ଡାଇବେଟିସ୍‌କୁ ନିୟନ୍ତ୍ରଣ କରେ ବେଲପତ୍ର, ପଢ଼ନ୍ତୁ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 15, 2018

ଡାଇବେଟିସ୍‌କୁ ନିୟନ୍ତ୍ରଣ କରେ ବେଲପତ୍ର, ପଢ଼ନ୍ତୁ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ

ହିନ୍ଦୁ ଧର୍ମରେ ବେଲ ପତ୍ରର ବେଶ ମହତ୍ୱ ରଖେ। ଭଗବାନ ଶିବଙ୍କର ଅତି ପ୍ରିୟ ହେଉଛି ବେଲ ପତ୍ର। ତେବେ ପୂଜା ବ୍ୟତୀତ ଏହି ପତ୍ରର ଅନେକ ଗୁରୁତ୍ୱ ବହନ କରେ। ଏହା ସ୍ୱାସ୍ଥ୍ୟ ପାଇଁ ଯେତିକି ହିତକାରୀ ବିଭିନ୍ନ ରୋଗର ନିରାକରଣ ପାଇଁ ସେତିକି ଉପକାରୀ । ଏହି ବେଲପତ୍ରରେ ଔଷଧୀୟ ଗୁଣ ଭରପୂର ହୋଇ ରହିଛି। ତେବେ ଆସନ୍ତୁ ଜାଣିବା ବେଲପତ୍ରରୁ କ’ଣ ସବୁ ଫାଇଦା ମିଳେ।

ବେଲ ପତ୍ରରେ ଭିଟାମିନ୍‌ ଏ,ବି ଏବଂ ସି ରହିଛି। ବେଲପତ୍ରକୁ ନିୟମିତ ଖାଇବା ଦ୍ୱାରା ଗ୍ୟାସଷ୍ଟ୍ରିକ ରୋଗରୁ ମୁକ୍ତି ମିଳିଥାଏ। ପ୍ରତିଦିନ ଅଳ୍ପ ମହୁ ସହ ୨ ଚାମଚ ବେଲ ପତ୍ରର ରସକୁ ପିଇବା ଦ୍ୱାରା ଡ଼ାଇବେଟିସ କଣ୍ଟ୍ରୋଲ୍‌ ହୋଇଥାଏ।

ଅଳ୍ପ ଗୋଲମରିଚ ଗୁଣ୍ଡ ସହ ଏକ ଚାମଚ ଶୁଖିଲା ବେଲ ପତ୍ର ଗୁଣ୍ଡ ଖାଇବା ଦ୍ୱାରା ଥଣ୍ଡା ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ। ସେହିପରି ଏହା ଆଜ୍‌ମା, ଜଣ୍ଡିସ୍ ଭଳି ରୋଗରୁ ମୁକ୍ତି ଦେଇଥାଏ। ଶରୀରକୁ ସୁସ୍ଥ ସବଳ ରଖିବାରେ ଏହା ବେଶ ସହାୟକ ହୋଇଥାଏ ।

ବେଲପତ୍ର ମଧ୍ୟ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ବେଲ ପତ୍ରକୁ ଚିପୁଡ଼ି ସେଥିରୁ ରସ ବାହାର କରି ସେହି ରସକୁ ଅଳ୍ପ ଗୋଲମରିଚ ଗୁଣ୍ଡ ସହିତ ମିଶାଇ ସେବନ କଲେ କୃମି, ଶୂଳ,ପାଣ୍ଡୁ, କାମଳ ପ୍ରଭୃତି ରୋଗରୁ ଆରୋଗ୍ୟ ମିଳିଥାଏ। ଭୋକ ହେଉ ନ ଥିଲେ କିମ୍ବା ଖାଇବାକୁ ଇଚ୍ଛା ହେଉ ନଥିଲେ କଁଳିଆ ବେଲ ପତ୍ରକୁ ଖାଆନ୍ତୁ। କସି ବେଲକୁ ବାଟି ସେଥିରେ ମହୁ ମିଶାଇ ସେବନ କରିବା ଦ୍ୱାରା ନାଳ ଝାଡ଼ା ରୋଗ ଭଲ ହୋଇଥାଏ।



from Odisha Reporter https://ift.tt/2PAvzz6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages