେ ମନ୍ଦିର ଖୋଲା ହେବା ମାତ୍ରେ ଧାଡ଼ିଦର୍ଶନରେ ବିଭ୍ରାଟ ଦେଖା ଦେଇଥିଲା।

ଧାଡ଼ିଦର୍ଶନ ପାଇଁ ଥିବା ବାରିକେଡ୍‌ରେ ପ୍ରବେଶ ନକରି ଶ୍ରଦ୍ଧାଳୁମାନେ ମନ୍ଦିର ଭିତରକୁ ମନଇଚ୍ଛା ପ୍ରବେଶ କରିଥିଲେ। ଧାଡ଼ି ବ୍ୟବସ୍ଥାକୁ ବିରୋଧ କରି ଶ୍ରୀଜଗନ୍ନାଥ ସେନାର କର୍ମୀ ଓ ସ୍ଥାନୀୟ ମହିଳା ଭକ୍ତ ବ୍ୟାରିକେଡ୍ ବାହାର କରି ଭିତରକୁ ପଶିଥିଲେ। କିଛି ସମୟ ଧରି ବିନା ଧାଡ଼ିରେ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ।

ବ୍ୟବସ୍ଥାକୁ ସ୍ଥାନୀୟ ଲୋକ, ଭକ୍ତ, ସେବାୟତ ବିରୋଧ କରିଥିଲେ। ହେଲେ କିଛି ଘଣ୍ଟା ପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ ଢଙ୍ଗରେ ଚାଲିଥିଲା। ଧାଡ଼ିଦର୍ଶନ ଓ ଅନ୍ୟ କେତେକ ଘଟଣାକୁ ବିରୋଧ କରି ଆସନ୍ତାକାଲି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ଦିଆଯାଇଛି।

 



from Odisha Reporter https://ift.tt/2y6vL1D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages