ଝିଅ ପ୍ରେମିକ ସହ ପଳାଇଲା ବୋଲି ଜୀବନ ହାରି ଦେଲେ ବାପାମା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 15, 2018

ଝିଅ ପ୍ରେମିକ ସହ ପଳାଇଲା ବୋଲି ଜୀବନ ହାରି ଦେଲେ ବାପାମା’

dead

କୋଏମ୍ବାଟୋର: ଗୋଟିଏ ବୋଲି ଝିଅ ପ୍ରେମିକ ସହିତ ପଳାଇବାରୁ ଦୁଃଖରେ ଭାଙ୍ଗି ପଡ଼ି ବାପାମା’ ଆତ୍ମହତ୍ୟା କରି ଦେଲେ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ତାମିଲନାଡୁର ପୋଲାଚି ସହରରେ। କୋଏମ୍ବାଟୋର ଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ଏହି ସ୍ଥାନଟି ଅଛି।

ଘଟଣାଟି ରବିବାର ଘଟିଛି। ବାପାମା’ ତାଙ୍କ ୨୪ ବର୍ଷୀୟ ଝିଅର ପ୍ରେମିକଙ୍କୁ ପସନ୍ଦ କରୁ ନଥିଲେ। ତାଙ୍କ ସହିତ ସଂପର୍କ ଭାଙ୍ଗି ଦେବାକୁ ସେମାନେ ଝିଅକୁ ବହୁତ ବୁଝାଇ ଥିଲେ। ତେବେ ଝିଅ ମାନି ନଥିଲେ।

ଝିଅ ଶନିବାର ସନ୍ଧ୍ୟାରେ ପ୍ରେମିକ ସହିତ ପଳାଇଥିଲେ। ଗଲା ବେଳେ ବାପାମା’ଙ୍କୁ କହି ଦେଇଥିଲେ ଯେ ସେ ତାଙ୍କ ସହିତ ଜୀବନ ବିତାଇବେ।

ଝିଅର ଏଭଳି ନିଷ୍ପତ୍ତି ବାପାମା’ଙ୍କୁ ଖୁବ୍ ବାଧି ଥିଲା। ଝିଅର ମା’ କୁଆଡ଼େ ସେଦିନ ରାତିରେ ଜଣେ ମହିଳାଙ୍କୁ କହିଥିଲେ ଯେ ଆଉ ବଞ୍ଚିବାକୁ ଇଚ୍ଛା ହେଉନି। ତା’ପର ଦିନ ଅର୍ଥାତ୍ ରବିବାର ସକାଳେ ଉଭୟଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ବାଟରେ ହିଁ ସେମାନଙ୍କ ମୃତ୍ୟୁ ଘଟି ଥିଲା ବୋଲି ପୁଲିସ୍ କହିଛି।

ସଂପର୍କୀୟମାନେ ତାଙ୍କ ଝିଅକୁ ଫୋନ୍ କରିଥିଲେ। କିନ୍ତୁ ତାଙ୍କ ଫୋନ୍ ସୁଇଚ୍ ଅଫ୍ ଥିଲା।



from Odisha Reporter https://ift.tt/2yD9dpi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages