ଖସିଗଲେ ଟପ୍‌ ନକ୍ସଲ ନେତ୍ରୀ ଅରୁଣା ଓ ଚଲ୍‌ପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

ଖସିଗଲେ ଟପ୍‌ ନକ୍ସଲ ନେତ୍ରୀ ଅରୁଣା ଓ ଚଲ୍‌ପତି

naxal

କୋରାପୁଟ (ସୂର୍ଯ୍ୟ ପଣ୍ଡା): କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅନ୍ତର୍ଗତ ସୁଙ୍କି ଜଙ୍ଗଲରେ ଆଜି ପୁଲିସ ଓ ନକ୍ସଲ୍‌ଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ତେବେ ଏହି ଗୁଳି ବିନିମୟ ବେଳେ ଟପ୍ ନକ୍ସଲ୍‌ ନେତ୍ରୀ ଅରୁଣା ଏବଂ ସେଣ୍ଟ୍ରାଲ୍ କମିଟି ସଦସ୍ୟ ଚଲପତି ଖସି ଯାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଆନ୍ଧ୍ର-ଓଡିଶା ସୀମାନ୍ତବର୍ତ୍ତୀ ଏକ ଗାଁରେ ୧୫ରୁ ଅଧିକ ନକ୍ସଲ୍‌ ଏକ କ୍ୟାମ୍ପରେ ଥିବା ଖବର ମିଳିବା ପରେ ଡିଭିଏଫ୍, ଏସ୍ଓଜି ଓ ପୋଲିସ ପକ୍ଷରୁ ମିଳିତ ଚଢ଼ଉ କରାଯାଇଥିଲା। ଉଭୟ ପକ୍ଷ ମଧ୍ୟରେ କିଛି ସମୟ ପାଇଁ ଗୁଳି ବିନିମୟ ହୋଇଥିଲା। ପରେ ନକ୍ସଲମାନେ ଘଞ୍ଚ ଜଙ୍ଗଲ ଭିତରକୁ ଖସି ପଳାଇଥିଲେ।

ନକ୍ସଲ କ୍ୟାମ୍ପରେ ଆନ୍ଧ୍ର ଓଡ଼ିଶା ବର୍ଡର ଜୋନାଲ୍ କମିଟିର କମାଣ୍ଡର ଅରୁଣା ଓ ସେଣ୍ଟ୍ରାଲ୍ କମିଟି ସଦସ୍ୟ ଚଲପତି ଥିଲେ ବୋଲି ସୂଚନା ମିଳିଛି। ବର୍ତ୍ତମାନ ଯବାନମାନେ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରିଛନ୍ତି।



from Odisha Reporter https://ift.tt/2y5yl8W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages