ଏଠି ଗୋଟିଏ ମାସ ବିଳମ୍ୱରେ ପାଳନ ହୁଏ ଦୀପାବଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 29, 2018

ଏଠି ଗୋଟିଏ ମାସ ବିଳମ୍ୱରେ ପାଳନ ହୁଏ ଦୀପାବଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀପାବଳିରେ ପାଳନ ହୁଏନି ଉତ୍ସବ। ଏହାର ଠିକ୍‌ ମାସକ ପରେ ଆୟୋଜିତ ହୋଇଥାଏ ଆଲୋକର ପର୍ବ।

ସାରା ଭାରତରେ ନଭେମ୍ୱର ପ୍ରଥମ ସପ୍ତାହରେ ଦୀପାବଳି ଉତ୍ସବ ପାଳନ ହେଉଥିବା ବେଳେ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର କିଛି ଅଞ୍ଚଳରେ ଗୋଟିଏ ମାସ ପରେ ଅର୍ଥାତ୍‌ ଡିସେମ୍ୱରରେ ଆଲୋକର ଏହି ମହାପର୍ବ ପାଳନ ହୋଇଥାଏ।

ତେବେ ଏପରି କାହିଁକି ହୋଇଥାଏ ବୋଲି ଆପଣଙ୍କ ମନରେ ସ୍ୱତଃ ପ୍ରଶ୍ନ ଆସୁଥିବ।

ଏହା ପଛରେ ପୌରାଣିକ କଥାଟିଏ ମଧ୍ୟ ରହିଛି।

ପୁରାଣ ଅନୁସାରେ, ରାବଣକୁ ବଧ କରିବା ପରେ ଭଗବାନ ରାମ ଅଯୋଧ୍ୟାକୁ ଆଗମନ କରିବା ଖୁସିରେ ଦୀପାବଳି ଉତ୍ସବର ଆୟୋଜନ କରାଯାଇଥିଲା। କିନ୍ତୁ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶର କିଛି ଅଞ୍ଚଳର ଲୋକେ ବିଶ୍ୱାସ କରନ୍ତି ଯେ, ଭଗବାନ ରାମ ବିଳମ୍ୱରେ ଅଯୋଧ୍ୟାରେ ପହଞ୍ଚିଥିଲେ। ଫଳରେ ଅଯୋଧ୍ୟା ପହଞ୍ଚିବାର ଗୋଟିଏ ମାସ ବିଳମ୍ୱରେ ଏହି ସବୁ ଅଞ୍ଚଳରେ ପହଞ୍ଚିଥିଲେ। ତେଣୁ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶର ଲୋକମାନେ ଦୀପାବଳି ଉତ୍ସବ ବିଳମ୍ବରେ ପାଳନ କରିଥାନ୍ତି।

ଜାଣି ଆଶ୍ଚର୍ଯ୍ୟ ହେବେ ଏହି ସବୁ ଅଞ୍ଚଳରେ ଦୀପାବଳିର ନାଁ ବି ଭିନ୍ନ। ଏଠାରେ ଏହାକୁ ‘ବୁଦ୍ଧି ଦୀପାବଳି’ ବା ‘ଅନ୍ଧାର ଦୀପାବଳି’ ବୋଲି କୁହାଯାଇଥାଏ।

ଏହି ଦିନ ପାରମ୍ପରିକ ଲୋକନୃତ୍ୟ ସାଙ୍ଗକୁ ସଙ୍ଗୀତ ଗାଇ ଲୋକମାନେ ଦୀପାବଳି ପାଳନ କରିଥାନ୍ତି। ଏହା ବ୍ୟତୀତ କିଛି ଅଞ୍ଚଳରେ ଏହି ଦିନକୁ ବିବାହ କରିବା ପାଇଁ ଶୁଭ ଦିନ ବୋଲି ବିଚାର କରାଯାଇଥାଏ।  ହିମାଚଳ ପ୍ରଦେଶରେ ଗୋଟିଏ ସପ୍ତାହ ଧରି ଦୀପାବଳି ଉତ୍ସବ ପାଳନ ହୋଇଥାଏ। ଏହି ଉତ୍ସବରେ ପଶୁ ବଳି ଦେବା ସହିତ ସୁରା ପିଇବା ପାଇଁ ମଧ୍ୟ ଲୋକେ ପସନ୍ଦ କରିଥାନ୍ତି।

କୁଲ୍ଲୁ, ଶ୍ରୀମୋର୍‌, ସିମ୍‌ଲା ଏବଂ ମାଣ୍ଡି ଜିଲାରେ ଧୁମ୍‌ଧାମ୍‌ରେ ଦୀପାବଲି ଉତ୍ସବ ପାଳନ କରାଯାଇଥାଏ। ଅମାବାସ୍ୟା ଦିନ ହିଁ ଏଠାରେ ଦୀପାବଳି ପାଳନ କରିଥାନ୍ତି। ଏହା ସହିତ କିଛି ଅଞ୍ଚଳରେ ଚାଷ କାମ ସରିବା ପରେ ବନ୍ଧୁମାନଙ୍କ ସହିତ କିଛି ସମୟ କାଟିବା ପାଇଁ ଉତ୍ସବରେ ସାମିଲ୍‌ ହୋଇଥାନ୍ତି।

ଏହି ଦିନ ମହିଳା ଓ ପୁରୁଷମାନେ ସେଠାକାର ଲୋକନୃତ୍ୟ ‘ସିଣ୍ଡର’ ପରିବେଷଣ କରିଥାନ୍ତି। ମନ୍ଦିରରେ ନିଜର ଇଷ୍ଟଦେବତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଲୋକନୃତ୍ୟ ଆରମ୍ଭ ହୋଇଥାଏ। ଏହା ମଧ୍ୟ ବିଶ୍ୱାସ ରହିଛି ଯେ, ମନ୍ଦିରରେ ଉତ୍ସବ ଆରମ୍ଭ ହେବା ପୂର୍ବରୁ କୌଣସି ଜଣେ ବ୍ୟକ୍ତି ଅଚେତ ହୋଇ ପଡ଼ିରହନ୍ତି ଏବଂ ଉତ୍ସବ ପ୍ରକ୍ରିୟା ଶେଷ ନ ହେବା ପର୍ଯ୍ୟନ୍ତ ସେହି ବ୍ୟକ୍ତିଙ୍କର ଚେତା ଫେରି ନ ଥାଏ।

କେବଳ ଏତିକି ନୁହେଁ, ଏହି ଦିନ ମହାଭାରତ ମହାକାବ୍ୟରେ ଥିବା ଲୋକଗୀତ ମଧ୍ୟ ପରିବେଷଣ କରାଯାଇଥାଏ। ଡ୍ରମ୍‌ ଓ ତୁରୀ ବଜାଇବା ସହିତ ଶ୍ରଦ୍ଧାଳୁମାନେ ନିଜର ମନସ୍କାମନା ପୂର୍ଣ୍ଣ କରିବା ପାଇଁ ନିଆଁରେ ଚାଲିବା ପ୍ରକ୍ରିୟା କରିଥାନ୍ତି।

ହିମାଚଳ ପ୍ରଦେଶର କୁଲ୍ଲୁରେ ରାକ୍ଷସମାନଙ୍କର ବଧ କରିବା ଖୁସିରେ ଏହି ଦିନକୁ ପାଳନ କରଯାଇଥାଏ। ସେଠାକାର ଲୋକ ବିଶ୍ୱାସ ଯେ, ରାକ୍ଷସମାନେ ସାପ ରୂପରେ ସେଠାରେ ରହି ଲୋକମାନଙ୍କୁ ହଇରାଣ କରୁଛନ୍ତି। ଏଣୁ ଏହି ଦିନ ଶହ ଶହ ସଂଖ୍ୟାରେ ଛେଳି, ମେଣ୍ଢା ଓ ମଇଁଷିକୁ ମନ୍ଦିରରେ ବଳି ଦିଆ ଯାଇଥାଏ।
ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶର ଲୋକମାନେ ବିଶ୍ୱାସ କରନ୍ତି ଯେ, ଦୀପାବଳି ଉତ୍ସବ ପାଳନ କରିବା ଦ୍ୱାରା ତାଙ୍କ ଚାରି ପାଖରେ ଥିବା ନକାରାତ୍ମକ ଶକ୍ତିର ବିନାଶ ହୋଇଥାଏ।



from Odisha Reporter https://ift.tt/2DaHkcT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages