
ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ବୟସ ମାତ୍ର ୧୭ ବର୍ଷ। ସବୁଦିନ ପରି ମର୍ଣ୍ଣିଂ ୱାକ୍ରେ ଯାଇଥିଲେ। ହେଲେ ଆଉ ଘରକୁ ଫେରିଲେ ନାହିଁ। ଫେରିଲା ତାଙ୍କୁ ହତ୍ୟା କରାଯାଇଥିବାର ଖବର। ପୂରା ପରିବାର ହତବାକ ହୋଇଯାଇଥିଲା। କେହି ଦୁର୍ବୃତ୍ତ ତାଙ୍କୁ ପଥରରେ ଛେଚି ହତ୍ୟା କରିଛି। ଏପରି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ପାଣିଗାଁ ନିକଟରେ। ମୃତକ ଜଣଙ୍କ ହେଲେ କୈଳାସ ମାଝି।
ଖବର ପାଇଁ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁସାରେ କୈଳାସ ସବୁଦିନ ପରି ଆଜି ଭୋରୁ ମଧ୍ୟ ମର୍ଣ୍ଣିଂ ୱାକ୍ରେ ଯାଇଥିଲେ। ଫେରିବାରେ ବିଳମ୍ବ ହୋଇଥିଲା। ପରିବାର ଲୋକେ ଭାବିଥିଲେ କୌଣସି ସାଙ୍ଗ ସହ ବସି ଯାଇଥିବ। ହେଲେ ଦିନ ପ୍ରାୟ ୮ଟା ବେଳକୁ କୈଳାସଙ୍କ ମୃତଦେହ ଗାଁ ପାଖ ବିଲରେ ପଡ଼ିଥିବା କିଛି ଲୋକ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ।
ଘଟଣା ଜଣାପଡ଼ିବା ପରେ ପୂରା ଗାଁରେ ହୋହାଲ୍ଲା ଆରମ୍ଭ ହୋଇଯାଇଥିଲା। କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ପୂରା ପରିବେଶ।
କିଏ କାହିଁକି କୈଳାସଙ୍କୁ ଏମିତି ନିର୍ମମ ଭାବେ ହତ୍ୟା କରିଛି, ତାହା ଏଯାଏ ଜଣାପଡ଼ିନାହିଁ। ତେବେ ଜଣେ ୧୭ ବର୍ଷର ନାବାଳକକୁ ଏପରି ହତ୍ୟା କରାଯିବାକୁ ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।
from Odisha Reporter https://ift.tt/2qdt1vC
No comments:
Post a Comment