
ନୂଆଦିଲ୍ଲୀ,(ଓଡିଶା ରିପୋର୍ଟର)
ଦିନ ଥିଲା ନିଜର ଟଙ୍କା ପଇସା କିମ୍ବା ଗହଣାଗାଣ୍ଠି ଚୋରି ହୋଇଯିବ ବୋଲି ମଣିଷ ଡରୁଥିଲା। ଏବେ ନିଜ ସମ୍ପର୍କିତ ତଥ୍ୟ ଚୋରି ହୋଇଯିବ ବୋଲି ଡରୁଛି। ଡରୁଛି ସିନା, ବାଣ୍ଟିବାରେ ପଛାଉ ନାହିଁ କି ଅବହେଳା ମଧ୍ୟ କରୁନି। ଫେସବୁକ, ହ୍ବାଟ୍ସଆପ୍, ଟ୍ଵିଟର୍ ଆଦି ଯେ କୌଣସି ସୋଶାଲ ମିଡିଆରେ ଆକାଉଣ୍ଟ୍ ଖୋଲିବା ପାଇଁ ଆମେ ବିଭିନ୍ନ ତଥ୍ୟ ଅଚିନ୍ତାରେ ଦେଇ ଦେଉଛେ।
ନାଁ, ଗାଁ, ଠିକଣାଠାରୁ ଆରମ୍ଭ କରି ଶିକ୍ଷାଗତ ଯୋଗ୍ୟତା, ଏପରିକି ଏକାଧିକ ଫଟୋ ମଧ୍ୟ ଆମେ ସୋଶାଲ୍ ମିଡିଆ ସଂସ୍ଥାଗୁଡିକ ହାତରେ ଟେକି ଦେଉଛେ। ସେତେବେଳେ ସୋଶାଲ୍ ମିଡିଆର ମଜା ନେବା ନିଶାରେ ଆମେ ସେ ସବୁକୁ ଧ୍ୟାନ ଦେଉନେ। କିନ୍ତୁ ଯେତେବେଳେ ତଥ୍ୟ ଚୋରି ହେବାର ଆଶଙ୍କା ଉପୁଜୁଛି ସେତେବେଳେ ପ୍ରମାଦ ଗଣୁଛେ।
ଏବେ ଖବର ପ୍ରଚାର ହେଉଛି ଯେ, ଭାରତର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଫେସବୁକକୁ ତଥ୍ୟ ମାଗିଛି। ଭାରତରେ ଫେସବୁକ ବ୍ୟବହାର କରୁଥିବା କେତେ ଆକାଉଣ୍ଟଧାରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହୋଇଛି ତାହାରା ସଦ୍ୟତମ ସୂଚନା ପ୍ରଦାନ କରୁ ବୋଲି ମନ୍ତ୍ରଣାଳୟ ଫେସବୁକକୁ କହିଛି।
ଏଇ କିଛି ଦିନ ତଳେ ଖବର ଆସିଥିଲା ଯେ, ପାଖାପାଖି ୫ କୋଟି ଭାରତୀୟ ଫେସବୁକ ୟୁଜରଙ୍କ ଆକାଉଣ୍ଟ୍ ହ୍ୟାକ୍ ହୋଇଛି। ଏହି ଘଟଣାକୁ ପାଖାପାଖି ସପ୍ତାହେ ବିତି ଯାଇଥିବା ବେଳେ ଏହାକୁ ନେଇ ଫେସବୁକ୍ କଣ ପ୍ରତିକାର ବ୍ୟବସ୍ଥା କରିଛି ସେ ବାବଦ ସଦ୍ୟତମ ସୂଚନା ଫେସବୁକ୍ ଦେଉ ବୋଲି ମନ୍ତ୍ରଣାଳୟ କହିଛି।
ଏ ସମଗ୍ର ଘଟଣା ଉପରେ ଖବର ରଖିଥିବା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି ଏହା ପ୍ରକାଶ କରିଛନ୍ତି। କିନ୍ତୁ ଫେସବୁକ୍ ଏହାକୁ ନେଇ ମୁଁହ ଖୋଲି ନାହିଁ। ସୂଚନାଯୋଗ୍ୟ, ସାରା ଭାରତରେ ବର୍ତ୍ତମାନ ପାଖାପାଖି ୨୦ କୋଟି ଫେସବୁକ୍ ବ୍ୟବହାରକାରୀ ଅଛନ୍ତି।
from Odisha Reporter https://ift.tt/2O04rfY
No comments:
Post a Comment