
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ମଟନ୍ ବା ଛେଳି ମାଂସକୁ ନେଇ ବହୁ ଟେଷ୍ଟି ଡିସ୍ ରେଷ୍ଟୁରାଣ୍ଟ୍ରେ ମିଳିଥାଏ। ତେବେ ମାଂସ ବରା ଭଳି ଏକ ସ୍ୱାଦିଷ୍ଟ ଡିସ୍ ଆପଣ କିପରି ଘରେ ପ୍ରସ୍ତୁତ କରିବେ, ସେ ସମ୍ପର୍କରେ ଆଜି ଆମେ ଆପଣଙ୍କୁ କହିବୁ।
ଆବଶ୍ୟକ ସାମଗ୍ରୀ: ମାଂସ କିମା, ଅଦା, ରସୁଣ, ବ୍ରେଡ୍, କଞ୍ଚାଲଙ୍କା, ପିଆଜ, ଡାଲ୍ଚିନି, ଲବଙ୍ଗ, ଅଳେଇଚ, ତେଲ, ଲୁଣ ଓ ହଳଦୀ।
ପ୍ରସ୍ତୁତ୍ ପ୍ରଣାଳୀ: ପ୍ରଥମେ ମାଂସ କିମାରେ ଲୁଣ ଓ ହଳଦୀ ଗୋଳାଇ ଏହାକୁ ସିଝାଇ ଦିଅନ୍ତୁ। ମାଂସ ସିଝିଗଲେ ଏଥିରେ ଡାଲ୍ଚିନି, ଲବଙ୍ଗ ଓ ଅଳେଇଚକୁ ବାଟି ପକାନ୍ତୁ। ବର୍ତ୍ତମାନ ଏଥିରେ ପିଆଜ, ରସୁଣ ଅଦା ଓ କଞ୍ଚାଲଙ୍କା ବାଟି ମିଶାନ୍ତୁ।
ବ୍ରେଡ୍କୁ ପାଣିରେ କିଛି ସମୟ ଭିଜାଇ ରଖନ୍ତୁ। ଏହାପରେ ମାଂସରେ ଭିଜା ବ୍ରେଡ୍ ଭଲ ଭାବରେ ଚକଟି ଦିଅନ୍ତୁ।
ଏବେ ଏକ କଡ଼େଇରେ ତେଲ ଗରମ କରି ଏହି ମିଶ୍ରଣକୁ ଛୋଟ ଛୋଟ ବରା ଆକାରରେ ସୁନେଲି ରଙ୍ଗ ହେବା ଯାଏ ଛାଣନ୍ତୁ। ପ୍ରସ୍ତୁତ ହୋଇଗଲା ଗରମା ଗରମ ମାଂସ ବରା। ଏହାକୁ ସସ୍ କିମ୍ବା ଚଟଣୀ ସହ ପରଷନ୍ତୁ।
from Odisha Reporter https://ift.tt/2NCL5bT
No comments:
Post a Comment