ଶୂନ୍-ଶୂନର ଅଦ୍ଭୁତ କ୍ରିକେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 13, 2018

ଶୂନ୍-ଶୂନର ଅଦ୍ଭୁତ କ୍ରିକେଟ୍‌

ଅକଲ୍ୟାଣ୍ଡ( ନ୍ୟୁଜିଲ୍ୟାଣ୍ଡ ): ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ଶୂନ ଶୂନର କ୍ରିକେଟ୍‌କୁ ନେଇ ଏବେ ସାରା କ୍ରିକେଟ ଜଗତରେ ଚର୍ଚ୍ଚା ଜୋର ଧରିଛି।

ଆପଣ ଅନେକ ସମୟରେ ଟେଷ୍ଟ ମ୍ୟାଚ୍‌ରେ ଅପ୍ରତ୍ୟାଶିତ ପାଳି ଘୋଷଣା କଥା ଶୁଣିଥିବେ। କିନ୍ତୁ ଡବଲ୍‌ 0 for 0ରେ ପାଳି ଘୋଷଣା କଥା ଶୁଣି ନଥିବେ। ନ୍ୟୁଜିଲ୍ୟାଣ୍ଡର ଏକ ଫାଷ୍ଟକ୍ଲାସ୍ ମ୍ୟାଚ୍‌ରେ ଏଭଳି ଶୂନ-ଶୂନର କ୍ରିକେଟ୍‌ ଦେଖିବାକୁ ମିଳୁଛି। ସେଣ୍ଟ୍ରାଲ୍‌ ଷ୍ଟାଗସ୍‌ ଓ କାଣ୍ଟରବରୀ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ରେ ଏଭଳି ଘଟଣା ଘଟିଛି।

ସାକ୍ସଟନ୍‌ ଓଭାଲ୍‌ରେ ଆରମ୍ଭ ହୋଇଥିବା ମ୍ୟାଚ୍‌ର ପ୍ରଥମ ଦିନରେ ସେଣ୍ଟ୍ରାଲ୍‌ ଷ୍ଟାଗସ୍‌ ୭ ୱିକେଟ୍‌ ହରାଇ ୩୦୧ ରନ୍‌ କରିଥିଲା। ତେବେ ବର୍ଷା ଯୋଗୁ ୨ ଓ ୩ୟ ଦିନ ଖେଳ ହୋଇପାରି ନଥିଲା। କିନ୍ତୁ ୪ର୍ଥ ତଥା ଅନ୍ତିମ ଦିନରେ ବର୍ଷା ଛାଡ଼ିବାରୁ ପୁଣି ମ୍ୟାଚ୍‌ ଆରମ୍ଭ ହୋଇଥିଲା।

ସେଣ୍ଟ୍ରାଲ୍‌ ଷ୍ଟାଗସ୍‌ ଆଉ ୫୧ ରନ୍‌ ତା’ ଇନିଂସ୍‌ରେ ଯୋଡ଼ିବା ପରେ ୩୫୨ ରନ୍‌ରେ ପାଳି ଘୋଷଣା କରିଥିଲା। ତେବେ କାଣ୍ଟରବରୀ ତା’ର ପ୍ରଥମ ଇନିଂସ୍‌ରେ ମାତ୍ର ୭ ଓଭର୍‌ ବ୍ୟାଟିଂ କରି ଶୂନ ରନ୍‌ ସହ ଶୂନ ୱିକେଟ୍‌ରେ ପାଳି ଘୋଷଣା କରି ଦେଇଥିଲା।

ସେଣ୍ଟ୍ରାଲ୍‌ ଷ୍ଟାଗସ୍‌ ମଧ୍ୟ ବିନା ବ୍ୟାଟିଂରେ ଅର୍ଥାତରେ ଶୂନରେ ନିଜର ଦ୍ୱିତୀୟ ଇନିଂସ୍‌ ଘୋଷଣା କରିଥିଲା। ଉଭୟ ଦଳ ଶୂନ ଶୂନରେ ପାଳି ଘୋଷଣା କରିବାରୁ କାଣ୍ଟରବରୀକୁ ମ୍ୟାଚ୍‌କୁ ଜିତିବା ପାଇଁ ୩୫୩ ରନ୍‌ର ଟାର୍ଗେଟ ମିଳିଥିଲା। ଦଳକୁ ଏହି ରନ୍‌ ୮୯ ଓଭର୍‌ରେ କରିବାକୁ ଥିଲା।

ତେବେ ଚା’ ପାନ ବିରତି ପରେ କାଣ୍ଟରବରୀର ବ୍ୟାଟିଂ ଲାଇନ୍‌ ଅପ୍‌ ଭୁଶୁଡ଼ି ପଡ଼ିଥିଲା। ଦଳ ୧୩୧ ରନ୍‌ରେ ୯ ୱିକେଟ୍‌ ହରାଇ ପରାଜୟର ଦ୍ୱାରଦେଶରେ ପହଞ୍ଚିଥିଲା। କିନ୍ତୁ ଶେଷ ୱିକେଟ୍‌ ପାଇଁ ଆଣ୍ଡ୍ର୍ୟୁ ହାଜେଲ୍‌ଡାଇନ୍‌ ଓ ୱିଲ୍‌ ୱିଲିୟମ୍ସ ଡ୍ର ପାଇଁ ପୂରା ଦମ୍‌ ଲଗାଇଥିଲେ। ଉଭୟ ୨୫.୫ ଓଭର୍‌ ବ୍ୟାଟିଂ କରିଥିଲେ।

ତେବେ ଅସଲ ଡ୍ରାମା ମ୍ୟାଚ୍‌ର ଶେଷ ବଲ୍‌ରେ ଦେଖିବାକୁ ମିଳିଥିଲା। ମ୍ୟାଚ୍‌ ଶେଷ ହେବାର ଅନ୍ତିମ ବଲ୍‌ରେ ସେଣ୍ଟ୍ରାଲ୍‌ ଷ୍ଟାଗସ୍‌ର ରାୟନ୍‌ ମ୍ୟାକୋନ୍‌ ଆଣ୍ଡ୍ର୍ୟୁ ହାଜେଲ୍‌ଡାଇନ୍‌ଙ୍କୁ ବୋଲ୍ଡ କରି ତାଙ୍କ ଦଳକୁ ଏକ ରୋମାଞ୍ଚକର ବିଜୟ ଭେଟି ଦେଇଥିଲେ।
କାଣ୍ଟରବରୀ ମାତ୍ର ୨୦୭ ରନ୍‌ କରିପାରିଥିଲା। ଫଳରେ ଷ୍ଟାଗସ୍‌ ମ୍ୟାଚ୍‌ଟିକୁ ୧୪୫ ରନ୍‌ରେ ଜିତି ନେଇଥିଲା।

ଦେଖନ୍ତୁ ଶେଷ ୱିକେଟ୍‌ ଦାଖଲ ପରେ ସେଲେବ୍ରେଶନ୍‌



from Odisha Reporter https://ift.tt/2A7g6RB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages