ସରକାରଙ୍କ ପ୍ରତିଶ୍ରୁତି ପରେବି କୃଷକ ଅଟଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 2, 2018

ସରକାରଙ୍କ ପ୍ରତିଶ୍ରୁତି ପରେବି କୃଷକ ଅଟଳ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବିଭିନ୍ନ ଦାବିନେଇ ହଜାର ହଜାର କୃଷକଙ୍କ କିଷାନ୍ କ୍ରାନ୍ତି ଯାତ୍ରାକୁ ଦିଲ୍ଲୀ ପୂର୍ବରୁ ଅଟକାଯାଇ ସେମାନଙ୍କ ଦାବି ପୂରଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। କିନ୍ତୁ କେନ୍ଦ୍ରସରକାରଙ୍କ ଏହି ପ୍ରତିଶ୍ରୁତିକୁ ଆନ୍ଦୋଳନରତ କୃଷକମାନେ ଭରସା କରିପାରିନାହାନ୍ତି।

କିନ୍ତୁ ଏହା ପୂର୍ବରୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଗଜେନ୍ଦ୍ରନାଥ ଚୌହାନ୍ ସୂଚନା ଦେଇଥିଲେ, କୃଷକନେତାମାନେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ଦାବି ବାବଦରେ ଜଣାଇଛନ୍ତି। ବିଭିନ୍ନ ସମସ୍ୟାର ସିଂହଭାଗ ସମାଧାନ ଦିଗରେ ସହମତି ହୋଇଥିବା ସେ ଏହି ଅବସରରେ କହିଥିଲେ।

ସୂଚନାଯୋଗ୍ୟ ଯେ, ଆଜି ଉତ୍ତରପ୍ରଦେଶରୁ ୩୦ ହଜାର କୃଷକ ଟ୍ରାକ୍ଟରରେ ଏବଂ ପଦଯାତ୍ରା କରି ଦିଲ୍ଲୀ ଆଡ଼କୁ ଯାତ୍ରା ଆରମ୍ଭ କରିଥିଲେ। ଦେଶର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ସ୍ମୃତି ସ୍ଥଳ କିଷାନ୍‌ ଘାଟଠାରେ ସେମାନେ ଏହି ଆନ୍ଦୋଳନ ଶେଷ କରିବାର ଥିଲା। କିନ୍ତୁ ଦିଲ୍ଲୀ-ଉତ୍ତରପ୍ରଦେଶ ସୀମାରେ ହିଁ ସେମାନଙ୍କୁ ଅଟକାଇ ଦିଆଯାଇଥିଲା। ସେମାନେ ବ୍ୟାରିକେଡ୍‌ ଭାଙ୍ଗିବାକୁ ପ୍ରୟାସ କରିବା ସହିତ ବିଭିନ୍ନ ସ୍ଲୋଗାନ୍‌ ଦେଇଥିଲେ। ଫଳରେ ଦମନ କରିବା ପାଇଁ ପୁଲିସ୍ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବାକୁ ବାଧ୍ୟ ହୋଇଥିଲେ।

ଆନ୍ଦୋଳନରତ କୃଷକ ସଂଗଠନଙ୍କ ବିଭନ୍ନ ଦାବି ମଧ୍ୟରେ କୃଷି ଋଣ ଛାଡ଼, ବିଦ୍ୟୁତ୍‌ ଓ ଇନ୍ଧନରେ ରିହାତି, ୬୦ରୁ ଊର୍ଦ୍ଧ୍ଵ ବୟସର ଚାଷୀଙ୍କୁ ପେନ୍‌ସନ୍‌ ଏବଂ ସ୍ୱାମୀନାଥନ୍‌ କମିଶନ୍‌ର ସୁପାରିସକୁ ସମ୍ପୂର୍ଣ୍ଣ ଲାଗୁ କରିବା ଆଦି ରହିଛି। ବିରୋଧୀ ଦଳଗୁଡ଼ିକ ପୁଲିସ୍‌ର ଦମନମୂଳକ କାର୍ଯ୍ୟାନୁଷ୍ଠାନର କଡ଼ା ନିନ୍ଦା କରିବା ସହିତ ସରକାର କୃଷକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କହିଛନ୍ତି।



from Odisha Reporter https://ift.tt/2zMotlD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages