ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍‌ବଲ୍‌: ଚୀନ୍‌ ସହ ମ୍ୟାଚ୍‌ ଡ୍ର’ ରଖିଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 13, 2018

ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍‌ବଲ୍‌: ଚୀନ୍‌ ସହ ମ୍ୟାଚ୍‌ ଡ୍ର’ ରଖିଲା ଭାରତ

ବେଜିଂ: ଗୋଲ୍‌କିପର୍‌ ଗୁରପ୍ରୀତ୍‌ ସିଂହଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ଶକ୍ତିଶାଳୀ ଚୀନ୍‌ ବିପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌କୁ ଭାରତୀୟ ଫୁଟ୍‌ବଲ୍‌ ଟିମ୍‌ ଡ୍ର ରଖିବାକୁ ସକ୍ଷମ ହୋଇଛି। ଚୀନ୍‌ର ସୁଝୋହୁ ଅଲିମ୍ପିକ ସ୍ପୋର୍ଟସ ସେଣ୍ଟର ଷ୍ଟାଡିୟମ୍‌ରେ ଖେଳା ଯାଉଥିବା ମ୍ୟାଚ୍‌ଟି ଶୂନ-ଶୂନରେ ଶେଷ ହୋଇଛି।

ମ୍ୟାଚ୍‌ ଆରମ୍ଭରୁ ହିଁ ଚୀନ୍‌ ମିଡ୍‌ଫିଲ୍ଡରମାନେ ଭାରତ ଉପରେ ଘନଘନ ଆକ୍ରମଣ କରି ସୁଯୋଗ ସୃଷ୍ଟି କରିଥିଲେ। କିନ୍ତୁ ଗୁରପ୍ରୀତ୍‌ ଚୀନ୍‌ର ସବୁ ପ୍ରୟାସକୁ ବୃଥା କରିଦେଇଥିଲେ। ଚୀନ୍‌ ବାରମ୍ବାର ଭାରତୀୟ ଡିଫେନ୍ସକୁ ଚକମା ଦେଇ ଗୋଲ୍‌ ପର୍ଯ୍ୟନ୍ତ ବଲ୍‌ ନେବାକୁ ସକ୍ଷମ ହେଉଥିଲେ ହେଁ ସେମାନଙ୍କ ସମସ୍ତ ଚେଷ୍ଟା ଟିମ୍‌ ଇଣ୍ଡିଆର ଗୋଲକିପର୍‌ଙ୍କ ଆଗରେ ସଂପୂର୍ଣ୍ଣ ଫିକା ପଡ଼ି ଯାଇଥିଲା।

ଅବଶ୍ୟ ପ୍ରଥମାର୍ଦ୍ଧରେ ଭାରତ ପାଇଁ ଗୋଲ୍‌ ଦେବାର ସୁଯୋଗ ସୃଷ୍ଟି ହୋଇଥିଲା। ହେଲେ ପ୍ରୀତମ କୋଟଲାଙ୍କ ଶଟ୍‌କୁ ଚୀନ୍‌ ଗୋଲକିପର୍‌ ଅଟକାଇବାକୁ ସକ୍ଷମ ହୋଇଥିଲେ। ମ୍ୟାଚ୍‌ର ୨୦ ତମ ମିନିଟ୍‌ ପରେ ଭାରତ ଧିମା ଖେଳିବାକୁ ଚେଷ୍ଟା କରିଥିଲା। କିନ୍ତୁ ଚୀନ୍‌ ଆକ୍ରମଣ କରିବାର କୌଣସି ସୁଯୋଗ ଛାଡ଼ି ନଥିଲା। ତଥାପି ପ୍ରଥମାର୍ଦ୍ଧ ଶୂନ-ଶୂନରେ ଶେଷ ହୋଇଥିଲା।

ଦ୍ୱିତୀୟାର୍ଦ୍ଧରେ ଚୀନ୍‌ ଅଧିକ ଆକ୍ରମଣାତ୍ମକ ହୋଇ ଉଠିଥିଲା। ଭାରତ ମଧ୍ୟ ପାଲଟା ଆକ୍ରମଣ କରିଥିଲା। ଅନିରୁଦ୍ଧ ଥାପ୍ପାଙ୍କ ଏକ ଫ୍ରି କିକ୍‌କୁ ଷ୍ଟାର ଖେଳାଳି ସୁନୀଲ ଛେତ୍ରୀ ଠିକ୍‌ ଭାବେ ଗ୍ରହଣ ନ କରିବାରୁ ଭାରତ ପାଇଁ ଗୋଲ ଦେବାର ସୁବର୍ଣ୍ଣ ସୁଯୋଗ ହାତଛଡ଼ା ହୋଇଯାଇଥିଲା।

ମ୍ୟାଚ୍‌ ଶେଷ ହେବାର ମାତ୍ର କିଛି ମିନିଟ୍‌ ପୂର୍ବରୁ ଚୀନ୍‌ ଷ୍ଟ୍ରାଇକର୍‌ ଭାରତୀୟ ଗୋଲ୍‌ ପୋଷ୍ଟକୁ ଟାର୍ଗେଟ କରି ବଲ୍‌ ମାରିଥିଲେ ହେଁ ଗୁରପ୍ରୀତ୍‌ ଏହାକୁ ଅଟକାଇ ଏକ ନିଶ୍ଚିତ ପରାଜୟରୁ ଟିମ ଇଣ୍ଡିଆକୁ ରକ୍ଷା କରି ମ୍ୟାଚ୍‌ ଡ୍ର’ ରଖିବାରେ ସହାୟକ ହୋଇଥିଲେ। ଆଜିର ମ୍ୟାଚ୍‌ରେ ଗୁରପ୍ରୀତ୍‌ ଅନ୍ତତଃ ୬ଟି ନିଶ୍ଚିତ ଗୋଲ୍‌କୁ ଅଟକାଇ ଦେଇପାରି ଥିଲେ।

ଚୀନ୍‌ ଫୁଟ୍‌ବଲ୍‌ ଟିମ୍‌ର ରାଙ୍କ ବିଶ୍ୱରେ ୭୬ ଥିବା ବେଳେ ଦଳ ୧୧ ଥର ଏସିଆ କପ୍‌ ଖେଳିଛି। ଏସିଆ ରାଙ୍କିଙ୍ଗରେ ଚୀନ୍‌ର ସ୍ଥାନ ୭ରେ ରହିଛି। ଅନ୍ୟପକ୍ଷରେ ଭାରତ ମାତ୍ର ୩ଥର ଏସିଆ କପ୍‌ ଖେଳିବାର ଯୋଗ୍ୟତା ପାଇଥିବା ବେଳେ ଫିଫାର ବିଶ୍ୱ ରାଙ୍କିଙ୍ଗରେ ୯୭ ତମ ସ୍ଥାନରେ ରହିଛି।



from Odisha Reporter https://ift.tt/2EuStab

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages