ଯୁବାବସ୍ଥାରେ ଅଧିକ ବୟସ୍କ ପରି ଦେଖାଯାଉଛନ୍ତି କି? ଛାଡ଼ନ୍ତୁ ଏ ସବୁ ବଦଭ୍ୟାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ଯୁବାବସ୍ଥାରେ ଅଧିକ ବୟସ୍କ ପରି ଦେଖାଯାଉଛନ୍ତି କି? ଛାଡ଼ନ୍ତୁ ଏ ସବୁ ବଦଭ୍ୟାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଢ଼ୁଥିବା ବୟସକୁ ଆମେ ଅଟକାଇ ପାରିବା ନାହିଁ। ଏହା ଏକ ପ୍ରାକୃତିକ ପ୍ରକ୍ରିୟା। ହେଲେ ବେଳେ ବେଳେ କିଛି ଲୋକ ନିଜ ପ୍ରକୃତ ବୟସଠୁ ଅଧିକ ବୟସ୍କ ଲାଗନ୍ତି। ଏହା କେବଳ ସେମାନଙ୍କର ଅସନ୍ତୁଳିତ ଜୀବନଶୈଳୀ ପାଇଁ।  ଆମେ ଦୈନନ୍ଦିନ ଜୀବନରେ କିଛି ଏପରି ଭୁଲ କରିଥାଉ ଯାହା ଦ୍ୱାରା ଅଳ୍ପ ବୟସରେ ଆମ ଶରୀର ବୟସ୍କ ବ୍ୟକ୍ତି ପରି ଲାଗେ।  ଆମେ ବୟସକୁ ବଢ଼ିବାରୁ ରୋକିପାରିବାନି ସତ କିନ୍ତୁ କିଛି ବଦଭ୍ୟାସ ବଦଳାଇ ଦେଲେ ଏହାର ଗତିକୁ ଧୀର କରିହେବ। ଆସନ୍ତୁ ଜାଣିବା ସେହି ବଦଭ୍ୟାସଗୁଡ଼ିକ କ’ଣ?

ନିଶାଦ୍ରବ୍ୟ ବ୍ୟବହାର- ବିଭନ୍ନ ପ୍ରକାରର ମାଦକ ଦ୍ରବ୍ୟ ଓ ନିଶା ସେବନ ଆମ ବୟସ ବୃଦ୍ଧି ପ୍ରକ୍ରିୟାକୁ ବଢ଼ାଇ ଦେଇଥାଏ। ଫଳରେ ଏହା ତୀବ୍ର ଗତିରେ ବଢ଼ିଥାଏ।  ଫଳରେ ଆମେ କମ୍‌ ବୟସରେ ବି ଅଧିକ ବୟସ୍କ ଦେଖା।ଯାଉ। ଏକ ସର୍ଭେରୁ ଜଣାପଡ଼ିଛି, ଅତ୍ୟଧିକ ମଦ ପିଇବା ଦ୍ୱାରା ଆମ ତ୍ୱଚା ଶୁଷ୍କ ହୋଇ କୁଞ୍ଚିତ ହୋଇଯାଏ। ସେହିଭଳି ଧୂମପାନ ଦ୍ୱାରା ଚୁଟି ପାଚିବା, ଦାନ୍ତ ହଳଦିଆ ହୋଇଯିବା ଓ ଆଖି ତଳ କଳା ପଡ଼ିବା ସହ ଫୁଲିଯିବା ପରି ସମସ୍ୟା ଦେଖାଦେଇଥାଏ। ତେଣୁ ଯଦି ଆପଣ ଏ ସବୁ ଚାହାଁନ୍ତି ନାହିଁ ଓ କମ୍‌ ବୟସ୍କ ଦେଖାଯିବାକୁ ଚାହାଁନ୍ତି ତେବେ ଉପୋରକ୍ତ ବଦଭ୍ୟାସଗୁଡ଼ିକୁ ଛାଡ଼ି ଦିଅନ୍ତୁ।

ଜଙ୍କଫୁଡ୍‌- ସମସ୍ତଙ୍କ ଧାରଣା ଯେ, ଜଙ୍କଫୁଡ଼ ଖାଇଲେ କେବେଳ ଓଜନ ବଢ଼ିଥାଏ ଆଉ କିଛି ନୁହେଁ। ହେଲେ ଏହା ସତ ନୁହଁ। ଜଙ୍କ ଫୁଡ୍‌ ଖାଇବା ଦ୍ୱାରା ଆମ ଶରୀର ଅନେକ କ୍ଷତି ହେବା ସହ ବୟସ ପ୍ରକ୍ରିୟା ମଧ୍ୟ ତୀବ୍ର ହୋଇଯାଏ। ଅଧିକ ତେଲମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ମୁହଁରେ ବ୍ରଣ ହେବା, ଉଜ୍ୱଳତା କମିଯିବା, ପେଟ ବାହାରିବା, ଟୁଟି ଝଡ଼ିବା ପରି ଅନେକ ସମସ୍ୟା ଦେଖାଦେଇଥାଏ। ଏହା ଆମର ବୟସ ବୃଦ୍ଧିର ପ୍ରକ୍ରିୟାକୁ ତୀବ୍ର କରିଦିଏ। ଫଳରେ ଆମେ କମ୍‌ ବୟସରେ ବୁଢା/ବୁଢି ପରି ଲାଗୁ।

ଅଳସୁଆମି- ଯଦି ଆପଣ ଅଳସୁଆ ପ୍ରକୃତିର ଓ ଆପଣଙ୍କୁ କାମ କରିବାକୁ ଭଲ ଲାଗେ ନାହିଁ। ସବୁବେଳେ ଖାଲି ବସି ରହିବାକୁ କିମ୍ବା ଶୋଇ ରହିବାକୁ ମନ ହୁଏ ତେବେ ଏହା ଆପଣଙ୍କୁ ଅତି ଶୀଘ୍ର ବୃଢ଼ା କରିଦେବ। ପ୍ରତିଦିନ ବ୍ୟାୟାମ କରନ୍ତୁ। ଏମିତି କଲେ ଶରୀର ଫିଟ୍‌ ରହିବା ସହ ଆପଣ ଜୁଆନ୍‌ ଦିଶିବେ।

ବସିବା ଶୈଳୀ- ଆପଣଙ୍କ ବସିବା ଢଙ୍ଗ ମଧ୍ୟ ଆପଣଙ୍କ ଲୁକ୍‌ ଉପରେ ପ୍ରଭାବ ପକାଇଥାଏ। ଆପଣ ଯଦି ଚଲାବୁଲା କରିବା ବେଳେ, ଠିଆହେବା ବେଳେ କି ବସିଥିବାବେଳେ ନଇଁ ପଡ଼ୁଛନ୍ତି ବା କୁଜା ହୋଇଯାଉଛନ୍ତି, ତେବେ ଏହା ଆପଣଙ୍କ ଶରୀରର ଗଢ଼ଣୀ ଓ ଆକାର ଉପରେ ପ୍ରଭାବ ପକାଇବ। ଯଦି ଆପଣ ଜଣେ ମହିଳା ତେବେ ଏହା ଆପଣଙ୍କ ସ୍ତନକୁ ଦବାଇଦେବ। ଏବଂ ଯଦି ଆପଣ ଜଣେ ପୁରୁଷ ତେବେ ଏହା ଦ୍ୱାରା ଆପଣଙ୍କ ପେଟ ବାହାରିବ। କିଛି ବ୍ୟାୟାମ ଓ ଯୋଗାସନ ଦ୍ୱାରା ଏହି ସମସ୍ୟାକୁ ଠିକ୍‌ କରିହେବ। ଠିକ୍‌ ଭାବେ ବସିବା ଓ ଚାଲିବା କେବଳ ଯେ ଆମ ଶରୀରକୁ ସୁନ୍ଦର କରେ ତା ନୁହଁ ଏହା ଆମ ମେରୁଦଣ୍ଡକୁ ମଧ୍ୟ ସୁସ୍ଥ ରଖେ।



from Odisha Reporter https://ift.tt/2pDNdGQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages