୩୪୦ କୋଟି ପୁଞ୍ଜି ନିବେଶକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 25, 2018

୩୪୦ କୋଟି ପୁଞ୍ଜି ନିବେଶକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଶିଳ୍ପାୟନକୁ ବୃଦ୍ଧି କରିବା ଏବଂ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ୪ଟି ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।   ଏହା ଦ୍ୱାରା ରାଜ୍ୟରେ ପାଖାପାଖି ୩୪୦ କୋଟି ଟଙ୍କା ମୂଲ୍ୟର ପୁଞ୍ଜି ନିବେଶ ହେବ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ୍‌ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ସରକାର ଏହାକୁ ଅନୁମୋଦନ କରିଛନ୍ତି।

ଏହାଦ୍ୱାରା ରାଜ୍ୟରେ ୧୩୫୪ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ ଏହି ୪ ସଂସ୍ଥା ମଧ୍ୟରେ ଏକ ଦିଲ୍ଲୀଭିତ୍ତିକ ଷ୍ଟିଲ୍‌ ଟ୍ୟୁବ୍ ଏବଂ ପାଇପ୍‌ ମାନୁଫ୍ୟାକ୍ଚରିଂ କମ୍ପାନୀ ରହିଛି। ଏହା ଯାଜପୁର ଜିଲା କଳିଙ୍ଗ ନଗର ଶିଳ୍ପାଞ୍ଚଳରେ ୧୩୦ କୋଟି ଟଙ୍କା ନିବେଶ କରିବ।

ସେହିପରି ଜାମ୍‌ସେଦ୍‌ପୁରର ଏକ ଷ୍ଟିଲ୍‌ ଡୋର୍‌ ନିର୍ମାତା କଳିଙ୍ଗନଗର ଠାରେ ୯୨ କୋଟି ଟଙ୍କା ନିବେଶ କରିବା ପାଇଁ ପ୍ରସ୍ତାବ ଦେଇଛି। ତୃତୀୟ ପ୍ରକଳ୍ପଟି ଭୁବନେଶ୍ୱର ଭିତ୍ତିକ ଏକ ସଂସ୍ଥା ଖୋର୍ଦ୍ଧା ଜିଲାରେ ଲଜିଷ୍ଟିକ୍‌ ପାର୍କ ସ୍ଥାପନ ପାଇଁ ୬୬.୭୯ କୋଟି ଟଙ୍କା ନିବେଶ ପ୍ରସ୍ତାବ ଦେଇଛି। ଏହା ଏଫ୍‌ଏମ୍‌ସିଜି, ଫାର୍ମାସ୍ୟୁଟିକାଲ୍ ଉତ୍ପାଦ ଏବଂ ଆପାରେଲ୍ ଉତ୍ପାଦ ପାଇଁ ଷ୍ଟୋରେଜ୍‌ ଫ୍ୟାସିଲିଟି ପ୍ରଦାନ କରିବ।

ସେହିପରି ବ୍ରହ୍ମପୁରର ଏକ ରିୟଲଇଷ୍ଟେଟ୍‌ କମ୍ପାନୀ ସ୍ଥାନୀୟ ଅଞ୍ଚଳରେ ଏକ ରିଜର୍ଟ ସ୍ଥାପନ ପାଇଁ ୫୦.୪୮ କୋଟି ଟଙ୍କାର ପୁଞ୍ଜି ନିବେଶ କରିବା ସକାଶେ ଆଗ୍ରହ ଦେଖାଇଛି ବୋଲି ଶ୍ରୀ ଚୋପ୍ରା ସୂଚନା ଦେଇଛନ୍ତି।

 



from Odisha Reporter https://ift.tt/2PW5B9x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages