ଗୋଟିଏ ଓଭରରେ ୬ ଛକ୍କା, ୧୨ ବଲ୍‌ରେ ୫୦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 14, 2018

ଗୋଟିଏ ଓଭରରେ ୬ ଛକ୍କା, ୧୨ ବଲ୍‌ରେ ୫୦

hazratullah

କାବୁଲ: ଆଫଗାନିସ୍ତାନ୍‌ ଓପନର ହଜରତୁଲ୍ଲା ଜାଜାଇ ଗୋଟିଏ ଓଭରରେ ୬ଟି ଛକ୍କା ମାରିଛନ୍ତି। ତା’ସହିତ ସେ ୧୨ଟି ବଲ୍‌ରୁ ଦ୍ରୁତ ୫୦ ରନ୍ ସଂଗ୍ରହ କରିଛନ୍ତି।

ଆଫ୍‌ଗାନିସ୍ତାନ ପ୍ରିମିୟର ଲିଗ୍‌ରେ ରବିବାର କାବୁଲ ଜୱାନନ୍ ଓ ବଲଖ ଲିଜେଣ୍ଡସ୍ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ୍‌ରେ ହଜରତୁଲ୍ଲା ଏହି ରେକର୍ଡ କରିଥିଲେ।
ସେ କାବୁଲ ଜୱାନନ୍ ପକ୍ଷରୁ ଖେଳୁଥିଲେ। ସେ ଗୋଟିଏ ଓଭରରେ ୬ଟି ଛକ୍କା ମାରି ମାତ୍ର ୧୭ଟି ବଲ୍‌ରୁ ୬୨ ରନ୍ ସଂଗ୍ରହ କରିଥିଲେ।

୧୨ଟି ବଲ୍ ଖେଳି ସେ ୫୦ ରନ୍‌ ସଂଗ୍ରହ କରିଥିଲେ। ଏହା ସହିତ ସେ ଭାରତର ଯୁବରାଜ ସିଂହ ଓ ୱେଷ୍ଟଇଣ୍ଡିଜ୍‌ର କ୍ରିସ୍ ଗେଲ୍‌ଙ୍କ ସମକକ୍ଷ ହୋଇପାରିଛନ୍ତି। ଟ୍ୱେଣ୍ଟି ଟ୍ୱେଣ୍ଟିରେ ଏ ଦୁଇ ବ୍ୟାଟ୍ସମ୍ୟାନ୍ ୧୨ ବଲ୍‌ରେ ଦ୍ରୁତ ୫୦ ରନ୍ କରିଥିଲେ। ସୂଚନାଯୋଗ୍ୟ, ୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଯୁବରାଜ ସିଂହ ଇଂଲଣ୍ଡ ବିପକ୍ଷରେ ୧୨ଟି ବଲ୍‌ରୁ ୫୦ ରନ୍ କରିଥିଲେ। ସେ ଗୋଟିଏ ଓଭରରେ ଛଅଟି ବଲ୍‌ରୁ ଲଗାତାର ୬ଟି ଛକ୍କା ମାରିଥିଲେ।

୨୦ ବର୍ଷୀୟ ଏହି ବାମହାତି ବ୍ୟାଟ୍ସମ୍ୟାନ୍ ସ୍ପିନର ଅବଦୁଲ୍ଲା ମଜାରିଙ୍କ ଚତୁର୍ଥ ଓଭରରେ ଛଅଟି ଛକ୍କା ଲଗାଇଥିଲେ। ତେବେ ତାଙ୍କ ଦଳ ଏହି ମ୍ୟାଚ୍‌ରେ ହାରି ଯାଇଥିଲା।

ବଲଖ ଲିଜେଣ୍ଡସ୍ ୬ ୱିକେଟ୍ ହରାଇ ୨୪୪ ରନ୍ କରିଥିବା ବେଳେ କାବୁଲ ଜୱାନନ୍ ୭ ୱିକେଟ୍ ହରାଇ ୨୨୩ ରନ୍ କରିଥିଲା।



from Odisha Reporter https://ift.tt/2COexe2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages