
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଏଥର ସାରା ଦେଶରେ ଗୋଟିଏ ପ୍ରକାରର ଡ୍ରାଇଭିଂ ଲାଇସେନ୍ସ୍(ଡିଏଲ୍) ବ୍ୟବସ୍ଥା ହେବ। ଏହି ନୂତନ ଡିଏଲ୍ ବ୍ୟବସ୍ଥା ବୋଧହୁଏ ୨୦୧୯ ଜୁଲାଇରୁ ଆରମ୍ଭ ହୋଇଯିବ। ଓଡ଼ିଶାରେ ଡିଏଲ୍ ଫର୍ମାଟ୍ ଯାହା ପଞ୍ଜାବରେ ମଧ୍ୟ ତାହା ରହିବ। କୋଲକାତାରେ ଯାହା ଗୋଆରେ ବି ସେୟା ରହିବ। କେନ୍ଦ୍ର ସରକାର ଏଭଳି ଚିନ୍ତା କରୁଛନ୍ତି।
ଫଳରେ ସାରା ଦେଶରେ ୟୁନିଫର୍ମ ସ୍ମାର୍ଟ ଡ୍ରାଇଭିଂ ଲାଇସେନ୍ସ ବ୍ୟବସ୍ଥାର ପ୍ରଚଳନ ହେବ। ଖାଲି ସେତିକି ନୁହେଁ, ଯାନ ପଞ୍ଜୀକରଣ ବ୍ୟବସ୍ଥା ମଧ୍ୟ ସମାନ ରହିବ। ଡିଏଲ୍ର ଡିଜାଇନ୍, ଫର୍ମାଟ୍, କଲର ସବୁ ସମାନ। କେନ୍ଦ୍ର ସରକାରଙ୍କ ଏଭଳି ଯୋଜନା ସମ୍ପର୍କରେ ଖବର ରଖିଥିବା ଜଣେ ବରିଷ୍ଠ ଅଧିକାରୀ ଏହା ପ୍ରକାଶ କରିଛନ୍ତି।
ଏବେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଭିନ୍ନ ଭିନ୍ନ ଫର୍ମାଟର ଡ୍ରାଇଭିଂ ଲାଇସେନ୍ସ୍(ଡିଏଲ୍) ଜାରି କରୁଛନ୍ତି। ଫଳରେ ଅନେକ ସମୟରେ ଏହାକୁ ନେଇ ଠକେଇ ତଥା ଜାଲ୍ କାରବାର ହେଉଛି ବୋଲି ସରକାର ଅନୁମାନ କରୁଛନ୍ତି।
from Odisha Reporter https://ift.tt/2Ck7xoa
No comments:
Post a Comment