
ନୂଆଦିଲ୍ଲୀ: ଫୋନ୍କୁ ଚାର୍ଜ କରିବ ଫୋନ୍। ତା’ପୁଣି ବିନା ଚାର୍ଜର ଓ ବିନା କୌଣସି ତାର ସାହାଯ୍ୟରେ। ଆଜ୍ଞା ହଁ, ଏମିତି ସୁବିଧା ସହିତ ଆସିଛି ହୁଆୱି ମେଟ୍ ୨୦ ପ୍ରୋ। ଏଥିରେ କ୍ୱୁଆଇ ଚାର୍ଜିଙ୍ଗ୍ ଷ୍ଟାଣ୍ଡାର୍ଡ ରହିଛି। ଉଲ୍ଲେଖନୀୟ କଥା ହେଉଛି ଏହା ବିନା ତାରରେ ଅନ୍ୟ ବ୍ରାଣ୍ଡର ଫୋନ୍ଗୁଡ଼ିକୁ ମଧ୍ୟ ଚାର୍ଜ କରିପାରିବ।
ହୁଆୱି ମେଟ୍ ୨୦ ଲଞ୍ଚ୍ ଅବସରରେ ଏଭଳି କିଛି ଅଭିନବ ଗ୍ୟାଜେଟ୍ ବିଷୟରେ ଘୋଷଣା କରାଯାଇଛି, ଯେଉଁଥିରେ ଚମକାଇବା ଭଳି ବୈଶିଷ୍ଟ୍ୟ ରହିଛି। ଏହାକୁ ପ୍ରମାଣିତ କରିବା ପାଇଁ ଏକ ଭିଡିଓ ମଧ୍ୟ ଜାରି କରାଯାଇଛି, ଯେଉଁଥିରେ ହୁଆୱି ମେଟ୍ ୨୦ ପ୍ରୋ ଏକ ଆଇଫୋନ୍ ଏକ୍ସଏସ୍କୁ ଚାର୍ଜ କରୁଛି। ଏହି ଟେକ୍ନୋଲୋଜିକୁ ‘ୱେୟାରଲେସ୍ ରିଭର୍ସ ଚାର୍ଜିଂ କୁହାଯାଉଛି’।

ଏଥିପାଇଁ ପ୍ରକ୍ରିୟା ମଧ୍ୟ ସରଳ। ସେଟିଙ୍ଗ୍କୁ ଯାଅ ବିକଳ୍ପ ପସନ୍ଦ କର ଆଉ ନିଜର ଅନ୍ୟ ଫୋନ୍ ଅଥବା ସାଙ୍ଗମାନଙ୍କ ଫୋନ୍ ଚାର୍ଜ କର। ଏହି ଚାର୍ଜିଂ ପ୍ରକ୍ରିୟା ଯଦିଓ ଧିମା ତଥାପି କାମରେ ଲାଗିବା ଭଳି। ଏହା ଫିଜିକ୍ସର ‘ରେସନିକ୍-ହ୍ୟାଲିଡେ’ ଥିଓରୀ ଉପରେ ପର୍ଯ୍ୟବସିତ, ଯାହାକି ‘ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଇଣ୍ଡକ୍ସନ୍’ ସାହାଯ୍ୟରେ ସମ୍ଭବପର ହୋଇପାରୁଛି।
from Odisha Reporter https://ift.tt/2PFQXmC
No comments:
Post a Comment