ଜଙ୍ଘରେ ହାତ ରଖି କହିଲେ ‘ୟୁ ଆର ବ୍ୟୁଟିଫୁଲ୍‌’: ସୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 10, 2018

ଜଙ୍ଘରେ ହାତ ରଖି କହିଲେ ‘ୟୁ ଆର ବ୍ୟୁଟିଫୁଲ୍‌’: ସୋନା

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ରଙ୍ଗବତୀ ଏବଂ ଆହେ ନୀଳ ଶୈଳକୁ କଦର୍ଥ କରି ଗାଇବା ଅଭିଯୋଗରେ ଚର୍ଚ୍ଚାରେ ଥିବା କଣ୍ଠଶିଳ୍ପୀ ସୋନା ମହାପାତ୍ର ଆଣିଛନ୍ତି ସାଂଘାତିକ ଅଭିଯୋଗ। ଆଉ #metoo ତାଲିକାରେ ଯୋଡ଼ି ହୋଇଛି ଆଉ ଜଣେ ପ୍ରସିଦ୍ଧ କଣ୍ଠ ଶିଳ୍ପୀ କୈଲାଶ ଖେର୍‌ଙ୍କ ନାମ।

ସୋଶାଲ ମିଡିଆରେ ମୁହଁ ଖୋଲିବାକୁ କିମ୍ବା ସମାଲୋଚକଙ୍କ ମୁହଁ ବନ୍ଦ କରିବାକୁ କେବେ ମଧ୍ୟ ପଛଘୁଞ୍ଚା ଦେଇନଥିବା ସୋନା ସୋଶାଲ ମିଡିଆରେ ହିଁ ଏଭଳି ଅଭିଯୋଗ ଆଣିଛନ୍ତି ଯାହାକି ହଜାର ହଜାର କୈଲାଶ ପ୍ରେମୀଙ୍କ ପାଇଁ ଝଟ୍‌କା ସଦୃଶ ହୋଇଛି। ଜଣେ ସୋଶାଲ ମିଡିଆ ବ୍ୟବହାରକାରୀ ଏନେଇ ଦୁଇ ଜଣ ମହିଳାଙ୍କ ସହିତ କୈଲାଶ ଦୁର୍ବ୍ୟବହାର କରିଥିବା ନେଇ ଟ୍ୱିଟ୍‌ କରିବା ପରେ ସୋନା ମଧ୍ୟ ଟ୍ୱିଟ୍‌ କରିଥିଲେ।

ସେ ଏହି ଅବସରରେ କହିଥିଲେ, ଦୁହେଁ ଗୋଟିଏ ଗୀତ ପାଇଁ ଭେଟ ହୋଇଥିଲେ। ହଠାତ ଏହି ପ୍ରସିଦ୍ଧ କଣ୍ଠଶିଳ୍ପୀ ତାଙ୍କ ପାଖକୁ ଆସିଲେ ଏବଂ ତାଙ୍କ ଜଙ୍ଘରେ ରେ ହାତ ରଖି କହିଲେ, “ତୁମେ ଖୁବ୍‌ ସୁନ୍ଦର। ଜଣେ ଅଭିନେତାଙ୍କ ଦ୍ୱାରା ନୁହେଁ ଜଣେ କଣ୍ଠଶିଳ୍ପୀ ତୁମକୁ ଠାବ କରିଥିବାରୁ ତୁମେ ଭାଗ୍ୟବାନ।”

ଏହି ଗୋଟିଏ ଟ୍ୱିଟ୍‌ ପରେ ସୋନା ଟ୍ୱିଟ୍‌ର ବର୍ଷା କରିଦେଥିଲେ। ଆଉ ଜଣେ ମହିଳା ସାମ୍ବାଦିକ ଏମିତି ଅଭିଯୋଗ ଆଣିବା ପରେ ସୋନା କହିଥିଲେ, “କୈଲାଶ ଏତେ କାଣ୍ଡ କରିଛନ୍ତି ଯେ, ତାଙ୍କୁ କ୍ଷମା ମାଗିବା ପାଇଁ ତାଙ୍କ ସାରା ଜୀବନ ବିତିଯିବ।”



from Odisha Reporter https://ift.tt/2CyzDNx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages