ସ୍ମାର୍ଟଫେ।ନ୍ ୟୁଜ କରୁଛନ୍ତି କି ? ଭୁଲନ୍ତୁନି ଜମା ଏହି ସବୁ କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 8, 2018

ସ୍ମାର୍ଟଫେ।ନ୍ ୟୁଜ କରୁଛନ୍ତି କି ? ଭୁଲନ୍ତୁନି ଜମା ଏହି ସବୁ କଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଲି ଯାହା ବିଳାସମୟ ଥିଲା ଆଜି ତାହା ଆବଶ୍ୟକତା। କାଲି ଯାହା ଆବଶ୍ୟକତା ଥିଲା ଆଜି ତାହା ଆଉଡେଟେଡ୍। କିଛି ବର୍ଷ ପୂର୍ବରୁ ଗାଁ’ରେ କାଁ ଭାଁ କିଏ ମୋବାଇଲ୍ ଫେ।ନଟିଏ ଧରିଥିଲେ ତାକୁ ଲୋକେ ଟେରେଇ ଟେରେଇ ଚାହୁଁଥିଲେ। କିନ୍ତୁ ଆଜି ଗାଁ’ଠାରୁ ସହର, ସବୁଠି ସମସ୍ତେ ସ୍ମାର୍ଟଫେ।ନ୍ ଭିତରେ ଏତେ ମାତ୍ରାରେ ଫସିଯାଇଛନ୍ତି ଯେ, ଆଉ ଜମା ବାହାରି ପାରୁ ନାହାନ୍ତି। ସିଡ଼ି ଚଢିଲାବେଳେ ସ୍ମାର୍ଟଫେ।ନରେ କେଞ୍ଚି ହେଇଥିବ ମୁହଁ, ଝୁଣ୍ଟୁଥିବ ପାଦ। ଖାଇଲା ବେଳେ ଭାତ ଥାଳିକୁ ହାତ ନେଉ ନେଉ ଢାଳିଯାଉଥିବ ଡାଲି।

ସ୍ମାର୍ଟ ଫେ।ନ୍ ଏମିତି ବାଇ କରିଚି ଯେ ସକାଳ ପାହିଯାଉଛି ପଛେ ଶୋଇ ପାରୁନି ଆଜିର ଏ ମଣିଷ। ବାପା ମା’ ଶହେ ଡାକ ଡାକିଲେ ବି ଶୁଭୁ ନଥିବ କିଛି। ଆପଣ ବି ଏମିତିକା ଅଜବ ବେମାରିର ଶିକାର କି? ଯଦି ହଁ ତେବେ ପଢନ୍ତୁ…

୧-ଲେମ୍ବୁ ଅତି ଚୁପୁଡିଲେ ପିତା। ଅତିରୁ ଇତି। ଓଡିଆରେ ଏଭଳି ରୁଢି ଆପଣ ଶୁଣିଥିବେ। ଯଦି ସ୍ମାର୍ଟଫେ।ନ୍ ଆପଣଙ୍କୁ ଅତି ମାତ୍ରାରେ ଗ୍ରାସ କରିଛି, ତାହାଲେ ଭାବନ୍ତୁ ତ ଯେଉଁ ମଣିଷ ଏଇ ଯନ୍ତ୍ରଟିକୁ ତିଆରି କରିଛି ଆଜି ସେଇ ଯନ୍ତ୍ର ମଣିଷକୁ ନିୟନ୍ତ୍ରଣ କରୁଛି। ଏମିତି ହେବା କ’ଣ ଠିକ୍ କି? ନୁହେଁ ନା ? ଯଦି ଆପଣଙ୍କୁ ଏଇ କଥା ଠିକ୍ ଲାଗୁଛି ତେବେ ସ୍ମାର୍ଟଫେ।ନ୍ ଆପଣଙ୍କ ବସ୍ ହେବା ଆଗରୁ ଆପଣ ତା ବସ୍ ହେଇଯିବା ଭଲ।

୨-ସ୍ମାର୍ଟଫେ।ନ୍ ଏକ ଯନ୍ତ୍ରଟିଏ ମାତ୍ର, ତାହା ଆମ ଜୀବନ ନିର୍ବାହକୁ ସହଜ କରିବା ପାଇଁ ଉଦ୍ଦିଷ୍ଟ। ଆମ ଆବଶ୍ୟକତା ପୂରଣ କରିବା ପାଇଁ ପ୍ରସ୍ତୁତ। କିନ୍ତୁ ଏହା ଯଦି ଆମ ସମୟ ନଷ୍ଟ କରେ ତାହା କେତେ ଦୂର ଗ୍ରହଣୀୟ, ଆପଣ ବିଚାର କରନ୍ତୁ। ଏହାକୁ ଏପରି ବ୍ୟବହାର କରନ୍ତୁ ଯାହା ଫଳରେ କି ଆପଣଙ୍କ ସମୟ ସଞ୍ଚୟ କରିବା ସହିତ ଆପଣଙ୍କ କାମକୁ ସହଜ କରିବ।

୩- ଇଣ୍ଟରନେଟ୍ ସୁବିଧା ପାଇଁ ଏପରି ଲାଗୁଛି ଯେମିତି ସାରା ବିଶ୍ୱଟି ଆମ ଆଖି ସାମ୍ନାରେ। ହାତ ମୁଠାରେ। କିନ୍ତୁ ସାରା ବିଶ୍ୱକୁ ଆମେ ହାତ ମୁଠାରେ ରଖିବା କି ଆବଶ୍ୟକ? ଯେତିକି ଦରକାର ସେତିକି ବ୍ୟବହାର ଭଲ। ତେଣୁ ଆପଣଙ୍କ ଜରୁରୀ ଅନୁସାରେ ସୋଶାଲ ମିଡିଆ ବ୍ୟବହାରରେ ସମସ୍ତ ଧାର୍ଯ୍ୟ କରନ୍ତୁ।

୪- ଏହା ଯୋଗାଯୋଗର ଏକ ମାଧ୍ୟମ ମାତ୍ର। ମନୋରଞ୍ଜନର ଏକ ଉପକରଣ ହୋଇପାରେ, କିନ୍ତୁ ମଣିଷକୁ ନିୟନ୍ତ୍ରଣ କରିବା ଭଳି ଏକ କ୍ରୁର ବସ୍ତୁ ନହେବା ଉଚିତ। ତେଣୁ ଏହା ଆପଣଙ୍କର ଏକ ବ୍ୟାଡ ମାଷ୍ଟର ହେବା ଆଗରୁ ଆପଣ ତାକୁ ଗୁଡ୍ ସର୍ଭାଣ୍ଟ କରିଦେବା ଉଚିତ।

୫- ଯେତେ ସମ୍ଭବ ସେଥିରୁ ଭଲ ଶିକ୍ଷା ଗ୍ରହଣ କରିବା ଉଚିତ। ଏହାକୁ ଏକ ସୁଯୋଗ ଭାବି ଅପବ୍ୟବହାର କରିବା ନିଜ ପାଇଁ ବିପଦ କୁହାଯାଇ ପାରେ। ତେଣୁ ଏହାକୁ ନିଜ ଜ୍ଞାନ ଆହରଣର ମାଧ୍ୟମ ଭାବେ ବ୍ୟବହାର କଲେ ଏହା ଆପଣଙ୍କୁ ଭାରାକ୍ରାନ୍ତ କରିବ ନାହିଁ।

୬- ସିଡ଼ି ଚଢୁଥିବା ବା ଓହ୍ଲାଇବା ବେଳେ, ରାସ୍ତା ଅତିକ୍ରମ କରୁଥିବା ବେଳେ କିମ୍ବା ଗାଡ଼ି ଚଲାଉଥିବା ବେଳେ ମୋବାଇଲ ଫୋନ୍‌ ବ୍ୟବହାର କରିବା ଦୁର୍ଘଟଣା ବା ମୃତ୍ୟୁକୁ ଆମନ୍ତ୍ରଣ କରିବା ସଙ୍ଗେ ସମାନ। ସେହିପରି ସେଲଫି ନେବା ବେଳେ ଦଶଥର ଚିନ୍ତା କରନ୍ତୁ ଏବଂ ଚାରିଆଡ଼କୁ ଚାହିଁ ଦେଖନ୍ତୁ ଯେମିତି ଆପଣଙ୍କ ଜୀବନ ପ୍ରତି କୌଣସି ବିପଦ ବା ରିସ୍କ ନଥିବ।



from Odisha Reporter https://ift.tt/2Oddric

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages