‘ସରକାରୀ ଦଳର ମ୍ୟାନେଜର ପାଣ୍ଡିଆନ୍‌ ଯାହାକୁ ପାରୁଛନ୍ତି କିଣି ପକାଉଛନ୍ତି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 3, 2018

‘ସରକାରୀ ଦଳର ମ୍ୟାନେଜର ପାଣ୍ଡିଆନ୍‌ ଯାହାକୁ ପାରୁଛନ୍ତି କିଣି ପକାଉଛନ୍ତି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ ଦଳ ନେଇ କାର୍ଡ ଖୋଲିଛନ୍ତି ବରିଷ୍ଠ ବିଧାୟକ ଦାମୋଦର ରାଉତ। ନୂଆ ଦଳ ବିଜୁଙ୍କ ନାଁରେ ହେବ। ବର୍ତ୍ତମାନର ବିଜେଡିରେ ନକଲି ବିଜୁ ଅନୁଗାମୀ ଥିବା ବେଳେ ତାଙ୍କ ନୂଆ ଦଳରେ ଅସଲ ବିଜୁପ୍ରେମୀ ରହିବେ ବୋଲି ଡାକ୍ତର ରାଉତ କହିଛନ୍ତି। ” କିନ୍ତୁ ସେମାନଙ୍କ ନାଁ କହିବି ନାହିଁ। ନାଁ କହିଦେଲେ ପାଣ୍ଡିଆନ୍‌ ସେମାନଙ୍କ ଉପରେ ଚାପ ପକାଇବେ” ବୋଲି ଦାମ କହିଛନ୍ତି।

ଡାକ୍ତର ରାଉତ କହିଛନ୍ତି-“ନୂଆ ଦଳ ଗଠନ ନେଇ କିଛି ସ୍ଥିର ହୋଇନି। ତେବେ ଅକ୍ଟୋବର ଶେଷ ସୁଦ୍ଧା ନିଷ୍ପତ୍ତି ନେବୁ। ଯେପର୍ଯ୍ୟନ୍ତ କିଛି ସ୍ଥିର ହୋଇନି, ସେ ପର୍ଯ୍ୟନ୍ତ କହିବା ଉଚିତ ନୁହେଁ। ବର୍ତ୍ତମାନ ପିତୃପକ୍ଷ ଚାଲିଥିବାରୁ କିଛି କରିହେଉନି। ପିତୃପକ୍ଷ ଗଲା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ। କିନ୍ତୁ କେଉଁମାନେ ନୂଆ ଦଳରେ ସାମିଲ୍‌ ହେବେ, ସେନେଇ କିଛି କହିବି ନାହିଁ। କାରଣ ସେମାନଙ୍କ ନାଁ କହିଦେଲେ, ସରକାରୀ ଦଳର ମ୍ୟାନେଜର ପାଣ୍ଡିଆନ୍‌ ସେମାନଙ୍କୁ କିଣି ନେବ। ଗତକାଲି ଏହାର ଉଦାହରଣ ଦେଖିବାକୁ ମିଳିଛି। ସକାଳେ ଜଣେ ବ୍ୟକ୍ତି ଯାଇ ପ୍ରଫୁଲ୍ଲ ଘଡ଼େଇଙ୍କ ସହିତ କଥା ହୋଇଥିଲେ। ମାତ୍ର ତାଙ୍କ କଥାରେ ପ୍ରଫୁଲ୍ଲବାବୁ ରାଜି ହୋଇନଥିଲେ। ସେ ଆମ ପଟକୁ ଆସୁଥିବା କହିଥିଲେ। ଏକଥା ଜାଣିପାରି ପାଣ୍ଡିଆନ୍‌ ଫୋନ୍‌ରେ ପ୍ରଫୁଲ୍ଲ ବାବୁଙ୍କ ସହିତ କଥା ହୋଇଥିଲେ। ତା’ପରେ ପ୍ରଫୁଲ୍ଲବାବୁଙ୍କ ସ୍ୱର ବଦଳିଥିଲା। ପୁଅ ବିଜେଡି ଥିବାରୁ କାଳେ କହିଲେ କିଛି ଅସୁବିଧା ହେବ, ସେଥିପାଇଁ ପ୍ରଫୁଲ୍ଲ ବାବୁ ବଦଳିଗଲେ। ଏଭଳି ସ୍ଥିତିରେ ମୁଁ କାହାର ନାଁ କହିବି?”

ବିଜୁଙ୍କ ନାଁରେ ହେବ ଦଳ ହେବ କି ପ୍ରଶ୍ନରେ ଦାମ କହିଥିଲେ-“ଆମେ ବିଜୁଙ୍କ ନାଁରେ ଦଳ କରିବୁ। ବୈଜୟନ୍ତ ବାବୁ, ତାଙ୍କ ବାପା ଓ ମାଆ ସମସ୍ତେ ବିଜୁ ବାବୁଙ୍କ ଲୋକ ଥିଲେ। ନବୀନ ପଟ୍ଟନାୟକ ଓଡ଼ିଶା ଆସିବାର ୨ରୁ ୩ ବର୍ଷ ପର୍ଯ୍ୟନ୍ତ ବୈଜୟନ୍ତବାବୁଙ୍କ ଘରକୁ ଯାଇ ଚା’ ଓ ଜଳଖିଆ ଖାଉଥିଲେ। ସେପରି ସ୍ଥିତିରେ ବିନା ଦୋଷରେ ତାଙ୍କୁ ନବୀନ ଦଳରୁ ବାହାର କରିଦେଲେ।”

ସେ କହିଛନ୍ତି-“ବର୍ତ୍ତମାନ ବିଜେଡିରେ କୁହାଯାଉଛି ଅଫିସରମାନଙ୍କୁ ନମସ୍କାର କର। ମନ୍ତ୍ରୀମାନେ ଅଫିସରଙ୍କ କଥାରେ ଚାଲୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଏମିତି ଜଣେ ଅଫିସର ଅଛନ୍ତି, ମନ୍ତ୍ରୀମାନେ ତାଙ୍କୁ ଦେଖା କରିବା ପାଇଁ ବୈଠକଖାନାରେ ବସିବାକୁ ପଡ଼ୁଛି। ଚିଠା ପାଇ ମନ୍ତ୍ରୀମାନେ ଗଲା ପରେ ଅଫିସରମାନେ ବସିବାକୁ କହୁନାହାନ୍ତି। ସେଥିପାଇଁ ରାଜ୍ୟରେ ଦୁର୍ନୀତି ଓ ଭ୍ରଷ୍ଟଚାର ବ୍ୟାପକରୁ ବ୍ୟାପକତର ହେଲା।”

ସେ ଆହୁରି କହିଛନ୍ତି-“ଗୋଟିଏ ତାମିଲିଆନ୍‌ କନ୍‌ଷ୍ଟେବଲଙ୍କୁ ରକ୍ଷା କରିବାକୁ ଯାଇ କୁନ୍ଦୁଲି ଘଟଣାକୁ ଲୁଚାଇ ଦିଆଗଲା। ସେ ନ୍ୟାୟ ପାଇଁ ନୟାନ୍ତ ହେଲା। ସରକାର ନାନା ଚକ୍ରାନ୍ତ କରି ତାକୁ ଦୁଷ୍କର୍ମ କରାଯାଇନି ବୋଲି କହିବାକୁ ଚେଷ୍ଟା କଲେ। ଶେଷରେ ଝିଅଟି ନ୍ୟାୟ ନପାଇ ଆତ୍ମହତ୍ୟା କଲା। ଆତ୍ମହତ୍ୟା କରିବା ପୂର୍ବରୁ ଝିଅଟି ଯାହା କହିଯାଇଛି, ସେ କଥା ଶୁଣି କୌଣସି ଓଡ଼ିଆଙ୍କ ଧେର୍ଯ୍ୟ ରହିବ ନାହିଁ।”

ଡାକ୍ତର ରାଉତ କହିଛନ୍ତିତ-“ବାରିପଦାରେ ଜଣେ ଅଣ ଓଡ଼ିଆ ଜିଲ୍ଲାପାଳ ପାଟିଲ୍‌ ୧୦୦ କୋଟି ଟଙ୍କା କେବଳ ଉଦ୍ୟାନ କୃଷିରୁ ଖାଇଗଲା। ତାକୁ ମୁଁ ଧରିଲି ବୋଲି ମୋ ଚାକିରି ଗଲା। ସେଠି ଜଣେ ଓଡ଼ିଆ ଝିଅକୁ ଚାକିରି ଦେବ ବୋଲି କହି ସେହି ଅଣଓଡ଼ିଆ ଜିଲ୍ଲାପାଳ ଦୁର୍ବ୍ୟବହାର କରିଥିଲା। ନ୍ୟାୟ ପାଇଁ ଝିଅଟି ସମସ୍ତଙ୍କଠାରେ ଅଭିଯୋଗ କରିଥିଲା। ମାତ୍ର ତା’ କଥା କେହି ଶୁଣିଲେ ନାହିଁ। ରାଜ୍ୟରେ ଅଣଓଡ଼ିଆ ଅଫିସରମାନେ ଆମ ଝିଅ ଓ ବୋହୂଙ୍କ ଇଜ୍ଜତ ନେଉଛନ୍ତି। ସେଥିପ୍ରତି ନବୀନ ପଟ୍ଟନାୟକଙ୍କର କିଛି ପରବାଏ ନାହିଁ। ବରଂ ସେ ସେମାନଙ୍କୁ ସାହାଯ୍ୟ କରୁଛନ୍ତି। ସେପରିସ୍ଥଳେ ଆମେ ନବୀନ ପଟ୍ଟନାୟକଙ୍କୁ ଓଡ଼ିଆ କହିପାରିବା ତ?”



from Odisha Reporter https://ift.tt/2NmUXGN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages