
ଶ୍ରୀନଗର: ଦକ୍ଷିଣ କଶ୍ମୀରର ପୁଲ୍ୱାମା ଜିଲ୍ଲା ୱାହିବଗ୍ ଗାଁରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ପୁଲିସ୍ ଅଫିସର ପ୍ରାଣ ହରାଇଥିବା ଜଣାଯାଇଛି। ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ ସବ୍-ଇନ୍ସପେକ୍ଟର ଇମ୍ତିୟାଜ୍ ଅଲ୍ଲୀ ଏକ କାରରେ ଯାଉଥିବା ସମୟରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଅପରାହ୍ଣ ୪.୩୦ ବେଳକୁ ଏହି ଘଟଣା ଘଟିଥିଲା। ଇମ୍ତିୟାଜ୍ କଶ୍ମୀର ପୁଲିସ୍ର ସିଆଇଡି ବିଭାଗରେ ନିଯୁକ୍ତ ଥିଲେ।
ଆତଙ୍କୀ ସଂଗଠନଗୁଡ଼ିକ ଏଭଳି ସ୍ଥାନୀୟ ପୁଲିସ୍ ଅଧିକାରୀଙ୍କୁ ହତ୍ୟା କରି ପ୍ରଶାସନକୁ ଅସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ଗତ ମାସରେ ହିଁ ଆତଙ୍କବାଦୀ ସୋପିଆନ୍ ଜିଲ୍ଲାରେ ୩ ଜଣ ପୁଲିସ୍ଙ୍କୁ ଉଠାଇନେଇ ହତ୍ୟା କରିଥିଲେ। ଏହି ଘଟଣାକୁ ବିଚ୍ଛିନ୍ନତାବାଦୀଙ୍କ ସମେତ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା ଏବଂ ବିରୋଧ ସ୍ୱରୂପ ଭାରତ ପାକିସ୍ତାନ ସହିତ ପ୍ରସ୍ତାବିତ ଆଲୋଚନା ବାତିଲ କରିଥିଲା।
ଆତଙ୍କୀ ସଂଗଠନ ହିଜ୍ବୁଲ୍ ମୁଜାହିଦ୍ଦିନ୍ ପୂର୍ବରୁ ମଧ୍ୟ କଶ୍ମିରୀ ପୁଲିସ ଓ ଏସପିଓଙ୍କୁ ଅନେକ ଥର ଧମକାଇ ସାରିଛି ଯେ, ସେପ୍ଟେମ୍ବର ୧୯ ସୁଦ୍ଧା ଚାକିରି ଛାଡ଼ ନଚେତ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ।
from Odisha Reporter https://ift.tt/2RmJM3a
No comments:
Post a Comment