
ଲକ୍ଷ୍ମୌ: ଉତ୍ତରପ୍ରଦେଶ ବିଧାନ ପରିଷଦର ସଭାପତି ରମେଶ ଯାଦବଙ୍କ ସାନ ପୁଅ ଅଭିଜିତ୍ ଓରଫ ବିବେକର ସନ୍ଧିଗ୍ଧ ମୃତ୍ୟୁ ମାମଲାରେ ପୁଲିସ୍ ତାଙ୍କ ମାଆଙ୍କୁ ଗିରଫ କରିଛି। ଅଭିଜିତ୍ର ପ୍ରାକୃତିକ ଭାବେ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ କହୁଥିବେ ବେଳେ ବ୍ୟବଚ୍ଛେଦ ରିପୋର୍ଟରୁ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଅଭିଜିତଙ୍କୁ ଗଳା ଚିପି ହତ୍ୟା କରାଯାଇଛି। ଏହାସହ ତାଙ୍କ ମୁଣ୍ଡକୁ କୌଣସି ଶକ୍ତ ପଦାର୍ଥରେ ମାଡ଼ କରାଯାଇଛି। ତାଙ୍କ ମୁଣ୍ଡରେ ଏକାଧିକ ଆଘାତର ଚିହ୍ନ ରହିଥିବା ଜଣାପଡ଼ିଛି।
ପ୍ରଥମେ ରମେଶଙ୍କ ପରିବାର ଲୋକେ ଘଟଣାକୁ ଚପାଇବାକୁ ଉଦ୍ୟମ କରିଥିଲେ। ଛାତିରେ ଯନ୍ତ୍ରଣା ହେବାରୁ ଅଭିଜିତଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ କହିଥିଲେ। ସେମାନେ ତରବରରେ ଶବ ସତ୍କାର ମଧ୍ୟ କରି ଦେବାକୁ ଚେଷ୍ଟା କରିଥିଲେ। ହେଲେ ଠିକଣା ସମୟରେ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟ ଏବେ ପଦାକୁ ଆସିଛି।
ଏକ ୫ ଜଣ ବିଶେଷଜ୍ଞ ଡାକ୍ତରୀ ଟଇମ୍ ଅଭିଜିତ୍ଙ୍କ ଶବ ବ୍ୟବଚ୍ଛେଦ କରିଥିଲେ।
ଏନେଇ ଏସ୍ପି ଇଷ୍ଟ ସର୍ଭେଶ ମିଶ୍ରା କହିଛନ୍ତି,“ଅଭିଜିତ୍ଙ୍କ ପରିବାର ଲୋକେ ପ୍ରଥମେ ଏହାକୁ ସାଧାରଣ ମୃତ୍ୟୁ ବୋଲି କହୁଥିଲେ। ହେଲେ ଆମକୁ ସନ୍ଦେହ ହୋଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି। ଏନେଇ ଆମେ ବିବେକଙ୍କ ମାଆ ମୀରା ଯାଦବଙ୍କୁ ପଚରାଉଚରା କରିଥିଲୁ। ପଚରାଉଚରା ବେଳେ ଅଭିଜିତ ମଦ ପିଇଥିଲା ଓ ମୋ ସହ ଖରାପ ବ୍ୟବହାର କରିଥିଲା ବୋଲି ବୟାନ ଦେଇଥିଲେ।।”
ଅଭିଜିତଙ୍କ ବଡ଼ ଭାଇ ହତ୍ୟା ଅଭିଯୋଗ କରିବା ପରେ ପୁଲିସ ୩୦୨ ଧାରାରେ ତାଙ୍କ ମାଆ ମୀରାଙ୍କୁ ଗିରଫ କରିଛି। ଦୀର୍ଘ ୯ ଘଣ୍ଟାର ପଚରାଉଚରା ପରେ ମୀରାଙ୍କୁ ଗିରଫ କରାଯାଇଛି। ତେବେ ଗିରଫ ବେଳେ ମୀରା ତାଙ୍କ ସ୍ୱାମୀ ରମେଶଙ୍କ ଉପରେ ଦୋଷ ଲଦିଛନ୍ତି।
from Odisha Reporter https://ift.tt/2yQS0ZH
No comments:
Post a Comment