“ଓଡ଼ିଆ ବିଶ୍ୱବିଦ୍ୟାଳୟରେ ପ୍ରଥମ ଛାତ୍ର ଭାବେ ମୁଖ୍ୟମନ୍ତ୍ରୀ ନାମ ଲେଖାନ୍ତୁ” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 9, 2018

“ଓଡ଼ିଆ ବିଶ୍ୱବିଦ୍ୟାଳୟରେ ପ୍ରଥମ ଛାତ୍ର ଭାବେ ମୁଖ୍ୟମନ୍ତ୍ରୀ ନାମ ଲେଖାନ୍ତୁ”

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଓଡ଼ିଆ ବଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା। ଅନ୍ୟପକ୍ଷରେ ସେ ତାଙ୍କୁ କଟାକ୍ଷ କରିବାକୁ ମଧ୍ୟ ପଛାଇ ନାହାନ୍ତି। ସେ କହିଛନ୍ତି, ଓଡ଼ିଆ ଭାଷା ଶିଖିବା ପାଇଁ ପ୍ରଥମ ଛାତ୍ର ଭାବେ ମୁଖ୍ୟମନ୍ତ୍ରୀ ସେଠାରେ ନାମ ଲେଖାନ୍ତୁ।

ସେ କହିଛନ୍ତି-“ଓଡ଼ିଶାର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଷୟ ରହିଛି। ଏହା ସତ୍ତ୍ୱେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାରେ କାହାର କିଛି ଆପତ୍ତି ନାହିଁ। ମୂଳ କଥା ହେଉଛି, ଓଡ଼ିଆ ଭାଷାର ପ୍ରଚାର ସମ୍ପର୍କରେ। ଅଭିଯୋଗ ହେଉଛି, ମୁଖ୍ୟମନ୍ତ୍ରୀଙ୍କର ଓଡ଼ିଆ ଭାଷା ପ୍ରତି ରୁଚି ନାହିଁ। ସ୍ୱଭାବିକ କଥା, ପିଲାବେଳୁ ସେ ବାହାରେ ରହୁଥିଲେ ଓ ଓଡ଼ିଆ ପଢ଼ି ନାହାନ୍ତି, ସେଥିପାଇଁ ଓଡ଼ିଆ ଭାଷା ଜ୍ଞାନ ତାଙ୍କର ନାହିଁ। ଏହି ବିଶ୍ୱବିଦ୍ୟାଳୟ ହେଲା ପରେ ସେ ହୁଏତ ସେଥିରେ ନାମ ଲେଖାଇ ପାରନ୍ତି। ଏହି ବିଶ୍ୱବିଦ୍ୟାଳୟ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ଭାଷା ସମ୍ପର୍କରେ ଜାଣିବା ପାଇଁ ସୁଯୋଗ ଦେବ। ସେ ପ୍ରଥମ ଛାତ୍ର ଭାବେ ନାମ ଲେଖାଇପାରନ୍ତି।”

ସେ କହିଛନ୍ତି-“ଓଡ଼ିଆଙ୍କ ଭାବାବେଗ ସହିତ ଜଡ଼ିତ ରହିଛି ଓଡ଼ିଆ ବିଶ୍ୱବିଦ୍ୟାଳୟ। ସେଥିରେ କାହାର କିଛି କହିବାର ନାହିଁ। କିନ୍ତୁ ଆମ ଅଫିସରମାନେ ଯଦି ଇଂଲିଶ ଛାଡ଼ି ଓଡ଼ିଆ ଭାଷାରେ ଚିଠି ଲେଖନ୍ତେ, ଭଲ ହୁଅନ୍ତା। ଅନେକ ସମୟରେ ଦେଖିବାକୁ ମିଳିଛି, ଓଡ଼ିଶାରେ କାର୍ଯ୍ୟରତ ଅଣଓଡ଼ିଆ ଅଫିସରମାନେ ଓଡ଼ିଆ ଭାଷା ଜାଣିନହାନ୍ତି। ଯେଉଁଥିପାଇଁ ଓଡ଼ିଆ ଲୋକଙ୍କ ସହିତ ସେମାନେ କଥାବାର୍ତ୍ତା ହୋଇପାରୁନାହାନ୍ତି। ଯଦି ଓଡ଼ିଆ ଭାଷାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି, ତାହାହେଲେ ଏହା ଉପରେ ଆଲୋଚନା କରିବାର ସମୟ ଆସିଛି। ଭାଷାବିତଙ୍କ ସହିତ ଆଲୋଚନା କରି ନିଷ୍ପତ୍ତି ନିଅନ୍ତୁ। ଯଦି ରାଜନୈତିକ ଦୃଷ୍ଟିକୋଣରୁ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି, ତାହାହେଲେ କିଛି କହିବାର ନାହିଁ।”



from Odisha Reporter https://ift.tt/2RCljHV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages