
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୌଣସି ଆନ୍ଦୋଳନ ହେଉ କି ଧାରଣା ସରକାରୀ ସମ୍ପତ୍ତି ଉପରେ ସମସ୍ତେ ରାଗ ଶୁଝାଇଥାନ୍ତି। ବିକ୍ଷୋଭ କରିବା ବେଳେ ଯାହା ପାଇଥାନ୍ତି, ଭାଙ୍ଗି, ପୋଡ଼ି ନଷ୍ଟ କରିଦେଇଥାନ୍ତି। ଏପରି କରି ସେମାନଙ୍କ ଦାବି କେତେଦୂର ପୂରଣ ହୋଇଥାଏ ସେମାନେ ଜାଣିଥିବେ। ହେଲେ ସରକାରଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି କିଛି କ୍ଷଣରେ ମାଟିରେ ମିଶିଯାଇଥାଏ। ହେଲେ ଏଣିକି ଆଉ ସରକାରୀ ସମ୍ପତ୍ତି ଭାଙ୍ଗି ପାରିବେ ନାହିଁ। ସରକାରୀ ସମ୍ପତ୍ତି ଭଙ୍ଗାରୁଜା କଲେ କଡ଼ା କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ।
ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ ପୁଲିସ୍ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ନିର୍ଦ୍ଦେଶନାମା ଦେଇଛନ୍ତି। ରାଜ୍ୟର ସବୁ ଏସପି ଓ ଡିସିପିଙ୍କ ଉଦ୍ଦେଶ୍ୟରେ ଏ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରି ଏହାକୁ କଠୋର ଭାବେ ପାଳନ କରିବାକୁ ପୁଲିସ୍ ଡିଜି ନିର୍ଦ୍ଦେଶ ଦେଇଛନ୍ତି।
ଯଦି କୌଣସି ହିଂସା ବେଳେ ସରକାରୀ ସମ୍ପତ୍ତି ଭଙ୍ଗାରୁଜା ହେବ, ତେବେ ଦାୟିତ୍ୱରେ ଥିବା ପୁଲିସ୍ ଅଧିକାରୀମାନେ ଗଣ୍ଡଗୋଳକାରୀଙ୍କ ବିରୋଧରେ ଏତଲା ଦାଏର କରିବେ। ଏହାସହ ଯେତେ ଶୀଘ୍ର ସମ୍ଭବ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।
ଯଦି ହିଂସା ବେଳେ ଭଙ୍ଗାରୁଜା ସହିତ କୌଣସି ଜୀବନହାନୀ ହୁଏ, ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଏକାଧିକ ଲୋକ ହିଂସାରେ ସମ୍ପୃକ୍ତ ଥିଲେ ହୋଇଥିବା କ୍ଷତି ସେମାନେ ମିଶି ଭରଣା କରିବେ ବୋଲି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଡିଜିପି।
from Odisha Reporter https://ift.tt/2AufFRL
No comments:
Post a Comment