
ମୁନିଗୁଡ଼ା (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଳ ଧାରଣା କଡ଼ରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର କରାଯାଇଛି।
ଗତକାଲି ରାତିରେ ରେଳ ଧାରଣାରେ ଶିଶୁ କନ୍ୟାଟି କାନ୍ଦୁଥିବା ହସ୍ତିନୀ ନାଗ ଶୁଣିବା ପରେ ସେଠାକୁ ଯାଇ ଉଦ୍ଧାର କରି ଘରକୁ ନେଇଯାଇଥିଲେ। ଏବେ ବି ଶିଶୁଟି ହସ୍ତିନୀଙ୍କ ପାଖରେ ରହିଛି।
କେହି ପିଲାଟିକୁ ଜନ୍ମ ଦେବା ପରେ ରେଳ ଧାରଣା କଡ଼ରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।
ହସ୍ତିନୀ କହିଛନ୍ତି, “ପିଲାଟିକୁ ପାଇ ମୁଁ ବହୁତ ଖୁସି। ମୋର ଝିଅ ନାହିଁ। ମୁଁ ଏ ପିଲାକୁ ଘରେ ରଖି ନିଜ ଝିଅ ଭଳି ଲାଳନପାଳନ କରିବି।”
ତେବେ ଏନେଇ କୌଣସି ମାମଲା ରୁଜୁ ହୋଇ ନଥିବା ଜଣାପଡ଼ିଛି।
ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ପୁଲିସ୍ କି ଶିଶୁ ମଙ୍ଗଳ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନାହାନ୍ତି।
from Odisha Reporter https://ift.tt/2yp9fB8
No comments:
Post a Comment