ପ୍ରଥମ ଦିନିକିଆ: ଇଣ୍ଡିଜ୍‌ ପାଇଁ ଭାରୀ ପଡ଼ିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 20, 2018

ପ୍ରଥମ ଦିନିକିଆ: ଇଣ୍ଡିଜ୍‌ ପାଇଁ ଭାରୀ ପଡ଼ିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ୍‌ ସିରିଜ୍‌କୁ ୦-୨ରେ କବ୍‌ଜା କରିଥିବା ଟିମ୍‌ ଇଣ୍ଡିଆ ୫ଟିକିଆ ଦିନିକିଆ ସିରିଜ୍‌ରେ ମଧ୍ୟ ଘରୋଇ ମାଟିରେ ଭ୍ରମଣକାରୀ ଦଳ ବିରୋଧରେ ନିଜ ପ୍ରଧାନ୍ୟ କାଏମ ରଖିବାକୁ ଲକ୍ଷ୍ୟ ରଖିବ। ସିରିଜ୍‌ର ପ୍ରଥମ ମ୍ୟାଚ୍‌ ରବିବାର ଗୁୱାହାଟିର ବର୍ସପରା କ୍ରିକେଟ୍‌ ଷ୍ଟାଡିଅମ୍‌ରେ ହେବ।

କାଗଜ କଲମ ଓ ରେକର୍ଡ ଦୃଷ୍ଟିରୁ କ୍ୟାରିବିଅନ୍‌ ପ୍ରତିପକ୍ଷଙ୍କ ତୁଳନାରେ ଢେର୍ ଶକ୍ତିଶାଳୀ ମନେ ହେଉଥିବା ବିରାଟ୍‌ ବାହିନୀ ନିକଟ ଅତୀତରେ ଅନୁଷ୍ଠିତ ୫ଟି ଦିନିକିଆ ମୁକାବିଲା ମଧ୍ୟରୁ ତିନିଟିରେ ବିଜୟୀ ହୋଇଥିବାବେଳେ ଗୋଟିକରେ ପରାସ୍ତ ହୋଇଛି। ଅନ୍ୟ ମ୍ୟାଚ୍‌ର ଫଳାଫଳ ବାହାରି ନଥିଲା।

ସେହିପରି ଘରୋଇ ମାଟିରେ ଇଣ୍ଡିଜ୍‌ ବିପକ୍ଷ ଗତ ୯ଟି ଦିନିକିଆ ମଧ୍ୟରୁ ଭାରତ ୫ଟିରେ ବିଜୟୀ ହୋଇଥିବାବେଳେ ଇଣ୍ଡିଜ୍‌ ୨ଟିରେ ବିଜୟ ସ୍ୱାଦ ପାଇଥିଲା। ଅନ୍ୟ ଦୁଇଟି ମ୍ୟାଚ୍‌ ବାତିଲ୍‌ ହୋଇଯାଇଥିଲା।

ତେବେ ଇଣ୍ଡିଜ୍‌ ବିପକ୍ଷରେ ବିଜୟର ଏହି ଧାରାକୁ ଅତୁଟ ରଖିବା ପାଇଁ ଟିମ୍‌ ଇଣ୍ଡିଆ ଏହାର ପ୍ରମୁଖ ଶକ୍ତି ବ୍ୟାଟିଂ ଉପରେ ନିର୍ଭର କରିବ। ଏସିଆ କପ୍‌ରେ ବିଶ୍ରାମ ନେଇଥିବା ଅଧିନାୟକ ବିରାଟ କୋହଲିଙ୍କ ଫର୍ମରେ ଥିବା ଉପଧିନାୟକ ରୋହିତ୍ ଶର୍ମା ଓ ସାଥି ବାମହାତୀ ଶିଖର ଧୱନ୍‌ ଭାରତୀୟ ବ୍ୟାଟିଂ ଦୁର୍ଗର ନେତୃତ୍ୱ ସମ୍ଭାଳିବେ।

ଏହି ତିନିହେଁ ଟପ୍‌ ଅର୍ଡରରେ ଇଣ୍ଡିଜ୍‌ ନୂଆ ବଲ୍‌ ବୋଲରଙ୍କୁ ୩୦ ଓଭର ଯାଏ ସଫଳ ମୁକାବିଲା କଲେ, ନିଜ ପଡ଼ିଆରେ ଭାରତକୁ ଏକ ବୃହତ୍‌ ସ୍କୋର୍‌ ଦେବାକୁ ଲ‍କ୍ଷ୍ୟ ରଖିବ ଭାରତୀୟ ମଧ୍ୟକ୍ରମ।

ମ୍ୟାଚ୍‌ ଆରମ୍ଭର ପୂର୍ବ ଦିନ ଘୋଷିତ ଭାରତୀୟ ଦଳ ଅନୁସାରେ, କୋହଲିଙ୍କ ପରେ ବହୁଆଲୋଚିତ ନମ୍ବର ୪ରେ ବ୍ୟାଟିଂ ପାଇଁ ଆସିବେ ହାଇଦ୍ରାବାଦୀ ଭେଟେରାନ୍ ଅମ୍ବାତି ରାୟୁଡ଼ୁ। ଘୋଷିତ ଚୂଡ଼ାନ୍ତ ଏକାଦଶରୁ ଲୋକେଶ ରାହୁଲ୍‌ ଓ ମନୀଷ ପାଣ୍ଡେଙ୍କୁ ବାଦ୍ ଦେଇ ଟିମ୍‌ ଇଣ୍ଡିଆ ଥିଙ୍କ୍‌ଟ୍ୟାଙ୍କ୍‌ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତ ହେଉଥିବା ଭାରତୀୟ ବ୍ୟାଟିଂ ଲାଇନ୍‌ ଅପ୍‌ ପାଇଁ ଭିନ୍ନ ସ୍ଥିତିରେ ରାୟୁଡ଼ୁଙ୍କ ସ୍କୋରିଂ ଦକ୍ଷତା ଉପରେ ଅଧିକ ଭରସା ରଖିଛି।

ସେହିପରି ଧୋନି ମଧ୍ୟକ୍ରମ ବ୍ୟାଟିଂକୁ ଦିଗ୍‌ଦର୍ଶନ ଦେବେ ଏବଂ ତାଙ୍କରି ମାର୍ଗଦର୍ଶନରେ ଦିଲ୍ଲୀର ବିସ୍ଫୋରକ ଯୁବ ତାରକା ରିଷଭ୍‌ ପନ୍ତ ନିଜ ପଦାର୍ପଣ ଦିନିକିଆରେ ୬ନମ୍ବରରେ କ୍ରିଜ୍‌କୁ ଆସି ଭ୍ରମଣକାରୀ ଦଳର ବୋଲିଂ ଶକ୍ତିକୁ ଧୂଲେଇ କରିବାର ଭରପୂର ସୁଯୋଗ ପାଇବେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଦଳ ଖେଳାଳି ଭାବେ ଦଳକୁ ଫେରିଥିବା ସ୍ପିନିଂ ଅଲ୍‌ରାଉଣ୍ଡର୍‌ ରବୀନ୍ଦ୍ର ଜାଡେଜା ମଧ୍ୟ ତାଙ୍କ ପସନ୍ଦର ୭ ନମ୍ବର ସ୍ଥାନରେ ବ୍ୟାଟିଂ କରି ଟେଲ୍‌ ଏଣ୍ଡରଙ୍କ ସହାୟତାରେ ସ୍କୋର୍‌ ବୋର୍ଡକୁ ଆଗେଇ ନେବାର କ୍ଷମତା ରଖିଛନ୍ତି।

ଗତ କିଛି ଟୁର୍ଣ୍ଣାମେଣ୍ଟ୍‌ରେ ଭାରତୀୟ ଦଳର ଶକ୍ତି ପାଲଟିଥିବା ବୋଲିଂ ବାହିନୀରେ ଏଥର ଭୁବନେଶ୍ୱର କୁମାର୍‌ ଏବଂ ଯଶପ୍ରୀତ୍‌ ବୁମ୍ରାଙ୍କ ସୁଇଂ ଓ ଡେଥ୍ ଓଭର୍‌ ୟର୍କର୍‌ ଦେଖିବାକୁ ମିଳିବ ନାହିଁ। ତେବେ ଏ ଦୁହିଁଙ୍କ ଅଭାବ ଅନୁଭୂତ ହେବାକୁ ନଦେବା ପାଇଁ ଅଭିଜ୍ଞ ବେଙ୍ଗଲ୍‌ ସ୍ଚିଡ୍ ଷ୍ଟାର୍‌ ମହମ୍ମଦ ଶାମି ଓ ଭ୍ରମଣକାରୀ ଦଳ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ ଜଲୱା ଦେଖାଇଥିବା ଉମେଶ ଯାଦବଙ୍କୁ ସ୍ଥିର ପ୍ରଦର୍ଶନ ଦେବାକୁ ପଡ଼ିବ। ଆଉ ୱେଷ୍ଟ୍‌ଇଣ୍ଡିଜ୍‌ର ସ୍କୋରିଂ ଉପରେ ଲଗାମ୍‌ ଲଗାଇବା ପାଇଁ ଅଧିନାୟକ ବିରାଟ୍‌ କୋହଲି ତାଙ୍କ ସ୍ପିନ୍ ତ୍ରିମୂର୍ତ୍ତି ଜାଡେଜା, କୁଲଦୀପ୍‌ ଓ ଚହଲ୍‌ଙ୍କ ଉପରେ ସମ୍ଭବତଃ ଅଧିକ ନିର୍ଭର କରିବେ।

ଅନ୍ୟପକ୍ଷରେ କିଛି ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଦୁର୍ବଳ ଲାଗୁଥିବା ଜାସନ୍‌ ହୋଲ୍‌ଡରଙ୍କ ଇଣ୍ଡିଜ୍‌ ପାଇଁ ଅଭିଜ୍ଞ ମାର୍ଲନ୍ ସାମୁଏଲ୍‌ସ୍‌ଙ୍କ ଉପସ୍ଥିତି ଲାଭପ୍ରଦ ହେବା ଆଶା କରାଯାଉଛି। ଏହା ସହ ରଭ୍‌ମ୍ୟାନ୍‌ ପୱେଲ୍‌ଙ୍କ ବିସ୍ଫୋରକ ଇନିଂସ ଖେଳିବାର ଦକ୍ଷତା ଓ ଶାଇ ହୋପ୍‌ଙ୍କ ସ୍ଥିର ପ୍ରଦର୍ଶନ ଘରୋଇ ଦଳ ପାଇଁ ଚିନ୍ତା ସୃଷ୍ଟି କରିପାରେ। ତେବେ ଘରୋଇ କ୍ରିକେଟ୍‌ରେ ଉଚ୍ଚକୋଟୀର ପ୍ରଦର୍ଶନ ଯୋଗୁ ଜାତୀୟ ଦଳରେ ସ୍ଥାନ ପାଇଥିବା ସୁନିଲ୍ ଆମ୍ବ୍ରିସ୍‌ ଓ ଶିମ୍‌ରନ୍‌ ହେତ୍‌ମେୟର୍‌ଙ୍କ ଭଳି ଯୁବ ପ୍ରତିଭା ଭାରତୀୟ ମାଟିରେ ସଫଳ ହେଲେ, ବିରାଟ୍‌ ବାହିନୀଙ୍କୁ ନିଜ ପଡ଼ିଆରେ ଇଣ୍ଡିଜ୍‌ ମାତ୍‌ ଦେବାର ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ। ଏହା ସହିତ ଅଧିନାୟକ ହୋଲ୍‌ଡରଙ୍କ ନେତୃତ୍ୱାଧୀନ ଇଣ୍ଡିଜ୍‌ ଦ୍ରୁତ ବୋଲିଂ ଅଧିକ ଶାଣିତ ହେଲେ, ରେକର୍ଡ ବୁକ୍‌ ବି ଓଲଟପାଲଟ ହୋଇଯାଇପାରେ।

ଟିମ୍‌ ଇଣ୍ଡିଆ: ରୋହିତ୍‌ ଶର୍ମା, ଶିଖର ଧୱନ୍‌, ବିରାଟ୍‌ କୋହଲି(ଅ), ଅମ୍ବାତି ରାୟୁଡ଼ୁ, ରିଷଭ ପନ୍ତ, ଏମ୍‌ଏସ୍‌ ଧୋନି(ୱି), ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟଜୁବେନ୍ଦ୍ର ଚହଲ୍‌, ଉମେଶ ଯାଦବ, ମହମ୍ମଦ ଶାମି। ଦ୍ୱାଦଶ ଖେଳାଳି: ଖଲିଲ୍‌ ଅହମ୍ମଦ

ଟିମ୍‌ ଇଣ୍ଡିଜ୍‌: ସୁନିଲ୍‌ ଆମ୍ବ୍ରିସ୍‌, କାଇରନ୍‌ ପୱେଲ୍‌, ଶାଇ ହୋପ୍‌(ୱି), ମାର୍ଲନ୍‌ ସାମୁଏଲ୍‌ସ୍‌, ଶିମ୍‌ରନ୍‌ ହେତ୍‌ମେୟର୍‌, ରଭ୍‌ମ୍ୟାନ୍‌ ପୱେଲ୍‌, ଜାସନ୍‌ ହୋଲ୍‌ଡର୍‌(ଅ), ଆଶ୍‌ଲେ ନର୍ସ୍‌, କିମୁ ପଉଲ୍‌, ଦେବେନ୍ଦ୍ର ବିଶୁ, ଆଲ୍‌ଜାରି ଯୋଶେଫ୍‌/କେମାର୍ ରୋଚ୍‌



from Odisha Reporter https://ift.tt/2CwRGmu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages