
ନୂଆଦିଲ୍ଲୀ: ମୁରଲୀ ବିଜୟ ଓ କରୁଣ ନାୟାରଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟରେ ସାମିଲ କରାଯାଇ ନାହିଁ। ଏହାକୁ ନେଇ ଦୁହେଁ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଏ ନେଇ ସେମାନଙ୍କ ପ୍ରତିକ୍ରିୟାକୁ ସହଜରେ ଗ୍ରହଣ କରିପାରିନି ବିସିସିଆଇ। ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସଂସ୍ଥା ବିଚାର କରୁଥିବା ଜଣାପଡ଼ିଛି।
ବିଜୟ କହିଥିଲେ ଯେ ଟିମ୍ରୁ ବାଦ୍ ପଡ଼ିବା ଦିନଠାରୁ କୌଣସି ଚୟନକର୍ତ୍ତା ତାଙ୍କ ସହିତ କଥାବାର୍ତ୍ତା କରି ନାହାନ୍ତି। ଟିମ୍ ମ୍ୟାନେଜ୍ମେଣ୍ଟର କୌଣସି ସଦସ୍ୟ ମଧ୍ୟ ତାଙ୍କ ସହିତ ଯୋଗାଯୋଗ କରି ନାହାନ୍ତି। ଏଭଳି ଆଚରଣ ଜଣେ ଖେଳାଳିର ମନୋବଳକୁ ଭାଙ୍ଗି ଦିଏ।
ସେ କହିଥିଲେ, ଜଣେ ଖେଳାଳିଙ୍କୁ କେଉଁ କାରଣରୁ ଟିମ୍ରୁ ବାଦ୍ କରାଗଲା, ତାହା ଜାଣିବାର ଅଧିକାର ତାଙ୍କର ଅଛି। ତାଙ୍କ ଭୁଲ୍ ସେ ଜାଣିବା ବହୁତ ଜରୁରୀ। ତା’ହେଲେ ଯାଇ ସେ ନିଜ ସ୍ଥିତି ସଂପର୍କରେ ଜାଣି ପାରିବେ।
ସେହିଭଳି କରୁଣ ନାୟାର କହିଥିଲେ ଯେ ତାଙ୍କୁ ଲଗାତାର ୬ଟି ଟେଷ୍ଟ୍ ମ୍ୟାଚ୍ରେ ବସାଇ ଦିଆଯାଇଛି। ତା’ପରେ ଟିମ୍ର କୋଚ୍ ଓ ଅଧିନାୟକ ତାଙ୍କ ସହିତ କଥା ହୋଇନାହାନ୍ତି। ଚୟନକର୍ତ୍ତାମାନେ ମଧ୍ୟ ତାଙ୍କ ସହିତ କଥା ହୋଇ ନାହାନ୍ତି।
ଶୁଣିବାକୁ ମିଳିଛି ଯେ ଚୟନକର୍ତ୍ତା କମିଟି ବିଜୟଙ୍କ ଉପରେ ବେଶି ଅସନ୍ତୁଷ୍ଟ। କାରଣ ସେ ଜଣେ ଅନୁଭବୀ ଖେଳାଳି। ତା’ସତ୍ତ୍ୱେ ସେ ଏମିତି କଥା କହିଛନ୍ତି।
ବିଜୟ ଓ ନାୟାରଙ୍କ ଏଭଳି ମନ୍ତବ୍ୟ ପରେ ବିସିସିଆଇ ଓ ଚୟନକର୍ତ୍ତା କମିଟିର ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଜଣେ ଚୟନକର୍ତ୍ତା ନିଜ ନାମ ଗୋପନ ରଖିବା ସର୍ତ୍ତରେ ନ୍ୟୁଜ୍ ଏଜେନ୍ସୀ ପିଟିଆଇକୁ କହିଛନ୍ତି ଯେ ବିଜୟ ଓ ନାୟାର ଟିମ୍ ଚୟନ ନୀତି ଉପରେ ପ୍ରଶ୍ନ କରି ଭଲ କରି ନାହାନ୍ତି।
ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବିଜୟ ଓ ନାୟାର ଏମିତି କହି ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟର ଉଲ୍ଲଂଘନ କରିଛନ୍ତି।
ବିସିସିଆଇର ସିଓଏ ମୁଖ୍ୟ ବିନୋଦ ରାୟ କହିଛନ୍ତି ଯେ ବିଜୟ ଓ ନାୟାରଙ୍କ ସଂପର୍କରେ ଚୟନକର୍ତ୍ତାଙ୍କ କମିଟି ହିଁ ନିଷ୍ପତ୍ତି ନେବ। ସେ ଦାୟିତ୍ୱ ସେମାନଙ୍କ ଉପରେ ଛାଡ଼ି ଦିଆଯାଇଛି।
ଶୁଣିବାକୁ ମିଳିଛି ଯେ ଚୟନକର୍ତ୍ତା କମିଟି ବିଜୟଙ୍କ ଉପରେ ବେଶି ଅସନ୍ତୁଷ୍ଟ। କାରଣ ସେ ଜଣେ ଅନୁଭବୀ ଖେଳାଳି। ତା’ସତ୍ତ୍ୱେ ସେ ଏମିତି କଥା କହିଛନ୍ତି।
ସୂଚନାଯୋଗ୍ୟ, ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ନାୟାରଙ୍କୁ ସାମିଲ କରାଯାଇ ନଥିଲା। ସେମିତି ବିଜୟଙ୍କୁ ତିନିଟି ଟେଷ୍ଟ୍ ମ୍ୟାଚ୍ ପରେ ଟିମ୍ରୁ ବାଦ୍ ଦିଆଯାଇଥିଲା।
from Odisha Reporter https://ift.tt/2E4yAX6
No comments:
Post a Comment