କହିଲେ ଦେଖି ଲମ୍ବ କେତେ ହୋଇଥିବ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 21, 2018

କହିଲେ ଦେଖି ଲମ୍ବ କେତେ ହୋଇଥିବ ?

ନୂଆଦିଲ୍ଲୀ:  ଘରେ ବୁଢିଆଣୀ ଜାଲ ହେଲେ ଆପଣ ଏହାକୁ ଝାଡ଼ୁରେ ସଫା କରିଦିଅନ୍ତି। କିନ୍ତୁ ଥରେ ଚିନ୍ତା କରି ଦେଖନ୍ତୁ ଯଦି ଏହି ଜାଲ ୧ କିଲୋମିଟର ପର୍ଯ୍ୟନ୍ତ ଥିବ, ତେବେ ଆପଣ କଣ କରିବେ। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଗ୍ରୀସ୍‌ରେ ଏହିପରି ବୁଢିଆଣୀ ଜାଲ ଦେଖିବାକୁ ମିଳିଛି। ଯାହାର ଲମ୍ବ ୧ କିଲୋମିଟର।

ଉତ୍ତର ଗ୍ରୀସ୍‌ର ଭିଷ୍ଟୋନିଦା ହ୍ରଦ ପାଖରେ ଏହି ଲମ୍ବା ବୁଢିଆଣୀ ଜାଲ ଦେଖିବାକୁ ମିଳିଛି। ଏହି ଜାଲ ସେଠାକାର ଲୋକଙ୍କ ପାଇଁ ଏକ ଖରାପ ସ୍ୱପ୍ନ ବୋଲି କୁହାଯାଇପାରିବ। ଏହି ଜାଲ ଯୋଗୁ ଲୋକମାନେ ଭୟଭୀତ ହେବା ସହିତ ଯାତାୟାତରେ ମଧ୍ୟ ଅସୁବିଧା ଭୋଗୁଛନ୍ତି।
ଏହି ଜାଲର କିଛି ଫୋଟୋ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ପରିବେଶ ବିଜ୍ଞାନୀଙ୍କ ମତରେ ଉତ୍ତର ଗ୍ରୀସ୍‌ର ବାୟୁମଣ୍ଡଳ ଗରମ ରହୁଥିବାରୁ  ସେଠାରେ ମଶା ଏବଂ ବୁଢିଆଣୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହା ବ୍ୟତୀତ ସେହି ହ୍ରଦ ନିକଟରେ ବୁଢିଆଣୀଙ୍କ ପାଇଁ ପ୍ରଚୁର ପରିମାଣର ଖାଦ୍ୟ ରହିଛି। ଏହି କାରଣ ପାଇଁ ବୁଢ଼ୀଆଣିଙ୍କ ସଂଖ୍ୟାଲ ବୃଦ୍ଧି ପାଇଥିବା କଥା ମଧ୍ୟ କୁହାଯାଉଛି।

ଏହି ଜାଲ ରାସ୍ତାକଡ଼ରେ ଥିବା ଗଛ, ଲୁହା ବା କାଠର ବାଡ଼, ଛୋଟ ଛୋଟ ଘର ଓ ବୁଦାରେ ମାଡ଼ି ରହିଥିବାର ଦେଖିବାକୁ ମିଳିଛି।
ଜାଲ ବିଛାଉଥିବା ବୁଢିଆଣୀ Tetragnatha ପ୍ରଜାତିର ବୋଲି ଜଣାପଡ଼ିଛି। ଏହି ପ୍ରଜାତିର ବୁଢ଼ୀଆଣି ସେମାନଙ୍କ ଦେହକୁ ବିସ୍ତାର କରିପାରନ୍ତି ଏବଂ ସନ୍ତସନ୍ତିଆ ସ୍ଥାନରେ ନିଜର ଜାଲ ବିଛାଇଥାନ୍ତି। ଏମାନଙ୍କ ମଧ୍ୟରୁ କିଛି ବୁଢିଆଣୀ ପାଣିରେ ମଧ୍ୟା ଚାଲିପାରନ୍ତି।



from Odisha Reporter https://ift.tt/2yPuwUT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages