
ବାରିପଦା (ମାଣିକଲାଲ୍ ପାଣି): ପୁଣି ଖଟିଆରେ ବୁହା ହେଲେ ପ୍ରସୂତି। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଚାଉଳଘେରି ଗାଁରେ।
ଆଜି ସକାଳେ ଗାଁର ଟୁମି ସିଂଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା। ତେଣୁ ତାଙ୍କ ପରିବାର ଲୋକେ ୧୦୨ ଆମ୍ୱୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ୱୁଲାନ୍ସ ଆସି ନଈ ଆର ପାଖରେ ଠିଆ ହୋଇଥିଲା।
ଏହାପରେ ମହିଳାଙ୍କୁ ତାଙ୍କ ପରିବାର ଲୋକେ ପ୍ରାୟ ୧ କିଲୋମିଟର ଏକ ଖଟିଆରେ ବୋହି ନେଇଥିଲେ ଓ ନଈ ପାର କରିଥିଲେ। ସେଠାରେ ଥିବା ଆମ୍ୱୁଲାନ୍ସରେ ତାଙ୍କୁ ପ୍ରଥମେ ବାଙ୍ଗିରିପୋଷି ଡାକ୍ତରଖାନାକୁ ନିଆଯାଇଥିଲା। ଏହାପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
from Odisha Reporter https://ift.tt/2NimB7G
No comments:
Post a Comment