
ମୁମ୍ୱାଇ: ଯଦି ଆପଣ ପେଟ୍ରୋଲ୍ ପମ୍ପରେ ଏଟିଏମ୍ କାର୍ଡ ସ୍ୱାଇପ୍ କରୁଛନ୍ତି, ତେବେ ସତର୍କ ରୁହନ୍ତୁ। ଏହି ସମୟରେ ଆପଣଙ୍କ କାର୍ଡରୁ ତଥ୍ୟ ଚୋରି ହେବାର ଆଶଙ୍କା ରହିଛି। କିଛି ଦିନ ଧରି ପେଟ୍ରୋଲ୍ ପମ୍ପ୍ରେ ଏଟିଏମ୍ କାର୍ଡରୁ ତଥ୍ୟ ଚୋରି ହେବା ସମ୍ପର୍କିତ ଅନେକ ମାମଲା ସାମ୍ନାକୁ ଆସିଛି। ଏପରି ମାମଲାରେ ଦେଶର ଭିନ୍ନ ଭିନ୍ନ ସହରରୁ ମୁମ୍ୱାଇ କ୍ରାଇମ୍ ବ୍ରାଞ୍ଚ୍ ୬ ଜଣଙ୍କୁ ଗିରଫ କରିଛି। ଏଟିଏମ୍ରୁ ଏପରି ତଥ୍ୟ ଚୋରି ମାମଲାରେ ନାଇଜେରିଆର ଜଣେ ଯୁବକ ମଧ୍ୟ ସାମିଲ ଥିବା କ୍ରାଇମ୍ ବ୍ରାଞ୍ଚ୍ ଜାଣିବାକୁ ପାଇଛି।
ତେବେ ପେଟ୍ରୋଲ୍ ପମ୍ପ୍ରେ ଏଟିଏମ୍ ସ୍ୱାଇପ୍ କଲେ, ତଥ୍ୟ ଚୋରି ହେବାର କିପରି ଆଶଙ୍କା ରହିଛି ଏବଂ କାର୍ଡରେ ପେମେଣ୍ଟ୍ ସମୟରେ ଆପଣ ଏଥିରୁ କେମିତି ସୁରକ୍ଷା ପାଇବେ, ଆସନ୍ତୁ ଜାଣିବା।
ଏପରି ହୋଇଥାଏ ପିନ୍ ନମ୍ୱର ଚୋରି:
ଆପଣ ଗାଡ଼ିରେ ତେଲ ପକାଇ ସାରିବା ପରେ କାର୍ଡ ସ୍ୱାଇପ୍ କରିବା ପାଇଁ ଦେଇଥା’ନ୍ତି। ଏହି ସମୟରେ ଏଟିଏମ୍ ମେସିନ୍ରେ ନିଜର ପିନ୍ ଟାଇପ୍ କରିବା ସମୟରେ ସତର୍କ ରୁହନ୍ତୁ।
ମୁମ୍ୱାଇ ପୁଲିସ୍ର କହିବା ଅନୁସାରେ, କାର୍ଡରୁ ତଥ୍ୟ ଚୋରି କରିବା ପାଇଁ ଏକ ରାକେଟ୍ କାମ କରୁଛି। ଏହି ରାକେଟ୍ର ମେମ୍ବର୍ ଆପଣ କାର୍ଡ ପେମେଣ୍ଟ୍ ପାଇଁ ପିନ୍ ନମ୍ୱର ଟାଇପ୍ କରିବାବେଳେ ଆପଣଙ୍କ ପଛରେ ରହିଥା’ନ୍ତି ଏବଂ ସଙ୍ଗେ ସଙ୍ଗେ ସେହି ନମ୍ୱରକୁ ମୋବାଇଲ୍ ଦେଖିବା ବାହାନରେ ଟିପି ରଖିଥା’ନ୍ତି। ଏଥିପାଇଁ ପିନ୍ ଟାଇପ୍ କରିବା ସମୟରେ ଆପଣ ଆଲର୍ଟ ରୁହନ୍ତୁ।
ସ୍ୱତନ୍ତ୍ର ସଫ୍ଟୱେର୍ ଦ୍ୱାରା ହୋଇଥାଏ ତଥ୍ୟ ଟ୍ରାନ୍ସଫର୍:
ଏହା ମଧ୍ୟରେ ଏକ ସ୍ୱତନ୍ତ୍ର ସଫ୍ଟୱେର୍ ଜରିଆରେ ଡୁପ୍ଲିକେଟ୍ ଏଟିଏମ୍ କାର୍ଡ ତିଆରି କରାଯାଉଛି। ଏହି ଡୁପ୍ଲିକେଟ୍ ଏଟିଏମ୍ କାର୍ଡରେ ଆପଣଙ୍କ ତଥ୍ୟ ଏଣ୍ଟ୍ରି କରାଯାଇଥାଏ ଏବଂ ସେହି କାର୍ଡ ଯୋଗେ ଯେ କୌଣସି ଏଟିଏମ୍ ସେଣ୍ଟର୍ରୁ ସହଜରେ ଟଙ୍କା କଢ଼ା ଯାଇପାରେ।
ଅସାବଧାନତା ଯୋଗୁ ଚୋରି ହୁଏ ତଥ୍ୟ:
ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ୍ର କହିବା ଅନୁସାରେ, ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ପେଟ୍ରୋଲ୍ ଓ ଡିଜେଲ୍ ପକାଇବା ସମୟରେ କାର୍ରେ ବସି ନିଜର ଡେବିଟ୍ କିମ୍ୱା କ୍ରେଡିଟ୍ କାର୍ଡ ପେଟ୍ରୋଲ୍ ପକାଉଥିବା ବ୍ୟକ୍ତିଙ୍କୁ ଦେଇଥା’ନ୍ତି। ଆପଣଙ୍କର ଏଭଳି ଅସାବଧାନତା ହିଁ ଚୋରଙ୍କୁ ଚୋରି କରିବା ପାଇଁ ରାସ୍ତା ଦେଖାଇଥାଏ।
ଚୋରି ରାକେଟ୍ ସହିତ ଜଡ଼ିତ ଥିବା ପେଟ୍ରୋଲ୍ ପମ୍ପ୍ କର୍ମଚାରୀଙ୍କ ପାଖରେ ଦୁଇଟି ସ୍ୱାଇପ୍ ମେସିନ୍ ରହିଥାଏ।
ତାଙ୍କ ପାଖରେ ଥିବା ଦୁଇଟି ମେସିନ୍ ମଧ୍ୟରୁ ଗୋଟିଏ ବଡ଼ ଏବଂ ଅନ୍ୟଟି ଛୋଟ। ରାକେଟ୍ରେ ସମ୍ପୃକ୍ତ ଥିବା ବ୍ୟକ୍ତି ଆପଣଙ୍କୁ ବଡ଼ ମେସିନ୍ରେ ପିନ୍ ଟାଇପ୍ କରିବାକୁ କହିବା ପରେ ଛୋଟ ମେସିନ୍ ପୁଣି ପିନ୍ ଟାଇପ୍ କରିବାକୁ କହିଥାଏ।
ସେହି ଛୋଟ ମେସିନ୍ ଜରିଆରେ ଆପଣଙ୍କ ପିନ୍ ନମ୍ୱର୍ର କ୍ଲୋନ୍ କରାଯାଇଥାଏ।
ଆଉ ଆପଣଙ୍କୁ ଏହି ସମ୍ପର୍କରେ ସୂଚନା ମିଳିବା ପୂର୍ବରୁ ହିଁ ଟଙ୍କା ଚୋରି ହୋଇ ସାରିଥାଏ।
from Odisha Reporter https://ift.tt/2pTwDmw
No comments:
Post a Comment