
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଗଷ୍ଟ ୧୫ରୁ କାର୍ଯ୍ୟକାରୀ ହେଉଥିବା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ ଯୋଜନାରେ ପ୍ରାୟ ୧.୧କୋଟି ଲୋକ ଉପକୃତ ହେଲେଣି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ମିଛୁଆ ରାଧୁଆ ଉପାଖ୍ୟାନ’ ସହ ତୁଳନା କରିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଆଜି ସଫେଇ ଦେଇଛନ୍ତି।
ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଜେନା ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏକ କୋଟିରୁ ଅଧିକ କେସ ଅଗଷ୍ଟ ୧୫ରୁ ଆଜି ମଧ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଫାଇଦା ପାଇଛନ୍ତି। ଏ କଥାରେ କୌଣସି ଭୁଲ୍ ନାହିଁ। ଏକ କୋଟି ସଂଖ୍ୟାକୁ ସରଳ ଭାବେ ବୁଝାଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, ଜଣେ ବ୍ୟକ୍ତି ହୁଏତ ୨ଥର କି ୩ଥର ହସ୍ପିଟାଲକୁ ଯାଇଥାଇପାରେ। ଏକ କୋଟି ମାନେ ନୁହେଁ ଏକ କୋଟି ଲୋକ। ଏକ କୋଟି କେସ୍ କଥା କୁହାଯାଇଛି। ତେଣୁ ଏ କଥାରେ କୌଣସି ଭୁଲ୍ ନାହିଁ।
ଉଲ୍ଲେଖଯୋଗ୍ୟ, ମିଛୁଆ-ରାଧୁଆ ଉପାଖ୍ୟାନ ଭଳି ଲୋକଙ୍କୁ ବୋକା ବନାଇବା ପାଇଁ ମୁଖ୍ୟମନ୍ତ୍ରୀ ଏଭଳି ପ୍ରଚାର କରୁଛନ୍ତି ବୋଲି ଧର୍ମେନ୍ଦ୍ରଙ୍କ ଅଭିଯୋଗକୁ ଆଜି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେନାଙ୍କ ସ୍ପଷ୍ଟୀକରଣ ମଧ୍ୟ ପରୋକ୍ଷରେ ପ୍ରମାଣିତ କରାଇଛି।
from Odisha Reporter https://ift.tt/2CUH0OL
No comments:
Post a Comment