ବାରମ୍ବାର ସେକ୍ସ ଦାବି କରୁଥିଲେ ମହିଳା ସହକର୍ମୀ, ଜୀବନ ହାରିଦେଲେ ବିବାହିତ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 16, 2018

ବାରମ୍ବାର ସେକ୍ସ ଦାବି କରୁଥିଲେ ମହିଳା ସହକର୍ମୀ, ଜୀବନ ହାରିଦେଲେ ବିବାହିତ ଯୁବକ

sexulaharasment

ମୁମ୍ବାଇ: ଜଣେ ମହିଳା ସେକ୍ସ ପାଇଁ ଏତେ ବିକଳ ଥିଲେ ଯେ ତାଙ୍କ ପାଇଁ ଜଣେ ୩୮ ବଷୀୟ ଯୁବକ ଆତ୍ମହତ୍ୟା କରି ଦେଇଛନ୍ତି। ସେ ଏହି ଯୁବକଙ୍କୁ ତାଙ୍କ ସହିତ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ ଓ ତାଙ୍କ ପଛରେ ପଡ଼ି ଯାଇଥିଲେ। ଏଥିରେ ଅତିଷ୍ଠ ହୋଇ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ମୃତକଙ୍କ ନାଁ ସଚିନ ମିତକରି। ତାଙ୍କ ଘର ମହାରାଷ୍ଟ୍ରର ପରଭାନି ଜିଲ୍ଲାରେ।

ସୋମବାର ଦିନ ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଭାସମତ-ପରଭାନି ରାସ୍ତାରେ ଥିବା ନିଜ ଘରେ ସେ ଆତ୍ମହତ୍ୟା କରିଥିଲେ। ରବିବାର ସେ ଆତ୍ମହତ୍ୟା କରିଥିବା କୁହାଯାଇଛି।

ପଡ଼ୋଶୀଙ୍କଠାରୁ ଖବର ପାଇଁ ପୁଲିସ୍ ତାଙ୍କ ମୃତଦେହକୁ ଉଦ୍ଧାର କରିଥିଲା। ଘଟଣାସ୍ଥଳରୁ ପୁଲିସ୍ ଏକ ସୁଇସାଇଡ୍ ନୋଟ୍ ଜବତ କରିଥିଲା। ଏଥିରେ ସେ ଲେଖିଛନ୍ତି ଯେ ତାଙ୍କୁ ଜଣେ ମହିଳା ହଇରାଣ କରୁଥିଲେ। ତାଙ୍କ ସହିତ ଶାରୀରିକ ସଂପର୍କ ରଖିବାକୁ ସେ ମହିଳା ଜଣଙ୍କ ବାରମ୍ବାର ବାଧ୍ୟ କରୁଥିଲେ।

ସଚିନ ମିତକରି ଏକ ହସ୍‌ପିଟାଲ୍‌ରେ କାମ କରୁଥିଲେ। ସେ ମହିଳା ଜଣଙ୍କ ବି ସେଠାରେ ତାଙ୍କ ସହିତ କାମ କରନ୍ତି।

ସଚିନ ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତି ଯେ ସେ ବିବାହିତ ବୋଲି ଉକ୍ତ ମହିଳାଙ୍କୁ କହିଥିଲେ। ତଥାପି ସେ ମହିଳା ତାଙ୍କ ପିଛା ଛାଡ଼ି ନଥିଲେ। ସେହି ମହିଳା ଜଣଙ୍କ ପୁଲିସ୍‌ରେ ତାଙ୍କ ନାଁରେ ମିଛ ଅଭିଯୋଗ କରି ଫସାଇ ଦେବାକୁ ଧମକ ଦେଇ ବ୍ଲାକ୍‌ମେଲ୍ କରୁଥିଲେ।

ପୁଲିସ୍ ଏ ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଛି।



from Odisha Reporter https://ift.tt/2QRIkFG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages