
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡିପ୍ ଡିପ୍ରେସନ୍ରୁ ଭୟଙ୍କର ବାତ୍ୟାର ରୂପ ନେଇଛି ‘ତିତ୍ଲି’। ତିତ୍ଲି ଭୟଙ୍କର ରୂପ ନେବା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର୍ (ଏସ୍ଆର୍ସି) ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି।
ଆସନ୍ତା ୧୮ ଘଣ୍ଟାରେ ଏହା ଅତି ଭୟଙ୍କର ବାତ୍ୟାର ରୂପ ନେବ। ଏବେ ଗୋପାଳପୁରଠୁ ୩୭୦ କିମି ଦୂରରେ ରହିଛି ତିତ୍ଲି। ଏହା କଳିଙ୍ଗପଟନମ୍ ଠାରୁ ୩୧୦ କିମି ଦୂରରେ ରହିଛି। ୧୧ ତାରିଖ ସକାଳେ ତିତ୍ଲି ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। କଳିଙ୍ଗପଟନମ୍ ଏବଂ ଗୋପାଳପୁର ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ।
ତିତ୍ଲି ସ୍ଥଳଭାଗ ଛୁଇଁବା ବେଳକୁ ୧୪୫ କିମି ବେଗରେ ପବନ ବହିବ। ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁରରେ ପ୍ରବଳ ବର୍ଷିବ। ଅନ୍ୟାନ୍ୟ ଉପକୂଳବର୍ତ୍ତୀ ଜିଲ୍ଲାରେ ମଧ୍ୟ ବର୍ଷା ସମ୍ଭାବନା।
ଏସ୍ଆର୍ସି କହିଛନ୍ତି,“ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଭିନ୍ନ ନଦୀରେ ବନ୍ୟା ଆସିବା ଅଶଙ୍କା ରହିଛି। ତଳିଆ ଅଞ୍ଚଳ ପାଇଁ ସତର୍କ ସୂଚନା ଜାରି କରାଯାଇଛି।”
ଭୁବନେଶ୍ୱର ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରି କୁହାଯାଇଛି ଯେ ବାତ୍ୟା ଓ ପ୍ରବଳ ପବନରେ ଚାଳଘର ସବୁ ଉଡ଼ି ଯାଇପାରେ। ଗଛ ଭାଙ୍ଗି ଯାଇପାରେ ଅବା ଉପୁଡ଼ି ଯାଇପାରେ। ବିଦ୍ୟୁତ୍ ଓ ଟେଲିଫୋନ୍ ଖୁଣ୍ଟ ଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇପାରନ୍ତି। ରାସ୍ତାଗୁଡ଼ିକ ମଧ୍ୟ ପ୍ରଭାବିତ ହୋଇପାରନ୍ତି।
ସମୁଦ୍ରରେ ଜୁଆର ଆସୁଥିବା ଯୋଗୁ ୧୨ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ସତର୍କ କରାଯାଇଛି।
from Odisha Reporter https://ift.tt/2Ejs3rs
No comments:
Post a Comment