
ଅନୁଗୋଳ(ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ହାତିବାରୀ ନିକଟରେ ବାଘୁଣୀ ‘ସୁନ୍ଦରୀ’ ଗୋଟିଏ ବଳଦକୁ ମାରି ଖାଇ ଥିବା ଅଭିଯୋଗ ହୋଇଛି।
ରଘୁ ସାୟ ନାମକ ଜଣେ ବ୍ୟକ୍ତିଙ୍କ ବଳଦକୁ ସୁନ୍ଦରୀ ମାରି ଥିବା ଅଭିଯୋଗ ହୋଇଛି।
କିଛି ଦିନ ଧରି ସୁନ୍ଦରୀ ଆଠମଲ୍ଲିକ ବନଖଣ୍ଡରେ ରହିବା ପରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର କୋର୍ ଏରିଆକୁ ଫେରିଥିଲା।
ମହାବଳ କାହ୍ନା ସହ ତାର ମିଳନ ହେବ ଏବଂ ଏକାଠି ରହିବେ ବୋଲି ଆଶା କରାଯାଉଥିଲା। କିନ୍ତୁ କିଛି ଦିନ ଘଞ୍ଚ ଜଙ୍ଗଲରେ ରହିବା ପରେ ବାଘୁଣୀ ସୁନ୍ଦରୀ ଜନବସତି ମୁହାଁ ହୋଇଛି।
ଗତକାଲି ଗୋଟିଏ ବଦଳକୁ ମାରିଥିବା କୁହାଯାଉଛି। ଏହି ଘଟଣା ପରେ ସ୍ଥାନୀୟ ବାସିନ୍ଦା ପୁଣି ଥରେ ଆତଙ୍କିତ ହୋଇପଡ଼ିଛନ୍ତି।
from Odisha Reporter https://ift.tt/2PzVbMw
No comments:
Post a Comment