
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): କବାବ୍ର ସ୍ୱାଦ ସବୁବେଳେ ନିଆରା। ତେବେ ଆପଣ ଘରେ କିପରି ମଟନ୍ ସିକ୍ କବାବ୍ ପ୍ରସ୍ତୁତ କରିବେ,ଆମେ ଆଜି ସେସମ୍ପର୍କରେ କହିବୁ।
ଆବଶ୍ୟକ ସାମଗ୍ରୀ: ମଟନ୍ କିମା, ଅଦା ରସୁଣ ପେଷ୍ଟ, ପିଆଜ ପେଷ୍ଟ, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଶୁଣ୍ଠି, ଧନିଆ ପତ୍ର, ତେଲ, କାଜୁ ପେଷ୍ଟ, କ୍ରିମ୍, ବେସନ, ଅଣ୍ଡା କେଶର, କଟା ଲେମ୍ବୁ ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମଟନ୍ କିମାକୁ ହାତରେ ଭଲଭାବେ ଚକଟି ଦିଅନ୍ତୁ। ବର୍ତ୍ତମାନ ଏଥିରେ ଅଦା ରସୁଣ ପେଷ୍ଟ, ପିଆଜ ପେଷ୍ଟ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଶୁଣ୍ଠି, ତେଲ, କାଜୁ ପେଷ୍ଟ୍ ଓ କ୍ରିମ୍ ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ। ବର୍ତ୍ତମାନ ଏହି ମିଶ୍ରଣରେ ବେସନ ମିଶାନ୍ତୁ ଓ ମିଶ୍ରଣ ବାନ୍ଧି ହେବା ପାଇଁ ଏଥିରେ ଅଣ୍ଡାର କେଶର ଫେଣ୍ଟି ପକାନ୍ତୁ। ଏହି ସମସ୍ତ ସାମଗ୍ରୀକୁ ଭଲଭାବେ ମିକ୍ସ କରନ୍ତୁ। ସ୍ୱାଦ ଅନୁଯାୟୀ ଏଥିରେ ଲୁଣ ମିଶାଇ ଏହି ମିଶ୍ରଣକୁ ୧ ଘଣ୍ଟା ପାଇଁ ଫ୍ରିଜ୍ରେ ରଖିଦିଅନ୍ତୁ। ୧ ଘଣ୍ଟା ପରେ ଏହାକୁ କାଢ଼ି ଭଲ ଲୁହାର ଷ୍ଟିକ୍ ବା ସିକ୍ ଉପରେ ପକାଇ ଏହାକୁ ହାଲକା ସୁନେଲି ରଙ୍ଗ ହେବା ଯାଏ ଗ୍ରୀଲ୍ କରନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ମଟନ୍ ସିକ୍ କବାବ। ଏହାକୁ ପ୍ଲେଟରେ କାଢ଼ି ଦିଅନ୍ତୁ। ଏଥିରେ ପିଆଜ କଟା, ଧନିଆ ପତ୍ର ଓ କଟା ଲେମ୍ବୁ ଦେଇ ଗାର୍ନିସ କରି ଗରମ ଗରମ ପରଷନ୍ତୁ।
from Odisha Reporter https://ift.tt/2E77lvd
No comments:
Post a Comment