ଅନୁଷ୍କା-ଆୟଶାଙ୍କ କଳି ପାଇଁ ବଳି ପଡ଼ିଲେ ଶିଖର ଧୱନ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ଅନୁଷ୍କା-ଆୟଶାଙ୍କ କଳି ପାଇଁ ବଳି ପଡ଼ିଲେ ଶିଖର ଧୱନ!

ttt00

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍‌ ସିରିଜ୍ ଗତକାଲି ଠାରୁ ଆରମ୍ଭ ହୋଇଯାଇଛି। ପ୍ରଥମ ମ୍ୟାଚ୍ ଗୁଜରାଟର ରଜକୋଟ୍‌ରେ ଖେଳା ଯାଉଛି।

ଏହି ଟେଷ୍ଟ୍ ସିରିଜ୍ ପାଇଁ ଏସିଆ କପ୍‌ରେ ଭଲ ପ୍ରଦର୍ଶନ କରିଥିବା ରୋହିତ ଶର୍ମା ଓ ଶିଖର ଧୱନଙ୍କୁ ସାମିଲ କରାଯାଇନାହିଁ।

ରୋହିତ୍‌ଙ୍କୁ ଟିମ୍‌ରେ ସାମିଲ କରା ନଯିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏଥିପାଇଁ ଅନେକ ଚୟନକର୍ତ୍ତାଙ୍କୁ ସମାଲୋଚନା କରିଥିଲେ। ତେବେ ଶିଖରଙ୍କୁ ସାମିଲ କରା ନଯିବା ନେଇ ସେତେଟା ବିରୋଧ ପ୍ରକାଶ କରାଯାଇ ନଥିଲେ। ତା’ର କାରଣ ଏହା ହୋଇପାରେ ଯେ ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜ୍‌ରେ ଭଲ ଖେଳି ନଥିଲେ।

ତେବେ ଶିଖର ଧୱନଙ୍କୁ ଦଳରେ ସାମିଲ ନ କରାଯିବା ପଛରେ ଆଉ ଗୋଟିଏ କାରଣ ରହିଛି ବୋଲି ଏକ ହିନ୍ଦୀ ଖବରକାଗଜ ଦାବି କରିଛି।

ଏଥିରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଇଂଲଣ୍ଡ ଗସ୍ତ ବେଳେ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଓ ଶିଖର ଧୱନଙ୍କ ପତ୍ନୀ ଆୟଶାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଆୟଶାଙ୍କୁ ଅନୁଷ୍କା ତାଙ୍କ ପରିବାର ବିଷୟରେ କିଛି ଓଲଟାସିଧା କଥା କହିଥିଲେ। ସେଥିପାଇଁ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ଝଗଡ଼ା ଶିଖରଙ୍କ ପାଇଁ ଭାରି ପଡ଼ିଲା ବୋଲି ଜଣାପଡ଼ିଛି।

ସୋଶାଲ୍ ମିଡିଆରେ ଏମିତି ବି ଆଲୋଚନା ହେଉଛି ଯେ ଅନୁଷ୍କା ଓ ଆୟଶା ପରସ୍ପରକୁ ଇନ୍‌ଷ୍ଟାଗ୍ରାମ୍‌ରେ ଫୋଲୋ କରିବା ବନ୍ଦ କରି ଦେଇଛନ୍ତି।

ଏଥିରେ ଆହୁରି ମଧ୍ୟ ଲେଖାଯାଇଛି ଯେ ଟିମ୍‌ରେ ଅନୁଷ୍କାଙ୍କ ଉପସ୍ଥିତି ଅନେକ ଖେଳାଳିଙ୍କୁ ଭଲ ଲାଗୁ ନାହିଁ। ସେ ଅନେକ ଥର ଟିମ୍ ମିଟିଂରେ ବି ସାମିଲ ହୁଅନ୍ତି।

ତେବେ ଏସବୁ କଥାକୁ ବିସିସିଆଇ ଖଣ୍ଡନ କରିଛି।

ସୌଜନ୍ୟ- ଆଜ୍‌ତକ୍‌



from Odisha Reporter https://ift.tt/2CtScCt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages