ଖରାପ ବୋଲିଂ କରିବାକୁ ସେନ୍ ୱାର୍ଣ୍ଣଙ୍କୁ ଟଙ୍କା ଯାଚି ଥିଲେ ଏହି କ୍ରିକେଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 13, 2018

ଖରାପ ବୋଲିଂ କରିବାକୁ ସେନ୍ ୱାର୍ଣ୍ଣଙ୍କୁ ଟଙ୍କା ଯାଚି ଥିଲେ ଏହି କ୍ରିକେଟର

shanewarn

ନୂଆଦିଲ୍ଲୀ: ଏକ ମ୍ୟାଚ୍‌ରେ ଖରାପ ବୋଲିଂ କରିବାକୁ ଅଷ୍ଟ୍ରେଲିଆର ଅନ୍ୟତମ ମହାନ ଖେଳାଳି ସେନ୍‌ ୱାର୍ଣ୍ଣଙ୍କୁ ଯଚା ଯାଇଥିଲା ଟଙ୍କା। ତାଙ୍କୁ ୨୦୦,୦୦୦ ଆମେରିକୀୟ ଡଲାର ଅଫର୍‌ କରାଯାଇଥିଲା। ଏ କଥା ତାଙ୍କ ଆତ୍ମଜୀବନୀ ‘ନୋ ସ୍ପିନ୍’ରେ ଉଲ୍ଲେଖ ହୋଇଛି। ୱାର୍ଣ୍ଣଙ୍କ ଆତ୍ମଜୀବନୀ ଚଳିତ ମାସରେ ପ୍ରକାଶ ପାଇଛି।

ତେବେ କିଏ ୱାର୍ଣ୍ଣଙ୍କୁ ଟଙ୍କା ଯାଚି ଥିଲେ ଜାଣିଛନ୍ତି? ସେ ହେଉଛନ୍ତି ପାକିସ୍ତାନର କ୍ରିକେଟର ସଲିମ୍ ମଲିକ୍। ୧୯୯୪ ମସିହାରେ ପାକିସ୍ତାନର କରାଚିରେ ଦୁଇ ଦେଶ ମଧ୍ୟରେ ଏକ ଟେଷ୍ଟ୍ ମ୍ୟାଚ୍ ବେଳେ ସଲିମ ତାଙ୍କୁ ଏମିତି ପ୍ରସ୍ତାବ ଦେଇଥିଲେ ବୋଲି ସେନ୍ ୱର୍ଣ୍ଣ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି।

salimଏ ସଂପର୍କରେ ଏନ୍‌ଡିଟିଭିକୁ ଅଧିକ ସୂଚନା ଦେଇ ୱର୍ଣ୍ଣ କହିଛନ୍ତି,“ସଲିମ ମଲିକ କହିଥିଲେ, ଯଦି ମୁଁ ଅଫ୍ ଷ୍ଟମ୍ପଠାରୁ ଦୂରରେ ବଲ୍ ପକାଇବି, ତା’ହେଲେ ସେ ମତେ ୨୦୦,୦୦୦ ଆମେରିକୀୟ ଡଲାର ଦେବେ। ଅଧାଘଣ୍ଟା ଭିତରେ ଟଙ୍କା ହୋଟେଲ୍ ରୁମ୍‌ରେ ପହଞ୍ଚିଯିବ।”

ସଲିମ୍ ମଲିକ୍‌ଙ୍କୁ ନେଇ ଏମିତି ବିବାଦ କିଛି ନୂଆ ନୁହେଁ। ୧୯୯୫ ମସିହାରେ ଅଷ୍ଟ୍ରେଲିଆର ମାର୍କ ୱାଗ୍ ଓ ଟିମ୍ ମେ’ ଅଭିଯୋଗ କରିଥିଲେ ଯେ ମ୍ୟାଚ୍ ହାରି ଯିବାକୁ ସଲିମ୍ ମଲିକ୍‌ ସେମାନଙ୍କୁ ଟଙ୍କା ଯାଚି ଥିଲେ। ଏମିତିକି ପାକିସ୍ତାନୀ ବୁକି ସଲିମ୍ ପରଭେଜ୍ ପାକିସ୍ତାନର ଏକ ବିଚାରବିଭାଗୀୟ କମିଶନଙ୍କ ନିକଟରେ କହିଥିଲା ଯେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ଫିକ୍ସିଂ କରିବାକୁ ସଲିମ୍ ମଲିକ୍ ତାଙ୍କୁ ୪୨.୫ ଲକ୍ଷ ଟଙ୍କା ଦେଇଥିଲେ।



from Odisha Reporter https://ift.tt/2Orgwve

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages