ଦୁଇ ଦିନ ପାଇଁ ସ୍କୁଲ୍,କଲେଜ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 10, 2018

ଦୁଇ ଦିନ ପାଇଁ ସ୍କୁଲ୍,କଲେଜ ବନ୍ଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ସକାଳ ସାଢ଼େ ୫ଟାରେ ବାତ୍ୟା ‘ତିତ୍‌ଲି’ ଆନ୍ଧ୍ରର କଳିଙ୍ଗପଟନମ ଏବଂ ଓଡ଼ିଶାର ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁବ। ଏହାର ପ୍ରଭାବରେ ରାଜ୍ୟର ୧୮ ଜିଲ୍ଲାରେ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି। କିଛି ସ୍ଥାନରେ ବନ୍ୟା ସ୍ଥିତି ଉପୁଜିପାରେ। ତା’ସାଙ୍ଗକୁ ପବନ ମଧ୍ୟ ହେବ।

ଏସବୁକୁ ଦୃଷ୍ଟିରେ ରଖି ସରକାର ଗୁରୁବାର (ଅକ୍ଟୋବର ୧୧) ଓ ଶୁକ୍ରବାର (ଅକ୍ଟୋବର ୧୨) ଦୁଇ ଦିନ ଧରି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ଘୋଷଣା କରିଛନ୍ତି। ଏହି ଦୁଇ ଦିନ ରାଜ୍ୟର ସମସ୍ତ ସ୍କୁଲ୍ ଓ କଲେଜ୍ ବନ୍ଦ ରହିବ।
ଏହା ସହିତ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ମଧ୍ୟ ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।



from Odisha Reporter https://ift.tt/2QEDFXo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages